ନୀରବ ମହାମାରୀ

ଭାରତ ଏକ ଯୁବ ଦେଶ। ଏହାର ଜନସଂଖ୍ୟାର ମୋଟ ୫୩.୭% ହେଉଛନ୍ତି ଯୁବକ। ତେବେ ଚିନ୍ତାର ବିଷୟ ହେଉଛି, ସେମାନେ ଏବେ ଏକ ନୀରବ ମହାମାରୀର ସମ୍ମୁଖୀନ ହେଉଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ‘ଭାରତରେ ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଆତ୍ମହତ୍ୟା ୨୦୨୨’ ଶୀର୍ଷକ ରିପୋର୍ଟ ଅନୁଯାୟୀ, ଉକ୍ତ ବର୍ଷ ୧୩ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିଲେ, ଯାହା ସେହି ବର୍ଷର ମୋଟ ଆତ୍ମହତ୍ୟାର ୭.୬% ଥିଲା। ୧୮ ବର୍ଷରୁ କମ୍‌ ବୟସର ଛାତ୍ରୀଛାତ୍ରଙ୍କ ମଧ୍ୟରେ ୧୧୨୩ ଆତ୍ମହତ୍ୟାର କାରଣ ଥିଲା ପରୀକ୍ଷାରେ ବିଫଳତା, ଯେଉଁଥିରେ ୫୭୮ ଛାତ୍ର ଓ ୫୭୫ ଛାତ୍ରୀ ଶିକାର ହୋଇଥିଲେ।
୨୦୨୧ ରୁ ୨୦୨୨ ମଧ୍ୟରେ ଛାତ୍ର ଆତ୍ମହତ୍ୟା ୬% ହ୍ରାସ ପାଇଥିବାବେଳେ ଛାତ୍ରୀ ଆତ୍ମହତ୍ୟା ୭% ବୃଦ୍ଧି ପାଇଛି। ୨୦୨୧ରେ ୧୩,୦୮୯ ଶିକ୍ଷାର୍ଥୀ ଆତ୍ମହତ୍ୟା ରିପୋର୍ଟ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୮% ବୃଦ୍ଧି ପାଇଛି। ଗତ ୨ ଦଶନ୍ଧି ମଧ୍ୟରେ ଭାରତରେ ଶିକ୍ଷାର୍ଥୀ ଆତ୍ମହତ୍ୟା ବାର୍ଷିକ ୪% ହାରରେ ବୃଦ୍ଧି ପାଇଛି, ଯାହା ମୋଟ ଆତ୍ମହତ୍ୟା ହାରର ୨ଗୁଣ। ଆତ୍ମହତ୍ୟା ହାରରେ ଉଲ୍ଲେଖନୀୟ ବୃଦ୍ଧି ସହ ଓଡ଼ିଶା ମଧ୍ୟ ଶୀର୍ଷ ରାଜ୍ୟଗୁଡ଼ିକ ଭିତରେ ସ୍ଥାନ ପାଇଛି।
ଶିକ୍ଷାର୍ଥୀ ଆତ୍ମହତ୍ୟା ରୂପକ ନୀରବ ମହାମାରୀ ଦିନକୁ ଦିନ ବଢ଼ିଚାଲିଛି। ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଯୁବ ମନକୁ କେଉଁ କେଉଁ କାରଣ ପ୍ରବର୍ତ୍ତାଇଥାଏ ? ଉତ୍ତରଟି ସରଳ ନୁହେଁ। କେତେଜଣ ଛାତ୍ରୀଛାତ୍ର ହୁଏତ ନିଜର କିମ୍ବା ପରିବାରର ଆକାଂକ୍ଷା ପୂରଣରେ ବିଫଳ ହୋଇଥାନ୍ତି; କେତେକେ ହୁଏତ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି,ଆଉ କେତେକେ ବ୍ୟକ୍ତିଗତ କିମ୍ବା ପାରିବାରିକ ସମସ୍ୟା ସହ ଯୁଝିଥାଇପାରନ୍ତି; କେହି କେହି ନିର୍ଯାତନା କିମ୍ବା ଭେଦଭାବର ଶିକାର ହୋଇଥାଇପାରନ୍ତି। ବିଶେଷଜ୍ଞ ତଥା ଏଥିରୁ ବର୍ତ୍ତିଥିବା ଛାତ୍ରୀଛାତ୍ରଙ୍କ ଅନୁଯାୟୀ, ଏହି ମହାମାରୀର କେତେକ କାରଣ ରହିଛି।
ଆଜିର ପ୍ରତିଯୋଗିତାମୂଳକ ପାଠ୍ୟକ୍ରମରେ ଘଣ୍ଟା ଘଣ୍ଟା ଅଧ୍ୟୟନ ଓ କ୍ରମାଗତ ପରୀକ୍ଷାର ଚାପ ରହୁଛି। ଅଧିକାଂଶ ଶିକ୍ଷାନୁଷ୍ଠାନ ଛାତ୍ରୀଛାତ୍ରଙ୍କୁ ଦକ୍ଷତା ଆଧାର ର଼୍ୟାଙ୍କିଙ୍ଗ୍‌ କରନ୍ତି। ଏହା ଭଲ ସ୍କୋର କରି ନ ଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ହୀନମନ୍ୟତା ସୃଷ୍ଟିକରେ। ଫଳରେ ସେମାନେ ପାଠପଢ଼ାକୁ ନେଇ ଚାପଗ୍ରସ୍ତ ରହନ୍ତି। ଅନେକ ବାପମାଆ ବହୁ ଅର୍ଥ ଖର୍ଚ୍ଚକରି ପିଲାଙ୍କୁ ପଢ଼ାଇଥାନ୍ତି। ସେମାନେ ପିଲାଠାରୁ ଅଧିକ ଆଶାକରନ୍ତି ଓ ଲକ୍ଷ୍ୟ ହାସଲ ପାଇଁ ଚାପ ପକାଇଥାନ୍ତି। କେତେଜଣ ବାପାମାଆ ନିଜ ପିଲାକୁ ଅନ୍ୟ ପିଲା ସହ ତୁଳନା କରନ୍ତି ଏବଂ ଭଲ ପ୍ରଦର୍ଶନ ନ କଲେ ଅପମାନ ଦେଇଥାନ୍ତି। ଏହାଦ୍ବାରା ସେମାନେ ନିଜକୁ ଅସହାୟ ମନେକରିଥାନ୍ତି।
ଅଧିକାଂଶ ଛାତ୍ରୀଛାତ୍ର ବାହାରେ ରହି ଅଧ୍ୟୟନ କରିଥାନ୍ତି। ସେମାନଙ୍କୁ ଏକ ନୂତନ ପରିବେଶ ସହ ଖାପ ଖୁଆଇବାକୁ ପଡ଼େ। ହଷ୍ଟେଲରେ ସେମାନେ ପର୍ଯ୍ୟାପ୍ତ ସୁବିଧା କି ଯତ୍ନ ମିଳେନାହିଁ। ଅନେକ ଛାତ୍ରୀଛାତ୍ର ସାଙ୍ଗସାଥୀ କିମ୍ବା ଘର ମାଲିକଙ୍କଠାରୁ ନିର୍ଯାତନା ଅବା ଭେଦଭାବର ଶିକାର ହୁଅନ୍ତି। ଅଧ୍ୟୟନ ଚାପ, ପିତାମାତାଙ୍କ ପ୍ରତ୍ୟାଶା ଓ ସାମାଜିକ ସହଯୋଗ ଅଭାବ ଛାତ୍ରୀଛାତ୍ରଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ସେମାନଙ୍କ ମଧ୍ୟରେ ଚିନ୍ତା, ଉଦାସୀନତା, ଅନିଦ୍ରା, ଆତ୍ମସମ୍ମାନ ହାନି କିମ୍ବା ଆତ୍ମହତ୍ୟା ଭାବନା ସୃଷ୍ଟି ହୋଇପାରେ। ତଥାପି ଅନେକ ଛାତ୍ର ଅଜ୍ଞତା ହେତୁ ଆନୁଷ୍ଠାନିକ ସହାୟତା ଲୋଡ଼ନ୍ତି ନାହିଁ। ତେଣୁ ସେମାନେ ଗୁଣାତ୍ମକ ମାନସିକ ସ୍ବାସ୍ଥ୍ୟସେବା ପାଇପାରନ୍ତି ନାହିଁ। ଯଦିଓ ଏହି ନୀରବ ମହାମାରୀର ସହଜ ସମାଧାନ ନାହିଁ, ତେବେ କିଛି ସମ୍ଭାବ୍ୟ ପଦକ୍ଷେପ ନିଆଯାଇପାରେ।
ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ, ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗସାଥୀ ଛାତ୍ରୀଛାତ୍ରଙ୍କ ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟିକରିବା ଉଚିତ। ନିଜ ଆଗ୍ରହ ଅନୁସାରେ ସହ-ଶୈକ୍ଷିକ କାର୍ଯ୍ୟକଳାପରେ ଅଂଶଗ୍ରହଣ, ନୂଆ ଲୋକଙ୍କ ସହ ବନ୍ଧୁତା ଆଉ ମନୋରଞ୍ଜନ ପାଇଁ ସେମାନଙ୍କୁ ଉତ୍ସାହିତ କରାଯିବା କଥା। ଆବଶ୍ୟକ ହେଲେ ସେମାନଙ୍କୁ ଭାବନାତ୍ମକ ସମର୍ଥନ ଓ ମାର୍ଗଦର୍ଶନ ମଧ୍ୟ ଦେବା ଉଚିତ।
ପାଠ୍ୟକ୍ରମକୁ ଅଧିକ ନମନୀୟ ଓ ସନ୍ତୁଳିତକରି ଛାତୀଛାତ୍ରଙ୍କ ଉପରେ ଅଧ୍ୟୟନ ଚାପ ହ୍ରାସ କରାଯାଇପାରିବ। କେବଳ ପରୀକ୍ଷାକୁ ଆଧାରକରି ର଼୍ୟାଙ୍କିଙ୍ଗ୍‌ କରିବା ପରିବର୍ତ୍ତେ ବ୍ୟକ୍ତିଗତ ପାର୍ଥକ୍ୟ ଓ ଦକ୍ଷତାକୁ ସମ୍ମାନ ଦେବା ଦରକାର। ସେମାନଙ୍କ ଦକ୍ଷତା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ପରାମର୍ଶ ଦିଆଯିବା ଆବଶ୍ୟକ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରାଯିବା ଜରୁରୀ। ମାନସିକ ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ଓ ତାହାର ମୁକାବିଲା ସମ୍ପର୍କରେ ଶିକ୍ଷାଦେବା ସହ ଉଦାସୀନତା କିମ୍ବା ଆତ୍ମହତ୍ୟାପ୍ରବଣତା ଦେଖାଦେଲେ ଆନୁଷ୍ଠାନିକ ସହାୟତା ଓ ପରାମର୍ଶ ନେବାକୁ ଉତ୍ସାହିତ କରିବା ଉଚିତ।
ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତ୍ମହତ୍ୟା ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା କରାଯିବା ଆବଶ୍ୟକ। ହଷ୍ଟେଲରେ ସ୍ପ୍ରିଙ୍ଗ୍‌ଯୁକ୍ତ ପଙ୍ଖା ବ୍ୟବହାର ବାଧ୍ୟତାମୂଳକ ହେବା ଜରୁରୀ। ଛାତ୍ରୀଛାତ୍ରଙ୍କ ମାନସିକ ପରୀକ୍ଷା ଓ ପରାମର୍ଶ କେନ୍ଦ୍ର ସ୍ଥାପନକରି ସେମାନଙ୍କ କାର୍ଯ୍ୟକଳାପ ଓ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖିବା ଉଚିତ। ସେମାନଙ୍କ ମଧ୍ୟରେ କୌଣସି ଅସୁବିଧାର ଲକ୍ଷଣ ଦେଖାଦେଲେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ତେବେ ଏହି ନୀରବ ମହାମାରୀର ମୁକାବିଲା ପାଇଁ ଏତକ ପଦକ୍ଷେପ ଯଥେଷ୍ଟ ନୁହେଁ। ଏଥିପାଇଁ ଏକ ସାମଗ୍ରିକ ପାଠ୍ୟକ୍ରମ କାର୍ଯ୍ୟକାରୀ କରାଯିବା ଆବଶ୍ୟକ, ଯାହା କେବଳ ଶୈକ୍ଷିକ ଉତ୍କର୍ଷ ଉପରେ ନୁହେଁ ବରଂ ମାନସିକ ସୁସ୍ଥତା ଉପରେ ମଧ୍ୟ ଧ୍ୟାନ ରଖିବ। ଅଧିକନ୍ତୁ, ପିତାମାତାମାନେ ଫଳାଫଳ ପାଇଁ ଚାପଦେବା ପରିବର୍ତ୍ତେ ପିଲାମାନଙ୍କର ଆକାଂକ୍ଷା ଓ ସୀମିତତା ଉପରେ ଧ୍ୟାନଦେବା ଉଚିତ।
ଏହି ମହାମାରୀର ବିଲୋପ ପାଇଁ ଶିକ୍ଷା ଓ ସଫଳତା ପ୍ରତି ଆମ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଦକ୍ଷତା ଓ ସଫଳତାର ଏକମାତ୍ର ସୂଚକ ଭାବେ ମାର୍କ ଓ ର଼୍ୟାଙ୍କକୁ ଗୁରୁତ୍ୱ ଦେବା ଅନୁଚିତ। ସେମାନଙ୍କ ଆଗ୍ରହ ଓ ଦକ୍ଷତାକୁ ବିଚାର ନ କରି ପିଲାମାନଙ୍କ ଉପରେ ଆମର ସ୍ବପ୍ନ ଓ ଅଭିଳାଷକୁ ଲଦିଦେବା ବନ୍ଦ କରିବା ଆବଶ୍ୟକ। ପିଲାଙ୍କୁ ଅନ୍ୟମାନଙ୍କ ସହ ତୁଳନା କି ସେମାନଙ୍କ ମନରେ ହୀନମନ୍ୟତା ସୃଷ୍ଟିକରିବା ଅନୁଚିତ।
କେବଳ ଶାରୀରିକ ସ୍ବାସ୍ଥ୍ୟ ଓ ନିରାପତ୍ତା ନୁହେଁ; ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଯତ୍ନନେବା, ସେମାନଙ୍କର ଭାବନା ଓ ଚିନ୍ତାଧାରାକୁ ବୁଝିବା, ମୁକ୍ତ ଆଲୋଚନା କରିବା ସହ ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନଦେବା ଆବଶ୍ୟକ। ପିଲାଙ୍କୁ ନିଃସର୍ତ୍ତ ସ୍ନେହ ଦରକାର, ତେବେ ଯାଇ ସେମାନଙ୍କୁ ଏହି ନୀରବ ମହାମାରୀ କବଳରୁ ରକ୍ଷା କରାଯାଇପାରିବ।
ବେହେରା, ଧର୍ମଗଡ଼, କଳାହାଣ୍ଡି
ମୋ: ୮୬୩୭୨୯୯୫୯୫


Enter your email to get our daily news in your inbox.

All Right Reserved By Dharitri.Com

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri