ଶ୍ରୀମନ୍ଦିର, ଅଠରନଳା ୧୦୦ମିଟର ପରିଧିରୁ ହଟିବ ବେଆଇନ ନିର୍ମାଣ

ପୁରୀ ଅଫିସ,୨୯।୧୦: ଶ୍ରୀମନ୍ଦିର ଓ ଅଠରନଳା ପୋଲ ଚୌହଦୀର ୧୦୦ ମିଟର ଅଞ୍ଚଳ ଭିତରେ ବେଆଇନ କୋଠା ନିର୍ମାଣଗୁଡିକ ବିରୋଧ କରାଯାଇଛି। ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଶୁକ୍ରବାର ପିକେଡିଏ ଓ ଏଏସଆଇ ଅଧିକାରୀଙ୍କୁ ନେଇ ଏକ କମିଟି ମାପଚୁପ କରିଛନ୍ତି । ବେଆଇନ ନିର୍ମାଣ କାମକୁ ବନ୍ଦ କରାଯିବ।
ଏନ୍‌ଏମ୍‌ଏ ବା ଜାତୀୟ ଐତିହ୍ୟ କୀର୍ତ୍ତିରାଜି ପ୍ରାଧିକରଣ ନିୟମ ଅନୁଯାୟୀ ଏହି ଦୁଇ ଐତିହ୍ୟସ୍ଥଳର ସୁରକ୍ଷା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି।ଏନ୍‌ଏମ୍‌ଏର ନିୟମ ଅନୁସାରେ ଐତିହ୍ୟ ସ୍ଥଳର ୧୦୦ ମିଟର ପରିଧିରେ କୌଣସି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ୩୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଆବଶ୍ୟକ। ଯେଉଁମାନେ ନିୟମ ଉଲଙ୍ଘନ କରିଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।