ଶ୍ୟାମଳୀ ନାୟିକା

ଅଭିନେତ୍ରୀ ଝରଣା ଦାସ ପ୍ରାୟ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଶ୍ୟାମଳୀ ଥିବାରୁ ଚଳଚ୍ଚିତ୍ରରେ ସେ ଅଭିନୟ କରିବେ ବୋଲି କେବେ ବି ଭାବି ନ ଥିଲେ। ୧୯୬୨ରେ ସେ ‘ମଲାଜହ୍ନ’ରେ ନାୟିକା ଭାବରେ ଅଭିନୟ କରିଥିଲେ। ତେବେ ଏହା ବହୁ ବିଳମ୍ବରେ ୧୯୬୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ‘ସତୀ’ ଚରିତ୍ର ତାଙ୍କୁ ଅଜସ୍ର ଲୋକପ୍ରିୟତା ଆଣିଦେଇଥିଲା। ତେବେ ଏଥିପୂର୍ବରୁ ୧୯୬୩ରେ ଛାୟାବାଣୀ ପ୍ରତିଷ୍ଠାନର  ଚଳଚ୍ଚିତ୍ର ‘ଅମଡ଼ା ବାଟ’ ମୁକ୍ତିଲାଭ ଥିଲା। ଏହି ଚଳଚ୍ଚିତ୍ରରେ ମଧ୍ୟ ସେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ତେଣୁ ‘ଅମଡ଼ାବାଟ’କୁ ଝରଣାଙ୍କ ପ୍ରଥମ ସିନେମା ବୋଲି ବିବେଚନା କରାଯାଏ। ଏହାକୁ ବାଦ୍‌ଦେଲେ  ୧୯୬୫ରେ ‘ନବଜନ୍ମ’, ୧୯୬୬ରେ ‘ଅଭିନେତ୍ରୀ’, ୧୯୭୦ରେ ‘ଅଦିନ ମେଘ’, ୧୯୭୮ରେ ‘ଶ୍ରୀଜଗନ୍ନାଥ’, ୧୯୮୧ରେ ‘ଟିକେ ହସ ଟିକେ ଲୁହ’, ୧୯୮୨ରେ ‘ହିସାବ ନିକାଶ’, ‘ଜ୍ୱାଇଁପୁଅ’, ୧୯୮୩ରେ ‘ମହାସତୀ ସାବିତ୍ରୀ’, ୧୯୮୫ରେ ‘ପୂଜାଫୁଲ’, ୧୯୮୬ରେ ‘ନିନାଦ’, ‘ହୀରାନୀଳା’, ୧୯୮୮ରେ ‘ଲାଲପାନ ବିବି’, ‘କସ୍ତୁରୀ’, ୧୯୮୯ରେ ‘ଟୋପାଏ ସିନ୍ଦୁର ଦି ପଟ ଶଙ୍ଖା’, ୧୯୯୪ରେ ‘ସୁନାଭାଉଜ’ ଭଳି ଅନେକ ଚଳଚ୍ଚିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ୨୦୦୯ରେ ମୁକ୍ତିଲାଭ କରିଥିବା ‘ଆ ଜହ୍ନରେ ଲେଖିବା ନାଁ’ ତାଙ୍କ ଶେଷ ଚଳଚ୍ଚିତ୍ର ଥିଲା।

  • ରେଡିଓରୁ ଆରମ୍ଭ ହୋଇଥିଲା ସଫଳତାର ଯାତ୍ରା :  ‘ଆକାଶବାଣୀ’ ଝରଣାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ। ରେଡିଓରେ ଗୀତ ଗାଇବା ପରେ ପରେ ନାଟକରେ ଅଭିନୟ କରି ସେ ଆଗକୁ ଆଗକୁ ବଢ଼ି ଚାଲିଥିଲେ। ‘ଆକାଶବାଣୀ’ କଟକରେ ଉପସ୍ଥାପିକା ଭାବେ କାର୍ଯ୍ୟକରୁଥିଲେ। ବେତାର ନାଟକରେ ସେ ଅଧିକ ସଂଶ୍ଳିଷ୍ଟ ଥିଲେ। ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ରେବତୀର ମା’ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଅତିମାନବ, କାଠଘୋଡ଼ା, ତଅପୋଈ, ଯାଜ୍ଞସେନୀ, ପେଟେଣ୍ଟ ମେଡିସିନ୍‌, ଶ୍ରୀମତୀ ସମାର୍ଦ୍ଦିନୀ ନାଟକ ଢେର ଲୋକପ୍ରିୟତା ସାଉଁଟିଥିଲା। ଉପସ୍ଥାପିକା ଭାବେ ତାଙ୍କର ସୁମଧୁର ସ୍ବର, ବେତାର ନାଟକ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ସେ ହରେକୃଷ୍ଣ ମହତାବଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଆକାଶବାଣୀର ବିଭିନ୍ନ ପଦବୀରେ ରହିବା ସହ ସେ ଦୂରଦର୍ଶନରେ ଷ୍ଟେସନ୍‌ ଡାଇରେକ୍ଟର ଭାବେ ଅବସର ଗ୍ରହଣ କରିଥିଲେ।
  • ଓଲିଉଡ୍‌ର ପ୍ରଥମ ଗ୍ରାଜୁଏଟ୍‌ ଅଭିନେତ୍ରୀ : ୧୯୬୦ଦଶକରେ ଚଳଚ୍ଚିତ୍ରର ଏକ ସ୍ବର୍ଣ୍ଣିମ ଅଧ୍ୟାୟରେ ଝରଣା ଦାସ ଥିଲେ ଏକ ଅନନ୍ୟ ଫର୍ଦ୍ଦ। ତାଙ୍କ ପାଇଁ ଚଳଚ୍ଚିତ୍ରରେ ଏକ ନୂତନ ଧାରା ସୃଷ୍ଟି ହୋଇଥିଲା। ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ ନାଟକରେ ସେ ଅଭିନୟ ଆରମ୍ଭ କରିଥିଲେ। କିନ୍ତୁ ନୃତ୍ୟ ପ୍ରତି ତାଙ୍କର ଅହେତୁକ ଆକର୍ଷଣ ଥିଲା। ଓଡ଼ିଶୀ ନୃତ୍ୟଗୁରୁ ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ରଙ୍କ ପାଖରୁ ସେ ନୃତ୍ୟ ଶିକ୍ଷା କରିଥିଲେ। ବାହାରକୁ ଯାଇ ନୃତ୍ୟ ପରିବେଷଣ କରିବାକୁ ଘରେ ରାଜି ନ ହେବାରୁ ସେ ନୃତ୍ୟରୁ ନେଇଥିଲେ ବିରତି। ଏହା ପରେ ସେ ସଙ୍ଗୀତକୁ ଆପଣାଇଥିଲେ। ସ୍ନାତକ ପଢ଼ିବା ଯାଏଁ ନୃତ୍ୟ, ସଙ୍ଗୀତ, ଅଭିନୟ ଶିଖିବାରେ ପରିବାର ପକ୍ଷରୁ କୌଣସି ଅଙ୍କୁଶ ନ ଥିଲା। ମାତ୍ର ବାହାରେ ନାଚଗୀତ କରିବାକୁ ବାରଣ ଥିଲା। କଲେଜରେ ପଢ଼ୁଥିବା ସମୟରୁ ହିଁ ସେ ଆକାଶବାଣୀ ନାଟକର ଏକ ଅଂଶ ହୋଇସାରିଥିଲେ। ସ୍ନାତକ ଡିଗ୍ରୀ ହାସଲ ପରେ ସେ ଅକ୍ଷୟ ମହାନ୍ତି (କାଶ୍ୟପ)ଙ୍କ ପରାମର୍ଶରେ ଓଡ଼ିଆ ଚଳଚ୍ଚିତ୍ରରେ ପାଦ ଥାପି ହୋଇଥିଲେ ପ୍ରଥମ ଗ୍ରାଜୁଏଟ୍‌ ନାୟିକା।

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri