ନିର୍ବାଚିତ ପରେ ନୀରବଦ୍ରଷ୍ଟା

ଅନୁଗୋଳ ଅଫିସ,୧୬ା୭ ଅନୁଗୋଳ ସହରରୁ ହଟାଯିବ ଜବରଦଖଲ। ବିଶେଷକରି ବର୍ଷା ଜଳ ନିଷ୍କାସନ ପଥରେ ଥିବା ସମସ୍ତ ଅବରୋଧକୁ ଉଚ୍ଛେଦ କରାଯିବ। ସହରକୁ ବର୍ଷାଦିନେ ଜଳବନ୍ଦୀରୁ ମୁକ୍ତ କରିବା ଦିଗରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ଗତ ପୌର ନିର୍ବାଚନ ବେଳେ ପ୍ରାର୍ଥୀମାନେ ପୌରାଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ନିର୍ବାଚିତ ହେବାର ୩ ମାସ ପରେ ବି ଉକ୍ତ ପ୍ରତିଶ୍ରୁତି ପୂରଣ ଦିଗରେ ସେପରି ବଳିଷ୍ଠ ପଦକ୍ଷେପ ନିଆଯାଇ ନାହିଁ। ଏପରି କି ପୌର ପରିଷଦର ୨ଟି ବୈଠକରେ ଏ ନେଇ ପ୍ରସ୍ତାବ ଲିପିବଦ୍ଧ ହୋଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ବର୍ଷା ଋତୁ ଆସିଯାଇଥିବା ବେଳେ ନିର୍ବାଚିତ ପ୍ରତିନିଧିମାନେ ନୀରବଦ୍ରଷ୍ଟା ସାଜିବାକୁ ନେଇ ସହରବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅନୁଗୋଳ ପୌରାଞ୍ଚଳରେ ଜବରଦଖଲ ସହରବାସିନ୍ଦାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ରାସ୍ତାଠାରୁ ଆରମ୍ଭ କରି ଡ୍ରେନ୍‌ଗୁଡ଼ିକୁ ଅକ୍ତିଆର କରାଯାଇଥିବାରୁ ଯାତାୟାତ ଓ ବର୍ଷା ଜଳ ନିଷ୍କାସନରେ ପ୍ରତିବନ୍ଧକ ଦେଖାଦେଉଛି। ଏହି କାରଣରୁ ହରିମହୁରୀ ଛକ, ବଜାରଛକ, ଗାନ୍ଧୀମାର୍ଗ, ବଜାର ଛକରୁ ମେଡିକାଲ ଛକ, ଅମଲାପଡ଼ା ମାର୍କେଟ କମ୍ପ୍ଲେକ୍ସ, ଶିମିଳିପଡ଼ା, ବଣିଆବାହାଳ, ସୌଭାଗ୍ୟନଗର, ତାମ୍ରିତ କଲୋନୀ କାଳୀ ମନ୍ଦିର ନିକଟ, ହେମସୁରପଡ଼ା ଶୁକୁଆସାହି ଆଦି ଅଞ୍ଚଳରେ ବର୍ଷା ହେଲେ ଲୋକମାନଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି। ସେହିପରି ବଣିଆବାହାଳ, ହାତୀଶାଳପଡ଼ା, ରାଧାରମଣପଡ଼ା କାଠଗୋଲା ସାହି, ଡିଆସିଛକ, ଶିମିଳିପଡ଼ା ଆଦି ଅଞ୍ଚଳରେ ବର୍ଷା ପାଣି ଲୋକଙ୍କ ଘରେ ପଶୁଥିବା ଦେଖିବାକୁ ମିଳୁଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଦୀର୍ଘବର୍ଷ ହେଲା ଦାବି ଉଠୁଛି। ଏପରି କି ଦୀର୍ଘବର୍ଷ ଧରି ପ୍ରଶାସକଙ୍କ ହାତରେ ଥିବା ପୌର ପରିଷଦ ନିର୍ବାଚିତ ପ୍ରତିନିଧିଙ୍କ ହାତକୁ ଗଲା ପରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସହରବାସୀ ଆଶା କରିଥିଲେ। ନିର୍ବାଚନ ବେଳେ ମଧ୍ୟ ପ୍ରାର୍ଥୀମାନେ ଏପରି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ଦିଗରେ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ପୂର୍ବଭଳି ବହୁ ବ୍ୟବସାୟୀ ଓ ମୁଷ୍ଟିମେୟ ବ୍ୟକ୍ତିଙ୍କ ଅକ୍ତିଆରରେ ଡ୍ରେନ୍‌ ଅଞ୍ଚଳ ରହିଥିବାରୁ ସହରବାସୀ ସମସ୍ୟାରେ ପଡ଼ୁଛନ୍ତି। ପୌର କର୍ତ୍ତୃପକ୍ଷ କେତେକ ସ୍ଥାନରେ ଉଚ୍ଛେଦ କରୁଥିଲେ ମଧ୍ୟ ତାହା ପୁଣି ଜବରଦଖଲକୁ ଚାଲିଯାଉଛି। ଏ ଦିଗରେ ସ୍ଥାୟୀ ପଦକ୍ଷେପ ନେବାରେ ବିଫଳ ପୌର ପ୍ରଶାସନ କେବଳ ବର୍ଷା ଛାଡ଼ିବା ପରେ ସହରରେ ଜେସିବି ବୁଲାଇ ଡ୍ରେନ୍‌ ସଫା କରି ଚୁପ୍‌ ବସିଯାଉଛି। କାଉନସିଲ ଗଠନ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍‌ ହେବ ବୋଲି ଟେଣ୍ଡର ବାହାରିଥିଲା। ତେବେ ନିର୍ବାଚନ ପରେ ପୌର କର୍ତ୍ତୃପକ୍ଷ ଓ ନଗରପାଳଙ୍କ ମଧ୍ୟରେ ତାଳମେଳ ଠିକ୍‌ ନ ରହିବାରୁ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲାନାହିଁ। ସହରରେ ବର୍ଷା ପାଣି ପଶିବା ପରେ ଏହି କାର୍ଯ୍ୟ କରାଯିବ ବୋଲି ମଧ୍ୟ କୁହାଗଲା। କିନ୍ତୁ ସେ ଦିଗରେ ପଦକ୍ଷେପ ଏଯାଏ ନିଆଯାଇ ନାହିଁ। ଓଲଟା ଏହାର ସମାଧାନ ରାସ୍ତା ଖୋଜାଗଲା ବେଳେ ଭୋଟବ୍ୟାଙ୍କ ଖସିଯିବା ଆଶଙ୍କା କରି କେତେଜଣ ନିର୍ବାଚିତ ପ୍ରତିନିଧି ଏଥିରେ ବାଧକ ସାଜୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri