‘ଶାରୀରିକ ସମ୍ପର୍କ ରଖୁଥିଲେ ଶ୍ରୀକାନ୍ତ ସାହୁ’

ଭୁବନେଶ୍ୱର,୫।୭(ସତ୍ୟଜିତ୍‌ ରାଉତ): ବିଜେଡି ନେତ୍ରୀ ସଞ୍ଜୁକ୍ତା ମହଲା ମଙ୍ଗଳବାର ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ନିର୍ଯାତନା ଦେଉଥିଲେ ବୋଲି ସଞ୍ଜୁକ୍ତା ଗଣମାଧ୍ୟମରେ କହିଛନ୍ତି। ତେବେ ସଞ୍ଜୁକ୍ତାଙ୍କ ଏଭଳି ବୟାନ ପରେ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଗଣମାଧ୍ୟମ ଜରିଆରେ ସଞ୍ଜୁକ୍ତା ଦେଇଥିବା ବୟାନ ଅନୁଯାୟୀ, ଶ୍ରୀକାନ୍ତ ୨୦୧୫ରୁ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଆଳ ଦେଖାଇ ତାଙ୍କୁ ନିର୍ଯାତନା ଦେବା ସହ ଶାରୀରିକ ସମ୍ପର୍କ ରଖୁଥିଲେ। ସ୍ତ୍ରୀ ଭଳି ସେ ତାଙ୍କୁ ରଖୁଥିବାବେଳେ ଘରକୁ ମଧ୍ୟ ଆସୁଥିଲେ। ସଞ୍ଜୁ୍‌କ୍ତା ମଧ୍ୟ ଶ୍ରୀକାନ୍ତଙ୍କ ଅଞ୍ଚଳକୁ ଯାଆନ୍ତି। ହେଲେ ମନ୍ତ୍ରୀ ପଦ ପାଇଲା ପରେ ଶ୍ରୀକାନ୍ତ ତାଙ୍କୁ ଆଉଟ୍‌ କରିବାକୁ ବସିଲେ। ସେତେବେଳକୁ ୩୦ ବର୍ଷର ସମ୍ପର୍କରେ ଥିବା ସ୍ବାମୀଙ୍କ ସହ ଛାଡ଼ପତ୍ର ମଧ୍ୟ କରିସାରିଥିଲେ। ତେବେ ଏନେଇ ସେ ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ। ହେଲେ ଚାପରେ ପଡ଼ି ପୋଲିସ କେସ୍‌ କଲା ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ଦେବେ ବୋଲି ପୂରା ଭରସା ଥିଲା। ଶ୍ରୀକାନ୍ତଙ୍କ ମନ୍ତ୍ରୀ ପଦ ଗଲା। କିନ୍ତୁ ମୋତେ ପ୍ରକୃତ ନ୍ୟାୟ ମିଳିଲା ନାହିଁ। ଏଥିସହ ସଞ୍ଜୁକ୍ତା ଆହୁରି କହିଛନ୍ତି ଯେ, ସେ ସବୁଆଡ଼େ ଶୁଣିବାକୁ ପାଇଲେ ତାଙ୍କୁ କୁଆଡ଼େ ପଇସା ଦିଆଯାଇଛି, କୋଟିଏ ଟଙ୍କା ଦିଆଯାଇଛି, ଗୋଟିଏ ଆପାର୍ଟମେଣ୍ଟ ଦିଆଯାଇଛି। ତାହାଛଡ଼ା ଦଳରେ ଗୋଟିଏ ପଦବୀ ମଧ୍ୟ ଦିଆଯାଇଛି। ହେଲେ ମୋତେ କୌଣସି ଜିନିଷ ଦିଆଯାଇନାହିଁ ବୋଲି ଆପଣମାନେ ଜାଣିରଖନ୍ତୁ ବୋଲି ସଞ୍ଜୁକ୍ତା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ସୋମବାର ପରିବାର ଲୋକେ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇ ସଂଯୁକ୍ତାଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ସଂକ୍ରାନ୍ତରେ ମଧ୍ୟ ସଞ୍ଜୁକ୍ତା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗ ଭିତ୍ତିହୀନ। ଏସବୁ ଘଟଣାରେ ମୁଖ୍ୟ ପୁରୋଧା ଶ୍ରୀକାନ୍ତ ସାହୁ ବୋଲି ସଞ୍ଜୁକ୍ତା କହିଛନ୍ତି। ଏସବୁର ଅନ୍ତ ହେବ। ଏଫ୍‌ଆଇଆର୍‌ କପି ପ୍ରସ୍ତୁତ କଲିଣି। ଏଥିରେ ଯଦି ନ୍ୟାୟ ନ ମିଳିବ, ତେବେ ଆଗାମୀ ଦିନରେ ତାଙ୍କ ଦୁଆର ମୁହଁରେ ବସିବେ ବୋଲି ସଞ୍ଜୁକ୍ତା ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri