ସାଇଲେଣ୍ଟ୍‌ କିଲର୍‌…

ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ମଧ୍ୟ ଶରୀରରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ତେବେ ଅଧିକ ଦିନ ଧରି ଏହି ସମସ୍ୟା ରହିଲେ ସାଇଲେଣ୍ଟ୍‌ କିଲର୍‌ ଭଳି ଅନ୍ୟ କେତେକ ରୋଗକୁ ଡାକି ଆଣିଥାଏ। ଉଚ୍ଚ ରକ୍ତଚାପ ଯୋଗୁ କରୋନାରୀ ଆର୍ଟେରୀ ସମସ୍ୟା, ଷ୍ଟ୍ରୋକ୍‌, ହାର୍ଟ ଆଟାକ୍‌, ଆର୍ଟିଆଲ ଫିବ୍ରିଲେଶନ, ପେରିଫେରିଆଲ୍‌ ଆର୍ଟିଆଲ ସମସ୍ୟା, ଦୃଷ୍ଟି ଶକ୍ତି ନଷ୍ଟ ହେବା, କିଡ୍‌ନୀ ସମସ୍ୟା, ମନେ ରଖିବା ଶକ୍ତି ସମସ୍ୟା ଆଦି ସୃଷ୍ଟି ହୋଇଥାଏ।
ଉଚ୍ଚ ରକ୍ତଚାପକୁ ପ୍ରାଇମେରୀ ଏବଂ ସେକେଣ୍ଡାରୀ ଭାବେ ବିଭକ୍ତ କରାଯାଇଥାଏ। ପ୍ରାଇମେରୀ ଉଚ୍ଚ ରକ୍ତଚାପ ୯୦ରୁ ୯୫ ପ୍ରତିଶତ ଲୋକଙ୍କର ପରିବର୍ତ୍ତିତ ଜୀବନଚର୍ଯ୍ୟା ଓ ଜେନେଟିକ କାରଣ ଯୋଗୁ ହୁଏ । ଅଧିକ ଲୁଣ ଖାଇବା, ଅତ୍ୟଧିକ ଓଜନ ବୃଦ୍ଧି, ଧୂମପାନ ଓ ଆଲକୋହୋଲ ପିଇବା ଯୋଗୁ ମୁଖ୍ୟତଃ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ୫ରୁ ୧୦ ପ୍ରତିଶତ ଲୋକଙ୍କଠାରେ ସେକଣ୍ଡାରୀ ଉଚ୍ଚ ରକ୍ତଚାପ ଦେଖାଯାଇଥାଏ। ଏହା କିଡ୍‌ନୀ ସମସ୍ୟା, କିଡ୍‌ନୀ ଆର୍ଟେରୀ ସଂକୁଚିତ ସମସ୍ୟା, ଅଧିକ ଜନ୍ମ ନିରୋଧ ବଟିକା ସେବନ ଆଦି ଯୋଗୁ ସୃଷ୍ଟି ହୋଇଥାଏ।
ସାଧାରଣତଃ ବୟସ୍କଙ୍କ କ୍ଷେତ୍ରରେ ସିଷ୍ଟୋଲିକ୍‌ ରକ୍ତଚାପ ୧୦୦ରୁ ୧୨୦ ମଧ୍ୟରେ ରହିଥାଏ। ସେହିପରି ଡାଇଷ୍ଟୋଲିକ୍‌ ରକ୍ତଚାପ ୬୦ରୁ ୮୦ ମଧ୍ୟରେ ରହିଥାଏ। ଫଳରେ ଏହାକୁ ୧୨୦ ବାଏ ୮୦ ବୋଲି କୁହାଯାଇଥାଏ। ମାତ୍ର ଏହାଠାରୁ ଅଧିକ ହେଲେ ଲଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ।

ପୃଥିବୀର ପ୍ରାୟ ୩୭ ପ୍ରତିଶତ ଲୋକଙ୍କଠାରେ ଏହି ସମସ୍ୟା ରହିଥାଏ। ୨୦୧୦ରେ ଏହି ସମସ୍ୟା ଯୋଗୁ ପୃଥିବୀର ୧୮ ପ୍ରତିଶତ ଅର୍ଥାତ୍‌ ୯୪ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ପରେ ସଚେତନତା, ଖାଦ୍ୟପେୟ-ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଚିକିତ୍ସା ଦ୍ୱାରା ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri