ଆମେରିକାରେ ଶିଖ-ଇହୁଦୀ ଘୃଣା ଅପରାଧରେ ସର୍ବାଧିକ ପୀଡିତ: ଏଫବିଆଇ ରିପୋର୍ଟ…

ଓ୍ବାଶିଂଟନ,୨୩।୨ : ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବ୍ୟୁରୋ (ଏଫବିଆଇ) ଦ୍ୱାରା ଦେଶବ୍ୟାପୀ ଘଟଣାର ବାର୍ଷିକ ସଂକଳନ ଅନୁଯାୟୀ, ୨୦୨୧ ମସିହାରେ ଆମେରିକାରେ ଇହୁଦୀ ଏବଂ ଶିଖ ସମ୍ପ୍ରଦାୟମାନେ ଘୃଣା ଅପରାଧର ସର୍ବାଧିକ ଟାର୍ଗେଟରେ ଥିଲେ । ୨୦୨୧ ମସିହାରେ ଧର୍ମ ସହ ଜଡିତ ୧,୦୦୫ ଘୃଣା ଅପରାଧ ରିପୋର୍ଟ ହୋଇଥିବା ଏଫବିଆଇ କହିଛି।

ଧର୍ମ ଭିତ୍ତିକ ଅପରାଧର ସବୁଠାରୁ ବଡ ବର୍ଗ ହେଉଛନ୍ତି ଇହୁଦୀ। ସେମାନଙ୍କ ବିରୋଧ ୩୧.୯ ପ୍ରତିଶତ ଅପରାଧ ଘଟିଛି। ସେହିପରି ଶିଖ ବିରୋଧୀ ଘଟଣା ୨୧.୩ ପ୍ରତିଶତ ରହିଛି। ଧର୍ମ ଭିତ୍ତିକ ଘୃଣା ଅପରାଧ ମଧ୍ୟରୁ ୯.୫ ପ୍ରତିଶତ ମୁସଲମାନମାନଙ୍କ ବିରୁଦ୍ଧରେ ଥିଲା। କ୍ୟାଥୋଲିକ ବିରୋଧୀ ଘଟଣା ୬.୧ ପ୍ରତିଶତ ଏବଂ ରୁଷିଆ, ଗ୍ରୀକ ତଥା ଅନ୍ୟାନ୍ୟଙ୍କ ବିରୋଧରେ ୬.୫ ପ୍ରତିଶତ ଅପରାଧ ଘଟିଥିଲା।

ମୋଟାମୋଟି ଭାବେ, ଆଇନ ଶୃଙ୍ଖଳା ସଂସ୍ଥା ସମୁଦାୟ ୭,୨୬୨ ଘଟଣା ଏବଂ ୯,୦୨୪ ପୀଡ଼ିତଙ୍କର ରିପୋର୍ଟ କରିଥିଲେ। ଏଫବିଆଇ କହିଛି ଯେ ଘୃଣା ଅପରାଧ ସମଗ୍ର ଦେଶରେ ସମ୍ପ୍ରଦାୟ ପାଇଁ ଚିନ୍ତାର କାରଣ ପାଲଟିଛି। ୨୦୨୧ ବର୍ଷରେ ଏଫବିଆଇ ପରିସଂଖ୍ୟାନ ଅନୁଯାୟୀ, ୬୪.୮ ପ୍ରତିଶତ ପୀଡିତଙ୍କୁ ଟାର୍ଗେଟ କରାଯାଇଥିଲା କାରଣ ଅପରାଧୀମାନେ ଜାତି, ବର୍ଣ୍ଣ ଏବଂ ଜାତି ପ୍ରତି ପକ୍ଷପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri