Posted inଖେଳ

ଶୁବମନ୍‌ ଗିଲ୍‌ଙ୍କ ଦ୍ରୁତ ଶତକ

ଅହମଦାବାଦ, ୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ କ୍ୱାଲିଫାୟର-୨ରେ ଦ୍ରୁତ ଶତକ ହାସଲ କରିଛନ୍ତି ଗୁଜରାଟ ଟାଇଟନ୍ସର ଶୁବମନ ଗିଲ୍‌। ଫଳରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୨୩୩ ରନ ସଂଗ୍ରହ କରିଛି। ଏହି ମ୍ୟାଚର ବିଜେତା ଆସନ୍ତା ରବିବାର ହେବାକୁଥିବା ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ।
୪୯ ବଲ୍‌ରେ ଶତକ
ବର୍ଷା ଯୋଗୁ ମ୍ୟାଚ ଅଧଘଣ୍ଟା ବିଳମ୍ବ ହୋଇଥିଲା। ଟସ୍‌ ୭ଟା ୪୫ରେ ପଡ଼ିଥିଲା ଏବଂ ମ୍ୟାଚ ୮ଟାରେ ଆରମ୍ଭ ହୋଇଥିଲା। ଟସ୍‌ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା। ଗୁଜରାଟର ଆରମ୍ଭ ସେତେ ଭଲ ହୋଇ ନ ଥିଲା। ଓପନର ରିଦ୍ଧିମାନ ଶାହା ୧୬ ବଲ୍‌ରୁ ମାତ୍ର ୧୮ ରନକରି ଆଉଟ ହୋଇଥିଲେ। ମାତ୍ର ଆକ୍ରମଣର ନେତୃତ୍ୱ ନେଇ ଶୁବମନ ଗିଲ୍‌ ଦଳକୁ ଏକ ବଡ଼ ସ୍କୋରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନେଇଥିଲେ। ସେ ମୁମ୍ବାଇ ବୋଲରଙ୍କୁ ଧୁଲେଇ କରି ଖେଳିବା ସହ ଚଳିତ ସିଜନରେ ପ୍ରଥମ ଖେଳାଳିଭାବେ ତୃତୀୟ ଶତକ ହାସଲ କରିଥିଲେ। ମାତ୍ର ୪୯ ବଲ୍‌ରୁ ଶତକ ପୂରଣ କରିଥିଲେ ଗିଲ୍‌। ଫଳରେ ଆଇପିଏଲ୍‌ ପ୍ଲେ-ଅଫ୍‌ରେ ଯୁଗ୍ମ ତୃତୀୟ ଖେଳାଳିଭାବେ ସେ ଦ୍ରୁତ ଶତକ ହାସଲ କରିଥିଲେ। ପୂର୍ବରୁ ରିଦ୍ଧିମାନ ଶାହା ୨୦୧୪ ଫାଇନାଲ ଏବଂ ରଜତ ପଟିଦାର ୨୦୨୨ ଏଲିମିନେଟରରେ ୪୯ ବଲ୍‌ରୁ ଶତକ ପୂରଣ କରିଥିଲେ। ଗୋଟିଏ ସିଜନରେ ସର୍ବାଧିକ ଶତକ ହାସଲ କରିବାରେ ବିରାଟ କୋହଲି ଓ ଜୋସ୍‌ ବଟଲରଙ୍କଠାରୁ ଗୋଟିଏ ପାଦ ପଛରେ ରହିଛନ୍ତି ଗିଲ୍‌। ୨୦୧୬ରେ କୋହଲି ଏବଂ ୨୦୨୨ରେ ବଟଲର ୪ଟି ଲେଖାଏ ଶତକ ହାସଲ କରିଥିଲେ।
ଶତକୀୟ ଭାଗୀଦାରି
ଶୁବମନ ଗିଲ୍‌ କେବଳ ଶତକ ହାସଲ କରି ନ ଥିଲେ ଦ୍ୱିତୀୟ ଉଇକେଟରେ ସାଇ ସୁଦର୍ଶନଙ୍କ ସହ ୬୪ ବଲ୍‌ରୁ ୧୩୮ ରନର ଭାଗୀଦାରି ଗଢ଼ି ଦଳର ଇନିଂସ ମଧ୍ୟ ସମ୍ଭାଳି ନେଇଥିଲେ। ୬୦ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଗିଲ୍‌ ୭ ଚୌକା ଓ ୧୦ ଛକା ସହାୟତାରେ ୧୨୯ ରନ ସ୍କୋର କରି ଆଉଟ ହୋଇଥିଲେ। ସାଇ ସୁଦର୍ଶନ ୩୧ ବଲ୍‌ରୁ ୪୩ (୫ ଚୌକା, ୧ ଛକା) ରନ କରିଥିବାବେଳେ ଗୁଜରାଟ ଟାଇଟନ୍ସ ୧୯ ତମ ଓଭର ଶେଷରେ ତାଙ୍କୁ ରିଟାୟର୍ଡ ଆଉଟ ଘୋଷଣା କରିଥିଲା। ତାଙ୍କ ସ୍ଥାନରେ ଶେଷ ଓଭରରେ ରଶିଦ ଖାଁ କ୍ରିଜକୁ ଆସିଥିଲେ। କ୍ରିସ୍‌ ଜୋର୍ଡାନଙ୍କ ଓଭରରେ ଚୌକା ସହ ରଶିଦ ନିଜ ଇନିଂସ ଆରମ୍ଭ କରିଥିଲେ। ତେବେ ଚମତ୍କାର ଫିନିଶ୍‌ କରିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ସେ ୫ମ ବଲ୍‌କୁ ଚୌକା ଓ ୬ଷ୍ଠ ତଥା ଅନ୍ତିମ ବଲ୍‌କୁ ଛକା ମାରିବାରୁ ଗୁଜରାଟ ସ୍କୋର ୨୩୩ରେ ପହଞ୍ଚତ୍ ଯାଇଥିଲା। ମୁମ୍ବାଇର ସମସ୍ତ ବୋଲର ମହଙ୍ଗା ରହିଥିବାବେଳେ ଆକାଶ ମାଧଓ୍ବାଲ ଓ ପୀୟୂଷ ଚାଓ୍ବଲା ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୩୩/୩ (ଶୁବମନ ଗିଲ୍‌-୧୨୯, ସାଇ ସୁଦର୍ଶନ-୪୩, ହାର୍ଦ୍ଦିକ ପାଣ୍ଡ୍ୟା-୨୮*, ଆକାଶ ମାଧଓ୍ବାଲ-୧/୫୨, ପୀୟୂଷ ଚାଓ୍ବଲା-୧/୪୫)।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri