ସିଦ୍ଧ ଜଗନ୍ନାଥ ନିକଟରେ ଲାଗି ହେଲା ଏକ ଶହରୁ ଉର୍ଦ୍ଧ୍ୱ ପ୍ରକାରର ବ୍ୟଞ୍ଜନ

କେନ୍ଦୁଝର,୧୨।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହର ନିକଟ ସିଦ୍ଧମଠଠାରେ ଥିବା ସିଦ୍ଧ ଜଗନ୍ନାଥଙ୍କ ବ୍ୟଞ୍ଜନ ଦାଦଶୀ ପାଳିତ ହୋଇଯାଇଛି। ସିଦ୍ଧ ଜଗନ୍ନାଥଙ୍କୁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରି ଏକ ଶହରୁ ଉର୍ଦ୍ଧ୍ୱ ପ୍ରକାରର ବ୍ୟଞ୍ଜନ ଲାଗି ହୋଇଥିଲା। ଏହାକୁ ଦେଖିବା ସହ ଭୋଗ ସେବନ କରିବାକୁ ଭକ୍ତଙ୍କ ଭିଡ ଜମି ଥିଲା।
ପ୍ରକାଶ ଯେ,କେନ୍ଦୁଝର ପୁରୁଣା ସହରସ୍ଥିତ ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରରେ ୨୦୧୫ ମସିହାରେ ନବକଳେବର ପର ଠାରୁ ବ୍ୟଞ୍ଜନ ଦାଦଶୀ ପାଳନ କରାଯାଉଛି। ଜିଲାର ସର୍ବ ପୁରାତନ ଏହି ମନ୍ଦିରରେ ଏକ ଶହରୁ ଉର୍ଦ୍ଧ୍ୱ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ ବୋଲି ମଧୂସୁଦନ ମିଶ୍ର ( ସଭାପତି ପହଣ୍ଡିଆ ସଂଘ ) କହିଛନ୍ତି।

ବିଭିନ୍ନ ପ୍ରକାରର ଖେଚୁଡ଼ି, ଘାଣ୍ଟ, ଶାଗ, ଦହି ଭାତ, ଡାଲି, ତରକାରୀ, ବଡ଼ି ଆଦି ଶୁଦ୍ଧ ଘିଅରେ ପ୍ରସ୍ତୁତ କରାଯାଇଥାଏ। ଏହା ସହ ବିଭିନ୍ନ ପ୍ରକାରର ମିଠା ଯେପରିକି କପୁରକେଳି, ଝିଲି, ଆରିସା, କାକରା, ପିଠା, ରସ ଗୋଲା, ଜିଲାପି, ଛେନାପୋଡ଼, ଆଦି ବହୁ ପ୍ରକାର ଭୋଗ ଲାଗି ହୋଇଥିଲା ବୋଲି ବରିଷ୍ଠ ସେବକ ସଚି ନନା କହିଛନ୍ତି।

ଏହି ଅବସରରେ କେନ୍ଦୁଝର ଜିଲାର ପ୍ରସିଦ୍ଧ ବିଭିନ୍ନ ପ୍ରକାରର ବଡ଼ି ଭଜା ଲାଗି ହୋଇଥିଲା ବୋଲି ଆନନ୍ଦ ଖଣ୍ଡେଇ ( ସିଦ୍ଧ ଜଗନ୍ନାଥ ଙ୍କ ସେବକ ) କହିଛନ୍ତି। ଏହି ଦାଦଶୀ ଦିନ ସିଦ୍ଧ ଜଗନ୍ନାଥଙ୍କୁ ବିଭିନ୍ନ ପ୍ରକାରର ଜଙ୍ଗଲ ଜାତ ଫଳମୂଳ ଯଥା କ୍ଷୀର କୋଳି, ବର କୋଳି, ଭୁରୁଡ଼ୁ କୋଳି ଆଦି ମଧ୍ୟ ଅର୍ପଣ କରାଯାଇଥାଏ। ବହୁ ପ୍ରକାରର ଶାଗ, ଭଜା, ଆଦି ବ୍ୟଞ୍ଜନ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରିବା ପରେ ଭକ୍ତଙ୍କ ମଧ୍ୟରେ ବଣ୍ଟା ଯାଇଥାଏ। ପ୍ରସାଦ ସେବନ କରିବା ପାଇଁ ଜିଲାର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ଼ ଦେଖାଯାଇଥିଲା।
କିମ୍ବଦନ୍ତୀ ଅନୁସାରେ ମା’ ଯଶୋଦା ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ିଯାଇଛି। ସେ ଶୁଖି କଳାକାଠ ପଡ଼ି ଯାଇଥିବା ମା’ଙ୍କ ଆଖିକୁ ଦେଖାଗଲେ। ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ। ଭାବିଲେ ନ ଖାଇ ନ ପିଇ ସେ ଏମିତି ହୋଇଗଲାଣି। ସେଠୁ ଯଶୋଦା ନିଜେ ରୋଷେଇ ଘରକୁ ଯାଇ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ। ଆଜିର ଦିନରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିଥିବା ବେଳେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ମଠ ମନ୍ଦିରରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri