ଶ୍ରୀରାମ ନବମୀ ମହୋତ୍ସବ: ଶୋଭାଯାତ୍ରାରେ ୬୦ ମେଢ଼

ଭଦ୍ରକ ଅଫିସ,୧୧।୪ ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ରବିବାର ସହର ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା। କୋଭିଡ୍‌ କଟକଣା ଯୋଗୁ ଦୁଇବର୍ଷ ଧରି ନିରାଡ଼ମ୍ବରରେ ଏହି ମହୋତ୍ସବ ପାଳନ ହୋଇଥିଲା। ଏଥର ବିନା କଟକଣାରେ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ଜିଲା ଓ ଜିଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଲୋକ ମହୋତ୍ସବ ଭାବେ ପରିଗଣିତ ଶ୍ରୀରାମ ନବମୀ ସମାରୋହରେ ବିଶାଳ ନଗର ସଂକୀର୍ତ୍ତନ ଶୋଭାଯାତ୍ରାରେ ଏଥର ୬୦ରୁ ଊର୍ଦ୍ଧ୍ୱ ସୁସଜ୍ଜିତ ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିଲେ। ପୌରାଞ୍ଚଳରେ ବିଭିନ୍ନ ସାହି, ବସ୍ତି ସମେତ ଜିଲାର ବିଭିନ୍ନ ବ୍ଲକରୁ ସୁସଜ୍ଜିତ ମେଢ଼ ବାହାରି ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଅପରାହ୍ନ ୪ଟାରୁ ନୃତ୍ୟ, ବାଦ୍ୟ, ସଂକୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଶୋଭାଯାତ୍ରା ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ସହରକୁ ଗେରୁଆ ପତାକା ଓ ତୋରଣରେ ସୁସଜ୍ଜିତ କରାଯାଇ ଶୋଭାଯାତ୍ରାକାରୀମାନେ ସହର ପରିକ୍ରମା କରି ଗାନ୍ଧୀପଡ଼ିଆରେ ପହଞ୍ଚିବା ପରେ ଏହା ଉଦ୍‌ଯାପିତ ହୋଇଥିଲା। ଏଥିସହ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଗାନ୍ଧୀପଡ଼ିଆରେ ୭ ଦିନ ବ୍ୟାପୀ ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା। ରାମ ନବମୀ ପୂଜାର୍ଚ୍ଚନା ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିବାରୁ ଗାନ୍ଧୀପଡ଼ିଆ ପରିସର ଲୋକାରଣ୍ୟ ହୋଇପଡ଼ିଥିଲା। ସହରର ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।
ଶ୍ରୀରାମ ନବମୀ ମହୋତ୍ସବ ଅବସରରେ ଆୟୋଜିତ ନଗର ସଂକୀର୍ତ୍ତନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ପହଞ୍ଚିଥିବା ସମସ୍ତ ମେଢ଼ର ଶୋଭାଯାତ୍ରା ଅପରାହ୍ନରେ ଆରମ୍ଭ ହୋଇଥିଲା। ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା। ଏହାସାଙ୍ଗକୁ ଡିଜେ ବାଜା ଓ ମାଦଳ ନୃତ୍ୟ, ସିଂହବାଜା, କୀର୍ତ୍ତନ ମଣ୍ଡଳୀଙ୍କ କାର୍ଯ୍ୟକ୍ରମ, ଘୋଡ଼ାନାଚ, ପାରମ୍ପରିକ ବାଦ୍ୟ ବାଜଣା ମଧ୍ୟରେ ଶୋଭାଯାତ୍ରା ନିର୍ଦ୍ଧାରିତ ବିଭିନ୍ନ ରାସ୍ତାରେ ଆଗକୁ ବଢ଼ିଥିଲା। ବିଭିନ୍ନ ଛକ ସ୍ଥାନରେ ବହୁ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରାକାରୀଙ୍କୁ ସୁଦୃଶ୍ୟ ତୋରଣ ଦ୍ୱାରା ସ୍ବାଗତ କରାଯାଇଥିଲା। ରାସ୍ତାର ଦୁଇପାର୍ଶ୍ୱରେ ହଜାର ହଜାର ପୁରୁଷ ମହିଳା ଶଙ୍ଖ, ହୁଳୁହୁଳି ମାଧ୍ୟମରେ ମେଢ଼ଗୁଡ଼ିକୁ ସ୍ବାଗତ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ତତ୍ତ୍ବାବଧାନରେ ୩ ଜଣ ଅତିରିକ୍ତ ଏସ୍‌ପି, ୧୦ ଡିଏସ୍‌ପି, ୧୯ ଇନ୍ସପେକ୍ଟର, ୧୦୯ ସବ୍‌ଇନ୍ସପେକ୍ଟରଙ୍କ ସମେତ ଏଏସ୍‌ଆଇ, ୪୦ ପ୍ଲାଟୁନ ସିଆର୍‌ପିଏଫ୍‌ ନିୟୋଜିତ ହୋଇଥିଲେ। ମେଢ଼ ସମ୍ମୁଖ, ଡାହାଣ ଓ ବାମପାର୍ଶ୍ୱରେ ପୋଲିସ ମୁତୟନ ରହିଥିଲେ। ଏଥିସହ ସାଦା ପୋଷାକରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ଥିଲେ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri