Posted inଫୁରସତ

ସାଇଲେଣ୍ଟ କିଲର ‘ଉଚ୍ଚ ରକ୍ତଚାପ’

ପ୍ରତିବର୍ଷ ମେ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ଏହି ଦିବସ ୱାଲର୍‌ଡ ହାଇପରଟେନଶନ ଲିଗ ଦ୍ୱାରା ଗଠନ ଏବଂ ଆରମ୍ଭ ହୋଇଥିଲା। ଏହି ଲିଗ୍‌ରେ ୮୫ଟି ଜାତୀୟ ଉଚ୍ଚ ରକ୍ତଚାପ ସୋସାଇଟି ଏବଂ ସଂଗଠନ ରହିଛନ୍ତି। ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଏହି ଦିବସ ଆରମ୍ଭ କରାଯାଇଥିଲା। ଉଚ୍ଚ ରକ୍ତଚାପ ରୋଗୀଙ୍କ ମଧ୍ୟରେ ଉପଯୁକ୍ତ ଜ୍ଞାନର ଅଭାବକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ ପାଇଁ ଯୋଜନା ପ୍ରସ୍ତୁତି କରାଯାଇଥିଲା। ୱାଲର୍‌ଡ ହାଇପରଟେନଶନ ଲିଗ୍‌ ଏହାର ପ୍ରଥମ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସକୁ ୧୪ ମେ ୨୦୦୫ରେ ଶୁଭାରମ୍ଭ କରିଥିଲା। ୨୦୦୬ ପରଠାରୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପ୍ରତିବର୍ଷ ମେ ୧୭ରେ ପାଳିତ ହୋଇଆସୁଛି। ଶୁଭାରମ୍ଭ ପ୍ରୟାସ ଭାବରେ ଏହାର ଥିମ୍‌ ‘ଉଚ୍ଚ ରକ୍ତଚାପ ବିଷୟରେ ସଚେତନତା’ ଥିଲା। ସାଧାରଣତଃ କୌଣସି ଜଟିଳତା ବିନା ଉଚ୍ଚ ରକ୍ତଚାପ ୧୪୦/୯୦ ଏମ୍‌ଏମ୍‌ଏଚ୍‌ଜି ସ୍ଥିରୀକୃତ ହୋଇଥିବାବେେଳେ ମଧୁମେହ ସମସ୍ୟା କିମ୍ବା କ୍ରନିକ ବୃକକ୍‌ ସମସ୍ୟା କ୍ଷେତ୍ରରେ ଏହା ୧୩୦/୮୦ ଏମ୍‌ଏମ୍‌ଏଚ୍‌ଜିରୁ କମ୍‌ ସ୍ଥିରୀକୃତ ହୋଇଥାଏ। ଆନ୍ତର୍ଜାତିକ ଏବଂ କାନାଡିଆନ ନିର୍ଦ୍ଦେଶାବଳୀ ଦ୍ୱାରା ଏହି କଟ ଅଫ ମୂଲ୍ୟଗୁଡ଼ିକ ସୁପାରିସ କରାଯାଇଛି।
ରକ୍ତଚାପ କୌଣସି ଲକ୍ଷଣ ପ୍ରକାଶ ନ କରି ଶରୀରର ବହୁ କ୍ଷତି କରିଥାଏ। ତେଣୁ ଏହାକୁ ସାଇଲେଣ୍ଟ କୁହାଯାଇଥାଏ।
ଏହି ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍‌ ଉପରେ ପର୍ଯ୍ୟବସିତ ହୋଇଥିବାବେଳେ ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ଥିମ୍‌ ହେଉଛି ”ତୁମର ରକ୍ତଚାପକୁ ଠିକ ଭାବରେ ମାପ, ଏହାକୁ ନିୟନ୍ତ୍ରଣ କର, ଦୀର୍ଘଦିନ ବଞ୍ଚ“(ମେଜର ୟୋର ବ୍ଲଡ ପ୍ରେସର ଆକ୍ୟୁରେଟଲି, କଣ୍ଟ୍ରୋଲ ଇଟ, ଲିଭ ଲଙ୍ଗର)। ଏହି ଦିବସ ଉଚ୍ଚ ରକ୍ତଚାପ ସମ୍ପର୍କରେ ସାରା ବିଶ୍ୱରେ ନିମ୍ନ ସଚେତନତା ହାରର ମୁକାବିଲା କରିବା ଉପରେ ଗୁରୁତ୍ୱାରୋପ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri