Sikandar Release Date: ଫେବୃଆରୀ ୨୭ରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବେ ସଲମାନ

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଅନେକ ଦିନର ବ୍ୟବଧାନ ପରେ ସଲମାନ ‘ସିକନ୍ଦର’ ସହିତ ବଡ଼ ପରଦାକୁ ଫେରିବେ। ଫିଲ୍ମ ରିଲିଜ ହେବା ପୂର୍ବରୁ ନିର୍ମାତାମାନେ ‘ସିକନ୍ଦର’ ଏକ ନୂଆ ପୋଷ୍ଟର ଶେୟାର କରିଛନ୍ତି। ଆସନ୍ତା ଫେବୃଆରୀ ୨୭ ତାରିଖରେ ମଧ୍ୟ ନିର୍ମାତା ପ୍ରଶଂସକମାନଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେବାକୁ ଯାଉଛନ୍ତି।
ଆଜି ରିଲିଜ୍‌ ହୋଇଥିବା ପୋଷ୍ଟରରେ ସଲମାନ ରାଗ ମୁଡ୍‌ରେ ନଜର ଆସିଛନ୍ତି। ତାଙ୍କର ଏହି ପୋଷ୍ଟର ଦେଖି ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।
ନିର୍ମାତାମାନେ ଏପର୍ଯ୍ୟନ୍ତ ‘ସିକନ୍ଦର’ର ରିଲଜ୍‌ ଡେଟ୍‌ ଘୋଷଣା କରିନାହାଁନ୍ତି। ଫିଲ୍ମର ଟିଜର ଆସିସାରିଛି ଏବଂ ଏବେ ଲୋକମାନେ ଟ୍ରେଲରକୁ ଅପେକ୍ଷା କରିଛନ୍ତି। ‘ସିକନ୍ଦର’ ସାଜିଦ ନାଡିଆଡୱାଲାଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଆଜି ତାଙ୍କର ଜନ୍ମଦିନ ଅବସରରେ ନୂଆ ପୋଷ୍ଟର ରିଲିଜ୍‌ କରାଯାଇଛି। ଆସନ୍ତା ୨୭ରେ ଫିଲ୍ମ ରିଲିଜ୍‌ ଡେଟ୍‌ ଘୋଷଣା ହୋଇପାରେ।
‘ସିକନ୍ଦର’ ୨୦୨୫ ଇଦ୍‌ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିବେ। ଏହି ଫିଲ୍ମଟି ଏ.ଆର.ମୁରଗାଦୋସଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି।

 

View this post on Instagram

 

A post shared by Salman Khan (@beingsalmankhan)


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri