Categories: ବାଣିଜ୍ୟ

ଶୀଘ୍ର ଶେଷ ହେବ ନୀରବଙ୍କ ପ୍ରତ୍ୟର୍ପଣ ଶୁଣାଣି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩ ହଜାର କୋଟି ଟଙ୍କା ଋଣ ଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଶୁଣାଣି ଲଣ୍ଡନର ଏକ କୋର୍ଟରେ ଜାରି ରହିଛି। ଏହି ଶୁଣାଣି ଶୀଘ୍ର ଶେଷ ହେବ ବୋଲି ଜଣାପଡିଛି। ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ରହିଥିବାରୁ ନୀରବଙ୍କ ରିମାଣ୍ଡକୁ ବଢାଯାଇଛି। ଲଣ୍ଡନର ଓ୍ବେଷ୍ଟ ମିନଷ୍ଟର ମାଜିଷ୍ଟ୍ରେଟ କୋର୍ଟ ମଙ୍ଗଳବାର ନୀରବଙ୍କ ହାଜତ ମିଆଦ ବଢାଇ ଦେଇଛନ୍ତି। ନୀରବଙ୍କ ଚୂଡାନ୍ତ ପ୍ରତ୍ୟର୍ପଣ ଶୁଣାଣି ଜାନୁୟାରୀ ୭ ଏବଂ ୮ ହେବ ବୋଲି ସୂଚନା ରହିଛି। ୪୯ ବର୍ଷୀୟ ନୀରବ ବର୍ତ୍ତମାନ ଓ୍ବାଣ୍ଡସଓର୍ଥ ଜେଲରେ ରହୁଛନ୍ତି। ମାର୍ଚ୍ଚ ୨୦୧୯ରେ ଗିରଫ ପରେ ତାଙ୍କୁ ଏହି ଜେଲରେ ରଖାଯାଇଛି। ସେ ଭିଡିଓଲିଙ୍କ ଜରିଆରେ କୋର୍ଟରେ ହାଜର ହେଉଛନ୍ତି। ଜାମିନ ପାଇଁ ସେ ବାରମ୍ବାର ଆବେଦନ କରିଥିବା ବେଳେ ତାଙ୍କ ଜାମିନକୁ ନ୍ୟାୟାଳୟ ଅଗ୍ରାହ୍ୟ କରିଦେଇଥିବା ଜଣାପଡିଛି।

Share