SI ନିଯୁକ୍ତି କେଳେଙ୍କାରୀ: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଏସବୁ ଜିଲାରେ ରହିଛି ନକଲି ପରୀକ୍ଷା ସେଣ୍ଟର

ଭୁବନେଶ୍ୱର,୫ା୧୦: ଓଡ଼ିଶା ପୋଲିସ ସବ୍‌-ଇନ୍‌ସ୍ପେକ୍ଟର (ଏସ୍‌ଆଇ) ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ରବିବାର ଭୁବନେଶ୍ୱରର ରଘୁନାଥପୁରସ୍ଥିତ ଏକ ନକଲି ଅନଲାଇନ ପରୀକ୍ଷା କେନ୍ଦ୍ରରେ ଚଢ଼ଉ କରିଛି। ଏହି କେନ୍ଦ୍ରରେ ନିଯୁକ୍ତି ପ୍ରକ୍ରିୟା ସହ ଜଡ଼ିତ ଅନୈତିକ କାରବାର ହେଉଥିବା ସୂଚନା ଆଧାରରେ ଏହି ଅଭିଯାନ ଚାଲିଥିଲା। କେନ୍ଦ୍ରର ମାଲିକାନା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, ଏବଂ ତଦନ୍ତ ଜାରି ରହିଛି।

କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତରେ ଜଣାପଡ଼ିଛି ଯେ, ଏହି କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏହି କେନ୍ଦ୍ରକୁ ବାରମ୍ବାର ଆସି ପରୀକ୍ଷା ନିୟନ୍ତ୍ରଣରେ ଜଡ଼ିତ ଥିଲେ। ସୂତ୍ର ଅନୁଯାୟୀ, ଶଙ୍କର ବାଲେଶ୍ୱର, ପୁରୀ, ଗଜପତି, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ଭବାନୀପାଟଣାରେ ଏକାଧିକ ନକଲି ଅନଲାଇନ ପରୀକ୍ଷା କେନ୍ଦ୍ର ଚଳାଉଥିଲେ। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରେ ବାଲେଶ୍ୱରର ଲକ୍ଷ୍ମୀ ନାରାୟଣ ଏକ୍ସାମ୍‌ ସେଣ୍ଟର, ପୁରୀର ଶ୍ରୀ ଜଗନ୍ନାଥ ଏକ୍ସାମ୍‌ ସେଣ୍ଟର, ଗଜପତି ପାରଳାଖେମୁଣ୍ଡିର ଶ୍ରୀ ଭେଙ୍କେଟେଶ୍ୱର ଏକ୍ସାମ୍‌ ସେଣ୍ଟର, ବ୍ରହ୍ମପୁରର କେଦାରନାଥ, ଆଦିଶକ୍ତି ଇନ୍ଫୋସିସ ଓ ତାରାତାରିଣୀ ଏକ୍ସାମ୍‌ ସେଣ୍ଟର, ଭୁବନେଶ୍ୱରର ମାଉଣ୍ଟ ଜୀ ଲିଟ୍ରା ସ୍କୁଲ ଓ ଶ୍ରୀ ଲିଙ୍ଗରାଜ ଇନ୍ଫୋସୋଲ, କଟକରେ ଦୁଇଟି ଓ ଭବାନୀପାଟଣାରେ ଦୁଇଟି ନୂଆ ଏକ୍ସାମ୍‌ ସେଣ୍ଟର ରହିଛି।

କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ରଘୁନାଥପୁର କେନ୍ଦ୍ରରେ ଚଢ଼ଉ ପାଇଁ ଘରର ମାଲିକ ଚାବି ଆଣିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ଚଢ଼ଉ ସମୟରେ କେନ୍ଦ୍ର ଭିତରେ ବ୍ୟବସ୍ଥାକୁ ବିଶୃଙ୍ଖଳା କରାଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ସିଲିକନ୍‌ ଟେକ୍‌ ଲ୍ୟାବ୍‌ ଓ ପଞ୍ଚସଫ୍ଟ ଅଫିସରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ସେଗୁଡ଼ିକୁ ସିଲ୍‌ କରିଥିଲା।

ଏହି କେଳେଙ୍କାରୀରେ ପ୍ରଶ୍ନପତ୍ର ଲିକ୍‌ ଓ ଜାଲିଆତିର ଅଭିଯୋଗ ସାମ୍ନାକୁ ଆସିଛି। ଗତ ସେପ୍ଟେମ୍ବର ୨୯ରେ ବ୍ରହ୍ମପୁର ପୁଲିସ ୧୨୦ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଠାଇ ଆଣିଥିଲା, ଯେଉଁମାନେ ଶ୍ରୀକାକୁଲମରେ ପ୍ରଶ୍ନପତ୍ର ଓ ଉତ୍ତର ଅଭ୍ୟାସ କରୁଥିବା ଅଭିଯୋଗ ହୋଇଛି। ପରୀକ୍ଷାର୍ଥୀଙ୍କଠାରୁ ମୋଟା ଅଙ୍କର ଟଙ୍କା ନିଆଯାଇଥିବା ଚର୍ଚ୍ଚା ହେଉଛି। ଏହି ଘଟଣା ଯୋଗୁଁ ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ଏସ୍‌ଆଇ ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଛି। ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି) ପରବର୍ତ୍ତୀ ତାରିଖ ଘୋଷଣା କରିବ।

ତଦନ୍ତର ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥୀଙ୍କୁ ଦିଆଯାଇଛି, ଯାହାଙ୍କୁ ଏସ୍‌ପି ଅନିଲ ବେଉରିଆ ସୁପରଭାଇଜ କରୁଛନ୍ତି। ଏହି କେଳେଙ୍କାରୀରେ ରାଜନେତା ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ସନ୍ଦେହ ହେଉଛି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ଥିବା ବେଳେ, କ୍ରାଇମ୍‌ବ୍ରାଞ୍ଚ ଏହି ରାକେଟ୍‌ର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତୀବ୍ର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri