ଭାରତରେ ମାନବାଧିକାର ଉଲ୍ଲଂଘନର ଅସଂଖ୍ୟ ଦୃଷ୍ଟାନ୍ତ

ଓ୍ବାଶିଂଟନ,୨୨ା୩: ଭାରତରେ ମାନବାଧିକାର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଦେଶରେ ଧର୍ମୀୟ ସଂଖ୍ୟାଲଘୁ, ବିରୋଧୀ ଓ ଖବରଦାତାମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ସୋମବାର ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି। ବିଭାଗୀୟ ମୁଖ୍ୟ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ୨୦୨୨ କଣ୍ଟ୍ରି ରିପୋଟର୍‌ସ ଅନ୍‌ ହ୍ୟୁମାନ୍‌ ରାଇଟ୍ସ ପ୍ରାକ୍ଟିସେସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ହିନ୍ଦୁ ଜାତୀୟତାବାଦୀ ସରକାର ଅମଳରେ ହେଉଥିବା ବହୁ ମାନବାଧିକାର ହନନକୁ ଅନ୍ତର୍ଭୁକ୍ତ କରାଯାଇଛି। ଉକ୍ତ ରିପୋର୍ଟକୁ ଇଣ୍ଡିଆନ୍‌ ଆମେରିକାନ୍‌ ମୁସଲିମ୍‌ କାଉନ୍‌ସିଲ (ଏଆଇଏମ୍‌ସି) ସ୍ବାଗତ କରିଛି।
ଭାରତରେ ପ୍ରବଳ ମାତ୍ରାରେ ମାନବାଧିକାର ଉଲ୍ଲଂଘନ ହେଉଥିବା ଏବଂ ସେସବୁକୁ ଓ୍ବାଶିଂଟନ ଅନୁଧ୍ୟାନ କରୁଥିବା ବିଷୟ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିବାର ବର୍ଷକ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ବିସ୍ତୃତ ତଥା ବିଶ୍ଳେଷଣାମତ୍କ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତରେ ମୁସଲମାନ, ଖ୍ରୀଷ୍ଟିଆନ୍‌ ଓ ଅନ୍ୟ ଧର୍ମୀୟ ସଂଖ୍ୟାଲଘୁମାନଙ୍କ ଉପରେ ହିଂସ୍ର ଆକ୍ରମଣର ଅସଂଖ୍ୟ ଉଦାହରଣ ରହିଛି। ମୁସଲମାନମାନଙ୍କ ଘରଗୁଡ଼ିକୁ ସରକାରଙ୍କ ନେତୃତ୍ୱରେ ଭଙ୍ଗାଯାଉଛି। ବିଦ୍ୱେଷପୂର୍ଣ୍ଣ ଆଇନ ବଳରେ ମୁସଲମାନମାନଙ୍କୁ ଟାର୍ଗେଟ କରାଯାଉଛି। କେନ୍ଦ୍ର ସରକାର ଓ ତାଙ୍କ ଏଜେଣ୍ଟମାନେ ନ୍ୟାୟ ବହିର୍ଭୂତ ହତ୍ୟା କରାଇବା ସହ ନିର୍ଯାତନା ଦେଉଛନ୍ତି। ଥାନା ଓ ଜେଲଗୁଡ଼ିକରେ ପୋଲିସ ତଥା କାରାଗାର ଅଧିକାରୀମାନେ ରାଜନୈତିକ ବନ୍ଦୀ ଓ ଅଟକମାନଙ୍କ ସହ ଅମାନବୀୟ ତଥା ଅପମାନଜନକ ବ୍ୟବହାର କରୁଛନ୍ତି। ଖବରଦାତାମାନଙ୍କୁ ଅକାରଣେ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। ଗଣମାଧ୍ୟମ ଉପରେ କଟକଣା ଲଗାଯାଉଛି। ଏଭଳି ମୁସଲମାନ ବିରୋଧୀ କାର୍ଯ୍ୟ ବଢ଼ିଚାଲିବା ଏକଚ୍ଛତ୍ରବାଦୀ ଶାସନର ସଙ୍କେତ। କେନ୍ଦ୍ର ସରକାର ମାନବାଧିକାର କର୍ମୀ ଓ ଖବରଦାତାମାନଙ୍କୁ ଗିରଫ କରିବା ପାଇଁ ଅନେକ ସମୟରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ)ର ଦୁରୁପଯୋଗ କରୁଥିବାରୁ ସିଭିଲ୍‌ ସୋସାଇଟି ଅର୍ଗାନାଇଜେଶନ୍‌ଗୁଡ଼ିକ ଚିନ୍ତାବ୍ୟକ୍ତ କରୁଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ନରହତ୍ୟା ସମ୍ପର୍କିତ ଧର୍ମୀୟ ହିଂସାର ଅସଂଖ୍ୟ ଦୃଷ୍ଟାନ୍ତ ରହିଥିବା ଉକ୍ତ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୨୦୧୬ରୁ ୨୦୨୧ ମଧ୍ୟରେ ଗୋହତ୍ୟା, ଗୋମାଂସ ବିକିବା ଓ ଖାଇବା, ଧର୍ମୀୟ ଘୃଣା ଆଦି ସନ୍ଦେହରେ ୩୦ରୁ ଊର୍ଦ୍ଧ୍ୱ ଆଦିବାସୀ ଖ୍ରୀଷ୍ଟିଆନ୍‌ ଓ ମୁସଲମାନଙ୍କୁ ହତ୍ୟା କରାଯାଇଛି ନଚେତ ଭିଡ଼ହିଂସାରେ ପିଟି ପିଟି ଲହୁଲୁହାଣ କରାଯାଇଛି। ରିପୋର୍ଟରେ ମଧ୍ୟପ୍ରଦେଶର ମୁସଲିମ୍‌ ଚାଷୀ ନାଜିର ଅହମଦଙ୍କୁ ଅଗଷ୍ଟ ୨ରେ ଗୋରୁ ଚାଲାଣ ଅଭିଯୋଗରେ ପିଟି ହତ୍ୟା କରାଯାଇଥିବା ବିଷୟ ମଧ୍ୟ ଉଲ୍ଲେଖ କରାଯାଇଛି। ଏନେଇ ଆଇଏଏମ୍‌ସି ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ରଶିଦ୍‌ ଅହମଦ କହିଛନ୍ତି, ବ୍ଲିଙ୍କେନ୍‌ଙ୍କ ରିପୋର୍ଟକୁ ଆମେ ପ୍ରଶଂସା କରୁଛୁ। ଭାରତରେ ପ୍ରବଳ ମାନବାଧିକାର ଉଲ୍ଲଂଘନ ହେଉଥିବାରୁ ଏହାକୁ ‘କଣ୍ଟ୍ରି ଅଫ୍‌ ପର୍ଟିକୁଲାର କନ୍‌ସର୍ନ’ ଭାବେ ତୁରନ୍ତ ଆଖ୍ୟା ଦିଆଯାଉ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri