ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୬।୧୧: ଓଡ଼ିଶାର ୧୭୭ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବଠକ ସୋମବାର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ହୋଟେଲ ମେ’ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏସ୍‌ଏଲ୍‌ବିସି ଓଡ଼ିଶାର ଅଧ୍ୟକ୍ଷ ବିଜୟ କୁମାର ନିବୃତି କାମ୍ବଲେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରିବା ସହ ବାର୍ଷିକ ଋଣ ଯୋଜନା, ସିଡି ଅନୁପାତ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସାମାଜିକ ସୁରକ୍ଷା ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ। ସେହିଭଳି ଶିକ୍ଷାଋଣ, ଗୃହଋଣ, କୃଷିକୁ ନିବେଶ ଋଣ, ରପ୍ତାନି ଋଣ, ବିଭିନ୍ନ କ୍ଲଷ୍ଟରର ବିକାଶ ଆଦି କ୍ଷେତ୍ରରେ ଉନ୍ନତି ଆଣିବାକୁ ସେ ପରାମର୍ଶ ଦେଇଥିଲେ। ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଓଡ଼ିଶା ରାଜ୍ୟର ସମସ୍ତ ବ୍ୟାଙ୍କ ବାର୍ଷିକ ଋଣ ଯୋଜନାରେ ୧,୦୩,୮୮୯ କୋଟି ଟଙ୍କା ଋଣ ଦେଇଛନ୍ତି, ଯାହାକି ନର୍ଦ୍ଧାରିତ ବାର୍ଷିକ ଲକ୍ଷ୍ୟ ୨,୧୦,୫୪୬ କୋଟି ଟଙ୍କାର ୪୯.୩୪% ଅଟେ। କୃଷିଋଣ ଲକ୍ଷ୍ୟର ୫୩.୦୦% ଏବଂ ଏମଏସଏମଇ ଋଣ ଲକ୍ଷ୍ୟର ୫୬.୮୯% ହାସଲ ହୋଇଛି। ୨୦୨୪ ଜୁନ୍‌ ୩୦ ସୁଦ୍ଧା ୭୬.୦୬%ରୁ ବୃଦ୍ଧି ପାଇ ସେପ୍ଟେମ୍ବର ୩୦ସୁଦ୍ଧା ସିଡି ଅନୁପାତ ୭୬.୩୫% ରହିଛି। ସେପ୍ଟେମ୍ବର ୩୦, ୨୦୨୪ସୁଦ୍ଧା ଓଡ଼ିଶାରେ ବ୍ୟାଙ୍କଗୁଡ଼ିକ ପିଏମଜେଡିୱାଇ ଅଧୀନରେ ୪୭.୬୩%, ପିଏମଜେଜେବିୱାଇ ଅଧୀନରେ ୭୧.୮୭%, ପିଏମଏସବିୱାଇ ଅଧୀନରେ ୬୪.୫୬% ଏବଂ ଏପିୱାଇ ଅଧୀନରେ ୫୧.୪୩% ଲକ୍ଷ୍ୟ ହାସଲ କରିଛନ୍ତି। ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି ରିଜର୍ଭ ବ୍ୟାଙ୍କ ନୀତି, ପ୍ରାଥମିକତା କ୍ଷେତ୍ର ଲକ୍ଷ୍ୟ, ଓଡ଼ିଶାରେ ଶତପ୍ରତିଶତ ଡିଜିଟାଲ ଲକ୍ଷ୍ୟ ହାସଲ, ଜିଡିପି ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି, ରାଜ୍ୟର ସିଡି ଅନୁପାତରେ ଉନ୍ନତି ଉପରେ ଆଲୋକପାତ କରିଥିଲେ। ନୂଆ ଗ୍ରାହକଙ୍କ ଋଣ ପ୍ରସ୍ତାବ, ପ୍ରୋତ୍ସାହନ ଓ ଋଣ ମଞ୍ଜୁରୀ ଉପରେ ତ୍ୱରିତ ନିଷ୍ପତ୍ତି ନେବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଶାଖାସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଏସଏଲବିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିବାକୁ ସେ ବ୍ୟାଙ୍କ ପ୍ରଶାସନିକ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି
ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ୧୦ଟି ଫୋକସ ପଏଣ୍ଟ ଉପରେ ଆଲୋକପାତ କରିଥିଲେ, ଯଥା ଭିଜନ ଓଡ଼ିଶା୨୦୩୬ ଏବଂ ଭିଜନ ଇଣ୍ଡିଆ୨୦୪୭, ଋଣର ଯଥେଷ୍ଟତା, ଋଣର ଗୁଣବତ୍ତା, ଅଳ୍ପ ବିକଶିତ ଜିଲାର ବିକାଶ ସୁନିଶ୍ଚିତ କରିବା ପାଇଁ ଆଞ୍ଚଳିକ ବିକାଶ, ବ୍ୟାଙ୍କିଙ୍ଗର ସହଜତା, ଆଇଇସି ସମ୍ବନ୍ଧୀୟ କାର୍ଯ୍ୟକଳାପ ବୃଦ୍ଧି, ଆଇଟି, ବ୍ୟବସାୟ ପ୍ରକ୍ରିୟା ପୁନର୍ଗଠନ, ବ୍ୟାଙ୍କିଙ୍ଗରେ ଅଭିନବତା,ସରକାରଙ୍କ ପ୍ରାୟୋଜିତ ଯୋଜନାରେ ଉନ୍ନତି, ଆବାସ, ଶିକ୍ଷା ଓ ରପ୍ତାନି ଏବଂ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କମିଶନର ତଥା ସଚିବ ଗୁହାପୁନମ ଟି ବାର୍ଷିକ ଋଣ ଯୋଜନା, ସରକାରଙ୍କ ପ୍ରାୟୋଜିତ ଯୋଜନା ଇତ୍ୟାଦିର ବିଭିନ୍ନ ଦିଗ ଉପରେ ନିଜର ମତାମତ ରଖିଛନ୍ତି । ଉଦ୍ୟାନ କୃଷି ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ ଓ ସଂସ୍ଥାଗତ ଅର୍ଥ ନିର୍ଦ୍ଦେଶକ ମଧ୍ୟ ନିଜ ନିଜ ବିଭାଗ ଉପରେ ମତାମତ ରଖିଛନ୍ତି। ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଏସଏଲବିସି ଓଡ଼ିଶାର ଆବାହକ ଗୌତମ ପାତ୍ର ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ସେପ୍ଟେମ୍ବର୨୦୨୪ରେ ଶେଷ ହୋଇଥିବା ପ୍ରଥମାର୍ଦ୍ଧରେ ସମସ୍ତ ବ୍ୟାଙ୍କର କାର୍ଯ୍ୟଦକ୍ଷତା ପ୍ରଦର୍ଶନ ଉପରେ ଆଲୋଚନା କରିଥିଲେ। ଶେଷରେ ଏସ୍‌ଏଲବିସି ଓଡ଼ିଶା ପ୍ରଭାରୀ ଲିଙ୍ଗରାଜ ନାୟକ ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri