SI ସ୍କାମ୍‌: ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୨୯ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଓଡିଶା ପୋଲିସ ନିଯୁକ୍ତି ବୋର୍ଡ୍ (ଓପିଆର ବି) ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ମୋଟ ୧୨୩ ଜଣ ଵ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି। ସେମାନଙ୍କ ମଧ୍ୟରୁ  ୧୧୪ ଜଣ(ଅଶାୟୀ) ପରୀକ୍ଷାର୍ଥୀ ୭ଜଣ ଦଲାଲ ଏପରି ମୋଟ ୧୨୧ ଜଣ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ।  ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଜ୍ଞାନେନ୍ଦ୍ର କୁମାର ବାରିକ ଏହାର ଶୁଣାଣି କରି ୧୧୭ ଜଣ ଅଶାୟୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟପଟେ ୭ ଜଣ ଦଲାଲଙ୍କ ଜାମିନ ଖାରଜ କରିଦେଇଛନ୍ତି। ଏନେଇ ଏପିପି ରଜତ କୁମାର ଦାଶ ସୂଚନା ଦେଇଛନ୍ତି। ଆଜି ଅଶାୟୀମାନେ ଜାମିନରେ ଵ୍ରହ୍ମପୁର ଜେଲରୁ ବାହାରିବେ। ସେହିପରି ସେମାନଙ୍କ ପରିବାର ଲୋକଙ୍କ ଭିଡ଼ ଏବେ ଜେଲ ବାହାରେ ଦେଖିବାକୁ ମିଳିଛି।

 

ଗୁପ୍ତ ସୂଚନା ଆଧାରରେ ଗତ ସେପ୍ଟେମ୍ବର ୨୯ ରାତିରେ ବ୍ରହ୍ମପୁର ପୋଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏ.ସି. ସ୍ଲିପର୍ ବସ୍‌କୁ ଅଟକ କରିଥିଲା। ବ୍ରହ୍ମପୁର ଏସପି ଡ଼ା . ସର୍ଵଣା ବିବେକ ଏମଙ୍କ ନେତୃତ୍ୱରେ ତିନିଟି ଟିମ୍ ଆନ୍ଧ୍ରପ୍ରଦେଶର  ଶ୍ରୀକାକୁଲମରେ ପହଞ୍ଚି ତିନୋଟି ବସ ସହ ୧୧୭ ଜଣଙ୍କୁ ବ୍ରହ୍ମପୁର ନେଇ ଆସିଥିଲେ। ଯାଞ୍ଚରେ ମିଳିଲା ଯେ, ସେଥିରେ ମୋଟ ୧୧୭ ଯାତ୍ରୀ ଥିଲେ, ଯେଉଁଥିରୁ ୧୧୪ ଜଣ ଓପିଆରବି  ସବ୍-ଇନ୍ସପେକ୍ଟର୍ ପରୀକ୍ଷା ପାଇଁ ଆବେଦନ କରିଥିଲେ। ପ୍ରଶ୍ନପତ୍ର ପାଇଁ ସେମାନେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଯାଉଥିଲେ। ସେମାନେ ଭୁବନେଶ୍ୱରରୁ ବସ୍‌ରେ ଚଢ଼ି ବିଜୟନଗରମକୁ ଯାଉଥିଲେ। ସେଠାରେ ଗୁପ୍ତଭାବରେ ପ୍ରଶ୍ନପତ୍ର ପାଇବା ପରେ ଭୁବନେଶ୍ୱରକୁ ଫେରି ପରୀକ୍ଷାରେ ବସିବା ସେମାନଙ୍କ ଯୋଜନା ଥିଲା। ପ୍ରତିଜଣ ପ୍ରାର୍ଥୀ ୨୫ ଲକ୍ଷ ଟଙ୍କା ଦେବାକୁ ଚୁକ୍ତି କରିଥିଲେ। ପ୍ରଥମେ ୧୦ ଲକ୍ଷ ଏବଂ ଚାକିରି ନିଶ୍ଚିତ ହେଲେ ଅନ୍ୟ ୧୫ ଲକ୍ଷ ଦେବା ପାଇଁ। ତାହା ପୂର୍ବରୁ ପୋଲିସ ଉକ୍ତ ଜାଲିଆତିର ପର୍ଦ୍ଦାଫାଶ କରିଥିଲା। ପରେ ଉକ୍ତ ମାମଲାକୁ ହସ୍ତାନ୍ତର କରାଯାଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri