ଖୁବ୍‌ଶୀଘ୍ର ରିଲିଜ୍‌ ହେବ ସିଡ୍‌ନାଜଙ୍କ ଅସମାପ୍ତ ମ୍ୟୁଜିକ୍‌ ଭିଡିଓ ‘ଅଧୁରା’

ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲଙ୍କ ପ୍ରଶଂସକଙ୍କ ଦୀର୍ଘ ଦିନର ଅନୁରୋଧ ଶୀଘ୍ର ପୂରଣ ହେବାକୁ ଯାଉଛି। ‘ସାରେଗାମା’ ଏହି ଦୁଇ କଳାକାରଙ୍କୁ ନେଇ ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ କରିବ, ଯାହାକି ସାରେଗାମା ମ୍ୟୁଜିକ୍‌, ୟୁଟ୍ୟୁବ୍‌ ଓ ଅନ୍ୟ ପ୍ରମୁଖ ମ୍ୟୁଜିକ୍‌ ପ୍ଲାଟଫର୍ମରେ ରିଲିଜ୍‌ ହେବ। ଏହାର ନାମ ରଖାଯାଇଛି ‘ଅଧୁରା’। ଏହି ମ୍ୟୁଜିକ୍‌ ଭିଡିଓ ବିଗ୍‌ବସ୍‌-୧୩ ବିଜେତା ତଥା ସ୍ବର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସ୍ମୃତିରେ ଉତ୍ସଗୀକୃତ କରାଯିବ।
ଏହି ଗୀତରେ ଶେହନାଜ ଗିଲ୍‌ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କର ସୁଟିଂ ସମୟର କେତେକ ଭିଡିଓ ଫୁଟେଜ ଓ ଫଟୋ ରହିବ। ସିଦ୍ଧାର୍ଥ ଏବଂ ଶେହନାଜ ଗୋଆର ଏକ ସମୁଦ୍ର କୂଳରେ ଆରାମ କରିବା ସହିତ ମଜାମସ୍ତି କରୁଥିବା ତାଙ୍କ ଫ୍ୟାନ୍ସମାନେ ଦେଖିପାରିବେ। ଚଳିତବର୍ଷ ପ୍ରଥମରୁ ଏହି ମ୍ୟୁଜିକ୍‌ ଭିଡିଓ ସୁଟିଂ ଆରମ୍ଭ ହୋଇଥିଲା। ଏହା କିନ୍ତୁ କୌଣସି କାରଣବଶତଃ ଶେଷ ହୋଇପାରି ନ ଥିଲା। ଏହା ସିଦ୍ଧାର୍ଥଙ୍କ ଏକ ଅସମାପ୍ତ ପ୍ରୋଜେକ୍ଟ। ତେଣୁ ଏହାର ନାମ ‘ଅଧୁରା’ ରଖାଯାଇଛି ବୋଲି ନିର୍ମାତା କହିଛନ୍ତି। ଗୀତର ପୋଷ୍ଟରରେ ଏକ ମହମବତି ପ୍ରଦର୍ଶିତ ହୋଇଛି। ଏଥିସହିତ ‘ଏକ ଅଧୁରା ଗାନା, ଏକ ଅଧୁରୀ କାହାନୀ’ ବୋଲି ଲେଖାଯାଇଛି। ଶ୍ରେୟ ଘୋଷାଲ ଏବଂ ଅର୍‌କୋ ମୁଖାର୍ଜୀ ଏଥିରେ କଣ୍ଠଦାନ କରିଛନ୍ତି। ସତରେ ପ୍ରେମ କାହାଣୀର କେବେ ଶେଷ ହୁଏ ନାହିଁ ବୋଲି ସିଡନାଜ୍‌ଙ୍କ ପ୍ରଶଂସକ ଟୁଇଟ୍‌ କରି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

ବାହା ହେବେ ଅନୁଷ୍କା ସେଟ୍ଟୀ, ଜାଣନ୍ତି କିଏ ସେହି ଲକି ବୟ…?

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଅନୁଷ୍କା କେବେ ଏବଂ…

ଗର୍ଭବତୀ ଅଛନ୍ତି କି ନୀନା ଗୁପ୍ତା: ନିଜେ ମୁହଁ ଖୋଲିଲେ

ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିଏ କିଏ କହୁଛନ୍ତି ସେ କୁଆଡ଼େ ଗର୍ଭବତୀ ଅଛନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ନୀନା ମୁହଁ ଖୋଲିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri