Posted inଖେଳ

ଶୁଭମାନ ଗିଲ କଲେ ନୂଆ ରେକର୍ଡ, ବାବର ଆଜମ୍‌ଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୩୦।୭ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆକୁ ୬ ୱିକେଟ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମ ୱିକେଟ ପାଇଁ ଶୁଭମାନ ଗିଲ ଏବଂ ଇଶାନ କିଶାନଙ୍କ ଓପନିଂ ଯୋଡି ଭାରତ ପାଇଁ ମ୍ୟାଚ ଆରମ୍ଭ ଭଲ ଥିଲା। କିନ୍ତୁ ତା’ପରେ, ସମଗ୍ର ଦଳ ପରବର୍ତ୍ତୀ ୯୧ ରନ ମଧ୍ୟରେ ପାଭିଲିୟନ ଫେରିଥିଲେ। ତେବେ ଏହି ମ୍ୟାଚରେ ଓପନର୍‌ ଶୁଭମାନ ତାଙ୍କ ଏକଦିବସୀୟ କ୍ୟାରିୟର ଆଧାରରେ ପାକିସ୍ତାନୀ ଅଧିନାୟକ ବାବର ଆଜାମଙ୍କୁ ପଛରେ ପକାଇ ଦେଇଛନ୍ତି।

ଭାରତୀୟ ଓପନର୍‌ ଶୁଭମାନ ଗିଲ ଏପର୍ଯ୍ୟନ୍ତ ଭାରତ ପାଇଁ ୨୬ ଟି ଏକଦିବସୀୟ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ହାରାହାରି ୬୧.୪୫ ହାରରେ ୧୦୪.୮୯ ଷ୍ଟ୍ରାଇକ ରେଟରେ ୧୩୫୨ ରନ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ସେ ୪ ଶତକ ଏବଂ ଗୋଟିଏ ଡବଲ ଶତକ ସ୍କୋର କରିଛନ୍ତି। ୱେଷ୍ଟଇଣ୍ଡିଜ ସହିତ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଗିଲ ୩୪ (୪୯) ରନ ସଂଗ୍ରହ କରି ୨୬ ଟି ଏକ ଦିବସୀୟ ଇନିଂସରେ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ। ଏପରି କରି ସେ ବାବର ଆଜାମଙ୍କୁ ପଛରେ ପକାଇ ଦେଇଛନ୍ତି।

ତାଲିକା ଅନୁସାରେ ଶୁବମାନ ଗିଲ ୧୩୫୨ ରନ, ବାବର ଆଜାମ ୧୩୨୨ ରନ, ଜୋନାଥନ ଟ୍ରଟ ୧୩୦୩ ରନ, ଫଖର ଜମାନ ୧୨୭୫ ରନ ସ୍କୋର କରିଛନ୍ତି।

ୱେଷ୍ଟଇଣ୍ଡିଜ ଗସ୍ତରେ ଶୁଭମାନ ଗିଲଙ୍କ ବ୍ୟାଟ ଏପର୍ଯ୍ୟନ୍ତ କୌଣସି ବିଶେଷ ରନ ସ୍କୋର କରିପାରି ନାହିଁ। ତେବେ ଦ୍ୱିତୀୟ ଦିନିକିଆରେ ସେ ୩୪ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଇଶାନ କିଶନଙ୍କ ସହ ପ୍ରଥମ ୱିକେଟ ପାଇଁ ୯୦ ରନ ଯୋଡିଥିଲେ। ତାଙ୍କ ଇନିଂସ ସହାୟତାରେ ଗିଲ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦ ରନ ପୂରଣ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୮ ଟି ଟେଷ୍ଟ, ୨୬ ଟି ଏକଦିବସୀୟ ଏବଂ ୬ ଟି -୨୦ ଖେଳିଛନ୍ତି, ଯେଉଁଥିରେ ସେ ଯଥାକ୍ରମେ ୯୬୬, ୧୩୫୨ ଏବଂ ୨୦୨ ରନ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri