ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୧୭।୩ (ଅଭୟ ଦାଶ): ଓଡ଼ିଶା ପ୍ରଦେଶରେ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କର କାର୍ଯ୍ୟକଳାପ ଆଶାନୁରପ ରହିଥିବାବେଳେ ରାଜ୍ୟର ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ ବ୍ୟାଙ୍କଗୁଡିକର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ୧୭୪ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଷ୍ଟେଟ ଲେବୁଲ ବ୍ୟାଙ୍କର୍ସ କମିଟି ବା ଏସ୍‌ଏଲ୍‌ବିସି) ବୈଠକରେ ମତପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଶନିବାର ଭୁବନେଶ୍ୱରର ଏକ ତାରକା ହୋଟେଲର ୧୭୪ତମ ଏସ୍‌ଏଲ୍‌ବିସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏପରିକି ୟୁକୋ ବ୍ୟାଙ୍କ ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏସ୍‌ଏଲ୍‌ବିସିର ଆବାହକ ଗୌତମ ପାତ୍ର ଅତିଥି ପରିଚୟ ସହ ସ୍ବାଗତ ଅଭିଭାଷଣ ଏବଂ ବୈଠକର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ମତବ୍ୟକ୍ତ କରିଛନ୍ତି। ସେହିଭଳି ୟୁକୋ ବ୍ୟାଙ୍କର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟ ପାଳନ ଅଧିକାରୀ ତଥା ଏସ୍‌ଏଲ୍‌ବିସି ଓଡ଼ିଶାର ଅଧ୍ୟକ୍ଷ ଅଶ୍ୱିନୀ କୁମାର କହିଥିଲେ, ରାଜ୍ୟର ବାର୍ଷିକ ଋଣ ଯୋଜନାରେ ବ୍ୟାଙ୍କ ସମୂହ ଉତ୍ତମ ପ୍ରଦର୍ଶନ ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏପରିକି କୃଷି,ଏମ୍‌ଏସ୍‌ଏମ୍‌ଇ, ଏସ୍‌ଏଚ୍‌ଜି ଏବଂ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ଆଶାତୀତ ସଫଳତା ସହ ଉତ୍ତମ ପ୍ରଗତି କରିଥିବାରୁ ସେ ବ୍ୟାଙ୍କ ସମୂହ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ କହିଥିଲେ, ୨୦୨୩ ଡିସେମ୍ବର ସୁଦ୍ଧା ବାର୍ଷିକ ଋଣ ଯୋଜନାରେ ବ୍ୟାଙ୍କଗୁଡିକ ମୋଟ ୧,୨୮,୨୬୮.୮୫ କୋଟି ଟଙ୍କାର ଋଣ ଯୋଗାଇ ଦେଇଥିବାବେଳେ ଏହି ଅବଧି ମଧ୍ୟରେ ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ୧,୬୦,୨୮୦.୨୨ କୋଟି ଟଙ୍କାର ୮୦.୦୩% ହୋଇଛି। ଏପରିକି ଅନ୍ୟ ରାଜ୍ୟଗୁଡିକୁ ପଛରେ ପକାଇ ବ୍ୟାଙ୍କ ସମୂହ ମୋଟ ୮୨.୫୦% ଉଲ୍ଲେଖନୀୟ ସିଡି ଅନୁପାତ ହାସଲ କରିଥିବାରୁ ସେ ବ୍ୟାଙ୍କ ସମୂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅପରପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି ବ୍ୟାଙ୍କ ସମୂହ କଓ୍ବୋଇସି ନିୟମକୁ କଡ଼ାକଡି ପାଳନ କରିବା ସହ ରାଜ୍ୟର ସମସ୍ତ ଜିଲାକୁ ପୂର୍ଣ୍ଣ ଡିଜିଟାଲାଇଜେଶନ କରିବା ପାଇଁ ଦେଇଥିଲେ। ସେହିଭଳି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର୍‌. କାର୍ତ୍ତିକେୟନ କହିଥିଲେ, ମହିଳା ସ୍ବୟଂ ସହାୟକା ଗୋଷ୍ଠୀମାନଙ୍କୁ ଚଳିତ ଆର୍ଥିକ ବର୍ଷରେ ୧୫୦୦୦କୋଟି ଟଙ୍କାର ଋଣ ଯୋଗାଇ ଦେଇଥିବାରୁ ସେ ବ୍ୟାଙ୍କ ସମୂହଙ୍କୁ ଧନ୍ୟବାଦ ଜଣାଇବା ସହ ୨୦୨୪ ଫେବୃଆରୀ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିବାରୁ ସୁଜାତା ବ୍ୟାଙ୍କଗୁଡ଼ିକର କାର୍ଯ୍ୟକୁ ସ୍ବାଗତ ଜଣାଇଥିଲେ। ସେହିପରି ନାବାର୍ଡ ଭୁବନେଶ୍ୱରର ସିଜିଏମ୍‌ ସୁଧାଂଶୁ କେ.କେ. ମିଶ୍ର ବ୍ୟାଙ୍କଗୁଡ଼ିକୁ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପ୍ରଶଂସା କରିଥିଲେ। ପରିଶେଷରେ ଏସ୍‌ଏଲ୍‌ବିସି ଓଡ଼ିଶା ପ୍ରଭାରୀ ଲିଙ୍ଗରାଜ ନାୟକ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri