ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ଏଥିପାଇଁ ସିମନବାଡ଼ି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି।

ଶୁଭ ଖୁଣ୍ଟି ସ୍ଥାପନ ପୂର୍ବରୁ ମା’ ପାଟ୍ଟଖଣ୍ଡା ଓ ଗ୍ରାମଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଅସ୍ଥାୟୀ ଗଣେଶ ମଣ୍ଡପରେ ଗଣେଶ ପୂଜାର୍ଚ୍ଚନା ଓ ଗଣେଶ ବନ୍ଦନା କରାଯାଇଥିଲା। ଏହାପରେ ଖୁଣ୍ଟି ପୂଜନ ଓ ପରିକ୍ରମା କରାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା।

ଏହି ଅବସରରେ ଗ୍ରାମବାସୀ ଓ ମା’ ଦୁର୍ଗାପୂଜା କମିଟିର ସଦସ୍ୟମାନେ ଚଳିତବର୍ଷ ଦଶହରା ପୂଜା ଶାନ୍ତିଶୃଙ୍ଖଳାର ସହ ପାଳନ ହେବା ପାଇଁ ପ୍ରାର୍ଥନା କରିଥିଲେ। ପୂଜକ ସନ୍ତୋଷ କୁମାର ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସଞ୍ଜିତ ଗୌଡ଼ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସତୀଶ କୁମାର ସାହୁ, ସରୋଜ କୁମାର ସାହୁ, ସୌମ୍ୟରଞ୍ଜନ ନାୟକ, ସମ୍ବିତ ରଞ୍ଜନ ନାୟକ, ସନୋଜ ସାହୁ, ଜଗନ୍ନାଥ ନାୟକ, ଧନଞ୍ଜୟ ନାୟକ, ଆଶିଷ କୁମାର ସାହୁ, ଚନ୍ଦନ ସେନାପତି, ଜଗନ ସାହୁ, ବିନୋଦ କୁମାର ସାହୁ, ବଳରାମ ସାହୁ ଓ ବାଥଲମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Share