ଟିକସ ଆଦାୟରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୧୬।୧୨ (ଅଭୟ ଦାଶ): ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ନୂଆ ନିୟମ ଓ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ରମାଗତ ଭାବେ ଟିକସ ଆଦାୟ ପରିମାଣ ବୃଦ୍ଧି ପାଇଛି ବୋଲି ଆୟକର ବିଭାଗର ମହାନିର୍ଦ୍ଦେଶିକା ସୁନିତା ବୈଂଶଲା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ଆୟକର ବିଭାଗର ଇଣ୍ଟେଲିଜେନ୍ସ ଆଣ୍ଡ କ୍ରିମିନାଲ ଇନ୍‌ଭେଷ୍ଟିଗେଶନ ଡାଇରେକ୍ଟୋରେଟ୍‌ ପକ୍ଷରୁ ଆୟୋଜିତ ସଚେତନତା କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁନିତା କେନ୍ଦ୍ର ସରକାରଙ୍କ ଇ-ଭେରିଫିକେଶନ ସ୍କିମ୍‌-୨୦୨୧ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିଭଳି ୨୦୨୧ ଡିସେମ୍ବର ୧୩ରୁ ଇ-ଭେରିଫିକେଶନ ସ୍କିମ୍‌ ଆରମ୍ଭ ହୋଇଥିଲା। ଏହି ସ୍କିମ୍‌ ଆରମ୍ଭ ହେବା ପରେ ଟିକସଦାତାମାନେ ବିଭାଗୀୟ ନିୟମ ପାଳନ ସହ ଟିକସ ଆଦାୟରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ଟିକସ ସମ୍ପର୍କିତ ବିବାଦ ସଂଖ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି ବୋଲି ସୁନିତା ମତପ୍ରକାଶ କରିଥିଲେ। ସେହିପରି ଇ- ଭେରିଫିକେଶନ ସ୍କିମ୍‌ ପ୍ରଭାବରେ ମଧ୍ୟ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆଗାମୀ ଦିନରେ ମଧ୍ୟ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ସେ ଆଶପ୍ରକଟ କରିଛନ୍ତି। ଅପରପକ୍ଷରେ ଏହି ସଚେତନତା କର୍ମଶାଳାରେ ସାମିଲ ହୋଇଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ବିତ୍ତୀୟ ଅଧିକାରୀ ଏବଂ ଆଇନଜୀବୀମାନଙ୍କୁ ସେ ସମ୍ବୋଧିତ କରିଥିଲେ। ଏପରିକି ଟିକସଦାତାଙ୍କ ଠିକ୍‌ ତଥ୍ୟ ପ୍ରଦାନ କରିବାକୁ ସୁନିତା ଆହ୍ବାନ ଦେଇଛନ୍ତି। ବିଶେଷକରି ରିପୋର୍ଟିଂ ସଂସ୍ଥାଗୁଡିକ ଆୟକର ବିଭାଗ ଓ ଟିକସଦାତାଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା ସହ ସେତୁ ଭଳି କାର୍ଯ୍ୟ କରିଥାନ୍ତି। ରିପୋର୍ଟିଂ ସଂସ୍ଥାଗୁଡ଼ିକ ଆର୍ଥିକ ନେଣଦେଣରେ ଠିକ୍‌ ତଥ୍ୟ ପ୍ରଦାନ କରିବା ଏବଂ ଆୟକରଦାତାଙ୍କ ତଥ୍ୟକୁ ନିଜ ଆୟକର ରିଟର୍ନରେ ଠିକ୍‌ ଭାବେ ପ୍ରଦାନ କରିବା ଦ୍ୱାରା ଦେଶରେ ଆୟକରଦାତା ଓ ଟିକସ ସଂଗ୍ରହ ବୃଦ୍ଧି ପାଇବାରେ ବେଶ୍‌ ସହାୟକ ହୋଇଛି ବୋଲି ସୁନିତା କହିଛନ୍ତି। ପରିଶେଷରେ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ରାହୁଲ କର୍ନା କେନ୍ଦ୍ର ସରକାରଙ୍କ ଇ-ଭେରିଫିକେଶନ ସ୍କିମ୍‌ ୨୦୨୧ ଏବଂ ବିତ୍ତୀୟ ନେଣଦେଣ ସମ୍ପର୍କିତ ବିବରଣୀ ଦାଖଲ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବହୁ ବରିଷ୍ଠ ଆୟକାର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର: ଆକ୍ସନ ମୋଡରେ ନବୀନ

ଭୁବନେଶ୍ୱର,୨୧।୧: କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା। ସେ କହିଛନ୍ତି, ଉତ୍ତର ସନ୍ତୋଷଜନକ…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି: ଆମେରିକାରୁ ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୨୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରୁଥିବା ଖବର ସାମ୍ନାକୁ ଆସିଛି। ହଠାତ୍‌ ମତ…

ଗ୍ୟାସ ଅଭାବ ଯୋଗୁ ଅଙ୍ଗନାଓ୍ବାଡି କର୍ମୀଙ୍କ ମଧ୍ୟରେ ଭାଳେଣି, ଅଙ୍ଗନାଓ୍ବାଡି କେନ୍ଦ୍ରରେ ବନ୍ଦ ହୋଇଯିବ ରୋଷେଇ!

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ମିଳୁନି ଜାଳେଣି ଗ୍ୟାସ, ଗ୍ୟାସ ଅଭାବରୁ ଅଧିକାଂଶ ହୋଟେଲ, ଫାଷ୍ଟଫୁଡ୍‌ ସେଣ୍ଟର ଓ ଚା’ ଦୋକାନ ବନ୍ଦ ହୋଇ ସାରିଥିବାବେଳେ ଏବେ ଘରମାନଙ୍କରେ ମଧ୍ୟ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶାଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ନାଟକ ‘ପଲ୍ଲୀରୁ ଦିଲ୍ଲୀ ’ ମଞ୍ଚସ୍ଥ…

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ମେଘଝୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହେଇଯାଇଛି…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri