ଉଦୟ ହେଲେ ଶୁକ୍ର: ୩ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ହୁ ହୁ ହୋଇ ବଢିବ ଧନ-ସମ୍ପତ୍ତି! ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ଧନ ଓ ଭୌତିକ ସୁଖସୁବିଧାର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ତୁଳା ରାଶିରେ ଗୋଚର କରୁଥିବାବେଳେ ଖୁବଶୀଘ୍ର ଏହି ରାଶିରେ ଉଦୟ ହେବାକୁ ଯାଉଛନ୍ତି। ଜ୍ୟୋତିଷୀୟ ଗଣନା ଅନୁସାରେ, ୨୯ ଅକ୍ଟୋବର ୨୦୨୬ରେ ଶୁକ୍ର ତୁଳା ରାଶିରେ ଉଦୟ ହେବେ। ଶୁକ୍ରଙ୍କ ଉଦୟ ଫଳରେ ତାଙ୍କର ପ୍ରଭାବ ବୃଦ୍ଧି ପାଇବାର ମାନ୍ୟତା ରହିଛି। ଏହି ଜ୍ୟୋତିଷୀୟ ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶିର ଜାତକଙ୍କ ଜୀବନରେ ଭିନ୍ନ ଭିନ୍ନ ଭାବେ ପଡ଼ିପାରେ। ତେବେ ୩ଟି ରାଶିର ଜାତକଙ୍କ ପାଇଁ ଏହି ସମୟ ବିଶେଷ ଅନୁକୂଳ ରହିବାର ସମ୍ଭାବନା ରହିଛି। କ୍ୟାରିୟରରେ ଉନ୍ନତି, ସଫଳତା ସହ ମାନ-ସମ୍ମାନ ବୃଦ୍ଧିର ନୂଆ ସୁଯୋଗ ମିଳିପାରେ। ଆସନ୍ତୁ ଜାଣିବା, କେଉଁ ୩ଟି ରାଶି ପାଇଁ ଶୁକ୍ରଙ୍କ ଉଦୟ ଶୁଭ ସଙ୍କେତ ଆଣିପାରେ।

ମେଷ ରାଶିର ଜାତକଙ୍କ ପାଇଁ ଶୁକ୍ରଙ୍କ ଉଦୟ ଅନୁକୂଳ ସାବ୍ୟସ୍ତ ହୋଇପାରେ। ଏହି ସମୟରେ କର୍ମକ୍ଷେତ୍ରରେ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ। ଚାକିରି କରୁଥିବା ବ୍ୟକ୍ତିମାନେ ନିଜ ପରିଶ୍ରମର ଭଲ ଫଳ ପାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଦକ୍ଷତା ଓ ପ୍ରତିଭାକୁ ପ୍ରଶଂସା ମିଳିପାରେ। ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିପାରେ। ଏଥିସହ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ କରିଥିବା ଯୋଜନା ମଧ୍ୟ ଆଗକୁ ବଢ଼ିପାରେ।

କନ୍ୟା ରାଶିର ଜାତକଙ୍କ ପାଇଁ ଶୁକ୍ରଙ୍କ ଉଦୟ ଭାଗ୍ୟରେ ସକାରାତ୍ମକ ପରିବର୍ତ୍ତନର ସଙ୍କେତ ଦେଇପାରେ। ଦୀର୍ଘଦିନ ଧରି ଅଟକି ରହିଥିବା କାମରେ ଗତି ଆସିପାରେ। ଆର୍ଥିକ କ୍ଷେତ୍ରରେ ଆଶ୍ୱସ୍ତି ମିଳିବା ସହ ଆୟର ନୂଆ ଉତ୍ସ ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ବ୍ୟବସାୟର ସମ୍ପ୍ରସାରଣରୁ ଲାଭ ପାଇପାରନ୍ତି। ପରିବାରରେ ସୁଖଦ ପରିବେଶ ବଜାୟ ରହିପାରେ। ଆର୍ଥିକ ସ୍ଥିତିକୁ ଆହୁରି ଉନ୍ନତ କରିବା ପାଇଁ ନୂଆ ରାସ୍ତା ଖୋଲିପାରେ।

ମୀନ ରାଶିର ଜାତକଙ୍କ ଜୀବନରେ ଶୁକ୍ରଙ୍କ ଉଦୟ ଯୋଗୁ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। କ୍ୟାରିୟରରେ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ ଏବଂ କର୍ମକ୍ଷେତ୍ରରେ ଆପଣଙ୍କ ପରିଚୟ ଆହୁରି ମଜଭୁତ ହୋଇପାରେ। ଚାକିରି ପରିବର୍ତ୍ତନ କରିବା କିମ୍ବା ବ୍ୟବସାୟରେ କିଛି ନୂଆ ପ୍ରୟାସ କରିବାରେ ସଫଳତା ମିଳିପାରେ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବା ସହ ଜୀବନରେ ସୁଖସୁବିଧା ବୃଦ୍ଧି ପାଇପାରେ। ଭବିଷ୍ୟତ ପାଇଁ କରିଥିବା ଯୋଜନାଗୁଡ଼ିକ ମଧ୍ୟ ଗତିଶୀଳ ହୋଇପାରେ।

Dharitri – Odisha’s No.1 Odia Daily

Share
Tags: rashiphala