ଡେଙ୍ଗୁ ପରେ ଘାରିଲାଣି ଝାଡ଼ାବାନ୍ତି ଚିନ୍ତା

ଭୁବନେଶ୍ୱର,(ଅଭିଜିତ ଦାସ)/ପଟ୍ଟାଙ୍ଗି, ୫।୭(ଶରତ ଧଳ): ବର୍ଷା ଋତୁ ଆରମ୍ଭରୁ ରାଜ୍ୟରେ ଜଳବାହିତ ରୋଗ ବ୍ୟାପିଲାଣି। ଡେଙ୍ଗୁ ପରେ ଏବେ ଝାଡାବାନ୍ତି, କାମଳ(ହେପାଟାଇଟିସ୍‌-ଏ ଓ ଇ) ରୋଗରେ ଅନେକେ ଆକ୍ରାନ୍ତ ହୋଇଥିବାବେଳେ କେତେଜଣ ରୋଗୀଙ୍କ ଜୀବନ ଗଲାଣି। କୋରାପୁଟ ଜିଲା ପଟାଙ୍ଗି ବ୍ଲକ୍‌ରେ ଝାଡ଼ାବାନ୍ତିରେ ୩ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ସ୍ଥିତିର ସମୀକ୍ଷା କରାଯିବା ସହ ସଂକ୍ରମଣ ନିୟନ୍ତ୍ରଣ ଲାଗି ପଦକ୍ଷେପ ଆରମ୍ଭ ହୋଇଛି। ବର୍ଷା ପୂର୍ବରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଜଳ ଉତ୍ସଗୁଡିକୁ ବିଶୋଧନ କରିବାକୁ କୁହାଯାଇଥିବାବେଳେ ୧୦ ତାରିଖରୁ ପ୍ରତି ପଞ୍ଚାୟତରେ ଇଣ୍ଟିଗ୍ରେଟେଡ୍‌ କ୍ୟାମ୍ପେନ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।
ମୌସୁମୀ ପୂର୍ବରୁ ଜଳବାହିତ ରୋଗ ସମ୍ଭାବନା ଏଡାଇବାକୁ ସ୍ବାସ୍ଥ୍ୟ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରାଯାଉଥିବା ରାଜ୍ୟ ସରକାର କହୁଛନ୍ତି। ୨୦୨୦-୨୧ରେ ୨୦୯ଟି କେସ୍‌ ବାହରିଥିବା ବେଳେ ୧୧ ଝାଡାବାନ୍ତି ରୋଗୀ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୧-୨୨ରେ ୨୦୦୭ଟି କେସ୍‌ ବାହାରିଥିବା ବେଳେ ୬୯ଜଣ ଝାଡାବାନ୍ତି ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେହିବର୍ଷ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଥିଲା। ଉକ୍ତ ବର୍ଷ ରାୟଗଡ଼ା କାଶୀପୁର ଘଟଣା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା। ଏଠାରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୪ଜଣ ଆକ୍ରାନ୍ତ ହୋଇଥିଲେ। ତେବେ ଚଳିତବର୍ଷ ଏଯାଏ ୩୧୪ଟି କେସ୍‌ ବାହାରିଥିବାବେଳେ ୧୦ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ପଟ୍ଟାଙ୍ଗି ବ୍ଲକ୍‌ ମେଟାପାଡୁ ଗ୍ରାମରେ ଗତ ୨୫ ତାରିଖରୁ ଝାଡ଼ାବାନ୍ତି ବ୍ୟାପିଛି। ଗ୍ରାମର ଦିଶାରି ପାଖରୁ ଔଷଧ ଖାଇ ୨୮ ଓ ୨୯ ତାରିଖରେ ୬ଜଣ ଗୁରୁତର ହୋଇପଡିଥିଲେ। ୩୦ ତାରିଖରେ ଗୋଲରି ବୁଦ୍ରାୟାଙ୍କ ମୃତ୍ୟୁ ହୋଇଥିଲା। ପରେ ଅନ୍ୟ ୫ଜଣଙ୍କୁ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗତ ୨ ତାରିଖରେ ଜାନି ମାଲାମାଙ୍କ ମୃତ୍ୟୁ ଘଟିଥିବାବେଳେ ମଙ୍ଗଳବାର ଗୋଲରି ପେଣ୍ଡାୟାଙ୍କ ମୃତ୍ୟୁ ଘଟିଛି।
ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହଛନ୍ତି, ଜଳବାହିତ ରୋଗର ସଚେତନତା ଲାଗି ଜୁଲାଇ ୧୦ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଇଣ୍ଡିଗ୍ରେଟେଡ୍‌ କ୍ୟାମ୍ପେନ ଆରମ୍ଭ ହେବ। ଡାଇରିଆ, କାମଳ, ମ୍ୟାଲେରିଆ ରୋଗ ପାଇଁ ବିଭିନ୍ନ ଜିଲାରେ ଥିବା ସିଏଚ୍‌ସି, ପିଏଚ୍‌ସିରେ ସ୍ବାସ୍ଥ୍ୟକର୍ମୀ, ଆଶାଦିଦି ଓ ଚିଫ୍‌ ହେଲ୍‌ଥ ଅଧିକାରୀ ଘରକୁ ଘର ବୁଲି ସର୍ଭେ କରିବେ। ଏହାସହ ପ୍ରତି ପରିବାରକୁ ହାଲୋଜେନ ବଟିକା ଓ ଓଆର୍‌ଏସ୍‌ ଦିଆଯିବ। ସେହିପରି ଗାଁମାନଙ୍କର ଜଳଉତ୍ସଗୁଡିକ ବିଶୋଧନ କରାଯିବାର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri