Posted inଜାତୀୟ

୧୮ ଦିନ ପରେ ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ,୧୫।୭: ୧୮ ଦିନ ଧରି ମହାକାଶରେ ରହିବା ପରେ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆକ୍ସିଓମ୍‌-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟଙ୍କ ସହ ପୃଥିବୀରେ ଅବତରଣ କରିଛନ୍ତି। ତାଙ୍କ ମହାକାଶଯାନ ଡ୍ରାଗନ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରିଛି।

ବାୟୁସେନା ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳା ଏବଂ ଆକ୍ସିଓମ୍‌-୪ ମିଶନର ୩ ଅନ୍ୟ କ୍ରିଉ ସଦସ୍ୟ ପେଗୀ ହ୍ବିଟ୍‌ସନ୍‌, ସ୍ଲାଓଜ୍‌ ଉଜ୍‌ନାନ୍‌ସ୍କି ଏବଂ ଟିବୋର କାପ ସୋମବାର ଭାରତୀୟ ସମୟ ଅପରାହ୍ନ ସାଢ଼େ ୪ଟାରେ ସ୍ପେସ୍‌ ଏକ୍ସ’ର ଡ୍ରାଗନ ମହାକାଶଯାନ ଯୋଗେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଛାଡ଼ିଥିଲେ। ଦୀର୍ଘ ୧୮ ଦିନ ପରେ ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟ ଆଇଏସ୍‌ଏସ୍‌ରୁ ଅଲଗା ହୋଇଥିଲା। ୨୨ ଘଣ୍ଚାର ଯାତ୍ରା ପରେ ୪ ମହାକାଶଚାରୀ ମଙ୍ଗଳବାର ଭାରତୀୟ ସମୟ ଅପରାହ୍ନ ୩ଟାରେ କାଲିଫର୍ନିଆ ଉପକୂଳରେ ଅବତରଣ କରିବେ ବୋଲି ସୂଚନା ରହିଥିଲା। ତେବେ ଆଇଏସ୍‌ଏସ୍‌ ଛାଡ଼ିବାର କିଛିଘଣ୍ଟା ପୂର୍ବରୁ ଶୁଭାଂଶୁ ସେଠାରେ ଏକ ଶୂନ୍ୟ ଗୁରୁତ୍ୱାକର୍ଷଣ ପରୀକ୍ଷଣକୁ ପ୍ରଦର୍ଶିତ କରିଥିଲେ। ଜଳ ମାଧ୍ୟମରେ କିପରି ସୂକ୍ଷ୍ମ ଗୁରୁତ୍ୱାକର୍ଷଣ ଦୈନନ୍ଦିନ ପଦାର୍ଥ ବିଜ୍ଞାନକୁ ରୂପାନ୍ତରିତ କରୁଛି, ତାହା ସେ ଦର୍ଶାଇଥିଲେ। ଆକ୍ସିଓମ୍‌-୪ ମିଶନ ଅନ୍ତର୍ଗତ ଏହି ପରୀକ୍ଷଣରେ ଶୁଭାଂଶୁ ମହାକାଶରେ ଜଳର ଅନନ୍ୟ ଆଚରଣକୁ ବୁଝାଇଥିଲେ। ଉଲ୍ଲେଖଯୋଗ୍ୟ, ଆମେରିକୀୟ ମହାକାଶ ସଂସ୍ଥା (ଇସ୍ରୋ) ଏବଂ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ମିଳିତ ଆକ୍ସିଓମ୍‌-୪ ମିଶନ ଯୋଗେ ଶୁଭାଂଶୁ ପ୍ରଥମ ଭାରତୀୟ ଭାବେ ଆଇଏସ୍‌ଏସ୍‌ରେ ପହଞ୍ଚିଥିଲେ। ସେହିପରି ସେ ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?