Categories: ଖେଳ

ପାକିସ୍ତାନ ବିପକ୍ଷ ମ୍ୟାଚରେ ଗିଲ୍‌ଙ୍କ ଖେଳିବା ନିଶ୍ଚିତ

ଅହମ୍ମଦାବାଦ,୧୪।୧୦: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ର ପ୍ଲେ-୧୧ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଭାରତୀୟ ପ୍ଲେଇଙ୍ଗ୍‌ ମିଶ୍ରଣରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଶୁବମନ ଗିଲ୍‌ ଖେଳିବେ କି ନାହିଁ। ଏ ପର୍ଯ୍ୟନ୍ତ ଆସୁଥିବା ସମସ୍ତ ରିପୋର୍ଟ ଏବଂ ମାହେଲକୁ ଦେଖିଲେ, ଲାଗୁଛି ଯେ ଶୁବମନ ଗିଲ୍‌ଙ୍କ ଖେଳିବା ପ୍ରାୟ ନିଶ୍ଚିତ। ହେଲେ ଇଶାନ କିଷନ କିମ୍ବା ଶ୍ରେୟାସ ଆୟରଙ୍କୁ ବାହାରେ ବସିବାକୁ ପଡିପାରେ।

ଗତ ସପ୍ତାହରେ ଶୁବମନ ଗିଲ୍‌ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା, ପରେ ତାଙ୍କୁ ବିସିସିଆଇ ମେଡିକାଲ ଟିମ ନଜରରେ ରଖିଥିଲା। ସତର୍କତାମୂଳକ ପଦକ୍ଷେପ ଭାବରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ କିଛି ଘଣ୍ଟା ପରେ ଡାକ୍ତର ଗିଲଙ୍କୁ ଡିସଚାର୍ଜ କରିଥିଲେ। ଡେଙ୍ଗୁ କାରଣରୁ ଗିଲ୍‌ ଆରମ୍ଭରୁ ୨ଟି ମ୍ୟାଚ ଖେଳିପାରି ନ ଥିଲେ। ହେଲେ ପାକିସ୍ତାନ ମ୍ୟାଚ ପୂର୍ବରୁ ଗିଲ୍‌ ଅହମ୍ମଦାବାଦରେ ପହଞ୍ଚି ଅଭ୍ୟାସ କରିଛନ୍ତି।

Share