ପରିବର୍ତ୍ତନର ସଙ୍କେତ

ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ଭାବେ କ୍ୟାବିନେଟ ର଼୍ୟାଙ୍କରେ ନିଯୁକ୍ତ କରିଛନ୍ତି। କେବଳ ମିଶ୍ରଙ୍କ ପାଇଁ ଏହା ଏକ ବଡ଼ ଦାୟିତ୍ୱ ନୁହେଁ, ବରଂ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମିଶ୍ରଙ୍କ କ୍ୟାରିୟରକୁ ଦେଖିଲେ ୨୦୧୪ରେ ମୋଦି ସରକାର ଯେତେବେଳେ କ୍ଷମତାକୁ ଆସିଲେ ସେତେବେଳେ ସଙ୍ଗେ ସଙ୍ଗେ ତାଙ୍କୁ ଭାରତର ସବୁଠୁ ବଡ଼ ଅର୍ଦ୍ଧସାମରିକ ବଳ ସିଆର୍‌ପିଏଫ୍‌ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ଅବସର ନେବା ପରେ ସେ କେନ୍ଦ୍ରର ଶୁଭ ଦୃଷ୍ଟିରେ ରହିଆସିଥିଲେ। ଶେଷରେ ସେ ଭାଜପାରେ ଯୋଗଦେଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଶାସନିକ କ୍ୟାରିୟରରେ ସେ ବହୁ ବାଧାର ସମ୍ମୁଖୀନ ହୋଇଛନ୍ତି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ତାଙ୍କ କାର୍ଯ୍ୟକାଳ ହଠାତ୍‌ ଶେଷ ହୋଇଯାଇଥିଲା, ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସେହି ପଦବୀରୁ ହଟାଇ ଦେଇଥିଲେ। କିନ୍ତୁ ସେ ଦିଲ୍ଲୀରେ ପ୍ରଶାସନିକ ବ୍ୟବସ୍ଥାକୁ ଫେରି ପ୍ରମୁଖ ପଦବୀରେ ରହିଥିଲେ। ଏପରି କି ସେ ସିବିଆଇ ନିର୍ଦ୍ଦେଶକ ପଦବୀର ନିକଟତର ହୋଇଥିଲେ। କିନ୍ତୁ ୨୦୧୪ରେ ଯେତେବେଳେ ମିଶ୍ରଙ୍କ ନାମ ସିବିଆଇ ଶୀର୍ଷ ପଦବୀ ପାଇଁ ବିଚାର କରାଗଲା ସେତେବେଳେ ଓଡ଼ିଶା ସରକାର ତାଙ୍କ ନାମରେ ଏକ ଭିଜିଲାନ୍ସ କେସ୍‌ କଲେ। ଷ୍ଟେଟ୍‌ ପୋଲିସ ହାଉସିଂ ଆଣ୍ଡ୍‌ ଓ୍ବେଲ୍‌ଫେୟାର କର୍ପୋରେଶନର ସିଏମ୍‌ଡି ଥିବାବେଳେ ଆଥିର୍ର୍କ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ତାଙ୍କ ବିରୋଧରେ ଏହି କେସ୍‌ କରାଯାଇଥିଲା। ପରେ ୨୦୧୫ରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ଏହି ମାମଲାକୁ ରଦ୍ଦ କରିବା ସହ ରାଜ୍ୟ ସରକାର ତାଙ୍କୁ ଟାର୍ଗେଟ କରିଥିବା କହିଥିଲେ। ଏବେ ଏକ ଦଶନ୍ଧି ପରେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଛି। ଭାଜପା ଅଭିଜ୍ଞ ଅମଲାତନ୍ତ୍ରୀଙ୍କ ଉପରେ ଅଧିକ ଭରସା କରୁଛି ଏବଂ ଓଡ଼ିଶା କ୍ଷମତା ପରିସରକୁ ମିଶ୍ରଙ୍କ ପୁନଃପ୍ରବେଶ ରାଜ୍ୟର ରାଜନୈତିକ ଗତିଶୀଳତାରେ ପରିବର୍ତ୍ତନ ସଙ୍କେତ ଦେଇଛି।
ଅସହାୟ ସ୍ବୀକାରୋକ୍ତି
ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସ୍ବୀକାରୋକ୍ତିକୁ ନେଇ ଏକ ପୁରୁଣା ପ୍ରଶ୍ନ ଉଠିଛି। ପ୍ରଶ୍ନଟି ହେଉଛି ବାସ୍ତବରେ କିଏ ଭାରତର ଶାସନକୁ ନିୟନ୍ତ୍ରଣ କରୁଛି- ନିର୍ବାଚିତ ସରକାର ନା ଅମଲାତାନ୍ତ୍ରିକ ପ୍ରକ୍ରିୟା। ସେ ପ୍ରକାଶ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକସ ଛାଡ଼ କରିବାକୁ ଚାହଁୁଥିଲେ, କିନ୍ତୁ ଅମଲାତାନ୍ତ୍ରିକ ପ୍ରକ୍ରିୟା ଏହାକୁ ଧିମା କରିଦେଲା। ସେ ପ୍ରକୃତରେ କହିଥିଲେ, ” ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ସ୍ପଷ୍ଟ ଥିଲେ ଯେ, ସେ କିଛି କରିବାକୁ ଚାହଁୁଛନ୍ତି। ଏଣୁ ବୋର୍ଡକୁ ଅବଗତ କରିବା ଲାଗି ଅଧିକ କାମ କରିବା ଆବଶ୍ୟକ ଥିଲା। ଏଥିରୁ ବୁଝାପଡ଼ୁଛି ଯେ, ରାଜନୈତିକ ନେତୃତ୍ୱ ନିକଟରେ ବଡ଼ ବିଚାର ଥାଇପାରେ, କିନ୍ତୁ ତାହା ଯେତେବେଳେ ସାମ୍ନାକୁ ଆସେ ବାବୁମାନେ ହିଁ ନିଷ୍ପତ୍ତି ନିଅନ୍ତି। ଅର୍ଥମନ୍ତ୍ରୀଙ୍କର ଏହା ଏକ ଅସହାୟ ବା ଦୁର୍ବଳ ସ୍ବୀକାରୋକ୍ତି। ବାସ୍ତବରେ ବାବୁମାନେ ରାଜନୈତିକ ପରିସରରେ ସେମାନଙ୍କ କ୍ଷମତା ପ୍ରୟୋଗ ଜାରି ରଖିଛନ୍ତି କି? କିମ୍ବା ଅମଲାତନ୍ତ୍ରକୁ ତାହାର ଯଥୋଚିତ ପରିଶ୍ରମର ଏହା ଏକ ପରୋକ୍ଷ ପ୍ରଶଂସା, ଯାହା ନିଶ୍ଚିତ କରୁଛି କି ସେମାନଙ୍କ ଉଚିତ ଯାଞ୍ଚ ବିନା କିଛି ବି ଆଗେଇ ପାରିବ ନାହିଁ। ସେ ଯାହା ବି ହେଉ, ଏହା ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଯିଏ କ୍ଷମତାରେ ଥାଆନ୍ତୁ ନା କାହିଁକି ବ୍ୟବସ୍ଥା ତା’ ବାଟରେ କାମ କରେ। ଏବେ ଟିକସଦାତାମାନେ ଶୀଘ୍ର ମୁକ୍ତ ହେବାକୁ ଚାହାନ୍ତି। ସେମାନେ ଅଧିକ ଇଚ୍ଛୁକ, କିନ୍ତୁ ଫାଇଲ ପ୍ରୋସେସିଂରେ ଅଛି। ଏହା ମଧ୍ୟ ଏକ ଅସ୍ବସ୍ତିକର ବାସ୍ତବତାକୁ ପ୍ରକାଶ କରୁଛି, ଯେଉଁଥିରେ ରାଜନେତାମାନେ ନୂଆ ଦୃଷ୍ଟିକୋଣ ଆଣିବେ କିନ୍ତୁ ତାହା କିଭଳି ତୁରନ୍ତ ଆଗକୁ ବଢ଼ିବ ତାହା ଅମଲାତନ୍ତ୍ରୀମାନେ ନିଷ୍ପତ୍ତି ନେବେ।
ଚତୁର ନିଷ୍ପତ୍ତି
ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ରାଜ୍ୟରେ ନୂଆ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କ ପ୍ରବେଶକୁ ରୋକିବା ଲାଗି ନିଷ୍ପତ୍ତି ନେଇଛନ୍ତି, ଯାହାକୁ ନେଇ ବିବାଦ ଉଠିଛି। ତାଙ୍କର ଯୁକ୍ତି ହେଉଛି, ରାଜ୍ୟର ଲୋକସଂଖ୍ୟା ୭୦ ଲକ୍ଷ ହୋଇଥିବାରୁ ଏବେ କାର୍ଯ୍ୟରତ ୧୫୩ ଆଇଏଏସ୍‌ ଅଧିକାରୀ ଯଥେଷ୍ଟ। ସେ ମଧ୍ୟ ଭାରତୀୟ ବନସେବା (ଆଇଏଫ୍‌ଏସ୍‌) ଅଧିକାରୀ ସଂଖ୍ୟା ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ଏକ ଚତୁର କାର୍ଯ୍ୟ, ହେଲେ ସମସ୍ତେ ଏହା ବୁଝନ୍ତି ନାହିଁ। ବିରୋଧୀ ନେତା ଜୟରାମ ଠାକୁର ସୁଖୁଙ୍କ ପଦକ୍ଷେପକୁ ବିରୋଧ କରିବା ସହ ଏହାକୁ ଶାସକୀୟ ବିଫଳତା ବୋଲି କହିଛନ୍ତି। ସୁଖୁଙ୍କ ପଦକ୍ଷେପ ବିରୋଧରେ ଯୁକ୍ତି କରାଯାଉଛି ଯେ, କମ୍‌ ଅଧିକାରୀ ରହିବା ଅର୍ଥ କାର୍ଯ୍ୟ ଚାପ ବଢ଼ିବ, ନିଷ୍ପତ୍ତିରେ ବିଳମ୍ବ ହେବ ଏବଂ ଅଧିକ ପ୍ରଶାସନିକ ଅବ୍ୟବସ୍ଥା ସୃଷ୍ଟି ହେବ। ସୁଖୁ କେବଳ ସଂଖ୍ୟା ହ୍ରାସ କରିବା କଥା ଚିନ୍ତା କରିନାହାନ୍ତି ବରଂ ଖର୍ଚ୍ଚ କମାଇବା ସହ ପ୍ରଶାସନକୁ ବ୍ୟବସ୍ଥିତ କରିବାର ଲକ୍ଷ୍ୟ ରଖିଛନ୍ତି। ଅନାବଶ୍ୟକ ସରକାରୀ ଖର୍ଚ୍ଚ କମାଇବା ଏକ ଚତୁର ରାଜନୈତିକ ନିଷ୍ପତ୍ତିି । ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ ବଢ଼ାଇବା ବଦଳରେ ସରକାର ଦକ୍ଷତା ପ୍ରତି ଗୁରୁତ୍ୱ ଦେଉଥିବା ସଙ୍କେତ ଦେଇଛନ୍ତି। ପ୍ରକୃତ ପ୍ରଶ୍ନ ହେଉଛି, ଏହା କ’ଣ ଏକ ଭଲ ସୁଶାସନକୁ ବାଟ ଦେଖାଇବ ନା ଶାସନ ଉପରେ ଅଧିକ ଚାପ ପକାଇ ନକାରାତ୍ମକ ପରିଣାମକୁ ଆମନ୍ତ୍ରଣ କରିବ?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri