Posted inଜାତୀୟ

କର୍ନାଟକ ଫଳାଫଳର ସାଇଡ ଇଫେକ୍ଟ: ଏମପିଙ୍କୁ ମାସକ ମଧ୍ୟରେ ରିପୋର୍ଟ କାର୍ଡ ତଲବ କଲେ ଭାଜପା ହାଇକମାଣ୍ଡ…

ନୂଆଦିଲ୍ଲୀ,୧୬।୫ : କର୍ନାଟକରେ ହୋଇଥିବା ଅପମାନଜନକ ପରାଜୟରେ ଅସନ୍ତୁଷ୍ଟ ହୋଇ ଭାଜପା ଏହାର ସମସ୍ତ ଏମପିଙ୍କ ରିପୋର୍ଟ କାର୍ଡ ମାଗିଛି। ସମସ୍ତ ରାଜ୍ୟ ସଭାପତିଙ୍କୁ ଏକ ମାସ ମଧ୍ୟରେ ସମସ୍ତ ଏମପିଙ୍କ ଲୋକସଭା ନିର୍ବାଚନମଣ୍ଡଳୀରେ କରାଯାଇଥିବା କାର୍ଯ୍ୟର ସମୀକ୍ଷା କରିବା ସହ ଦଳର କେନ୍ଦ୍ରୀୟ ୟୁନିଟରେ ଏକ ରିପୋର୍ଟ ଦାଖଲ କରିବାକୁ ପଡିବ ବୋଲି ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ଏମପିମାନଙ୍କ ରିପୋର୍ଟ କାର୍ଡ ସେମାନଙ୍କ ଲୋକସଭା ନିର୍ବାଚନମଣ୍ଡଳୀରେ କେନ୍ଦ୍ର ସରକାର କରିଥିବା କଲ୍ୟାଣ କାର୍ଯ୍ୟର ସ୍ଥିତି, ଜନସାଧାରଣଙ୍କ ମଧ୍ୟରେ ଏମପିଙ୍କ ଲୋକପ୍ରିୟତା, ନିର୍ବାଚନମଣ୍ଡଳୀରେ ବିତାଇଥିବା ସମୟ ଏବଂ ସୋସିଆଲ ମିଡିଆରେ ସେମାନଙ୍କର ସକ୍ରିୟତା ଆଧାରରେ ପ୍ରସ୍ତୁତ କରାଯିବ। ୨୦୨୪ରେ ଟିକେଟ ବଣ୍ଟନ ପାଇଁ ଏହା ଏକ ବଡ଼ ଆଧାର ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା କର୍ନାଟକ ଫଳାଫଳର ସାଇଡ ଇଫେକ୍ଟ ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏହାପୂର୍ବରୁ ଏମପି ଏବଂ ମନ୍ତ୍ରୀମାନଙ୍କ ଠାରୁ ନିଜ ନିଜ କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟ ବିଷୟରେ ସୂଚନା ମଗାଯାଇଥିଲା।

ଭାଜପା ପକ୍ଷରୁ ମେ ୩୦ ରୁ ଜୁନ ୩୦ ମଧ୍ୟରେ ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ବିଶେଷ ଜନସମ୍ପର୍କ ଅଭିଯାନ’ ଅନ୍ତର୍ଗତ ଦେଶର ୩୯୬ ଲୋକସଭା ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କ ସହିତ ଯୋଗାଯୋଗ କରାଯିବ। ଏହି ସମୟରେ ଏମପିଙ୍କ କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ରାଜ୍ୟର ଦଳ ସଂଗ୍ରହ କରିବେ। ଲୋକସଭା ନିର୍ବାଚନମଣ୍ଡଳୀରେ ଯେଉଁଠାରେ ଦଳର ସ୍ଥିତି ଦୁର୍ବଳ, ଆସନ୍ତା ଏକ ବର୍ଷ ମଧ୍ୟରେ ସେସବୁ ଉପରେ ବିଶେଷ ଧ୍ୟାନ ଦିଆଯିବ। ଦଳ ଏପରି ୭୦ ଟି ଲୋକସଭା ନିର୍ବାଚନମଣ୍ଡଳୀ ଚିହ୍ନଟ କରିଛି ଯେଉଁଠାରେ ଦଳ ଅଳ୍ପ ବ୍ୟବଧାନରେ ଜିତିଛି। ଏହି ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀରେ ସ୍ବତନ୍ତ୍ର କାର୍ଯ୍ୟ କରାଯିବ ଏବଂ ଜନସାଧାରଣଙ୍କ ସହ ଯୋଗାଯୋଗ ସ୍ଥାପନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri