ଭକ୍ତଙ୍କ ଦାନରୁ ମିଳିଛି ୩୦୦ରୁ ଊର୍ଦ୍ଧ୍ୱ କେଜି ରୁପା: ଛାଉଣି ହେବ ରତ୍ନପଲଙ୍କ, ପତିତପାବନ ମନ୍ଦିର 

ପୁରୀ,୧୪ା୧୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଊର୍ଦ୍ଧ୍ୱ ରୁପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧକୁ ରୁପାଛାଉଣି କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ସେବାୟତମାନଙ୍କୁ ମଧ୍ୟ ଡିଜାଇନ୍‌ ଦେଖାଯାଇଛି। ପୂର୍ବ ପରିଚାଳନା କମିଟି ବୈଠକରେ ରୁପାଛାଉଣି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଆଗାମୀ ଡିସେମ୍ବର ୨୫ ସୁଦ୍ଧା ପତିତପାବନ ମନ୍ଦିର ଓ ଏହାର ଗୁମୁଟ ବନ୍ଧକୁ ରୁପା ଛାଉଣି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ରତ୍ନପଲଙ୍କ ଓ ପ୍ରଭା ଆଦିକୁ ଆଗାମୀ ବର୍ଷ ମାର୍ଚ୍ଚ ମଧ୍ୟରେ ରୁପା ଛାଉଣି କରାଯିବା ନେଇ ଆଲୋଚନା ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଥିବା ବିଭିନ୍ନ ଦ୍ୱାରରେ ରୁପା ଛାଉଣି କରାଯାଇଛି।
ବୈଠକ ସମ୍ପର୍କରେ ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସୂଚନା ଦେଇ କହିଛନ୍ତି, ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର କଳାହାଟ ଦ୍ୱାର ଓ ବେହେରଣ ଦ୍ୱାରକୁ ରୁପା ଛାଉଣି କରାଯାଇଥିଲା। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ୭ଟି ଦ୍ୱାର ଯଥା ଭଅଣ୍ଡ ଘର ଦ୍ୱାର, ସାତପାହାଚ ଦ୍ୱାର, ଲକ୍ଷ୍ମୀମନ୍ଦିର ଦ୍ୱାର, ବିମଳା ମନ୍ଦିର ଦ୍ୱାର, ଦକ୍ଷିଣଘର ଦ୍ୱାର, ନୃସିଂହ ମନ୍ଦିର ଦ୍ୱାର, ସୂର୍ଯ୍ୟମନ୍ଦିର ଦ୍ୱାର ଆଦିକୁ ରୁପାଛାଉଣି କରାଯାଇଥିଲା। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସିଂହଦ୍ୱାର ଗୁମୁଟ ଭିତରେ ଥିବା ଜମଶିଳା ସ୍ଥାନର ବନ୍ଦକୁ ରୁପା ଛାଉଣି କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଉପରେ ଗୁରୁବାର ମଧ୍ୟ ଆଲୋଚନା କରାଯାଇଛି। ସେହିପରି ଅଣସର ସମୟରେ ଦଶ ଅବତାର ବସୁଥିବା ଖଟ, ମହାପ୍ରଭୁଙ୍କ ରତ୍ନପଲଙ୍କ, ଚଳନ୍ତି ପ୍ରତିମାଗୁଡ଼ିକର ସମସ୍ତ ପ୍ରଭାକୁ ରୁପାଛାଉଣି କରାଯିବାକୁ ବୈଠକରେ ଆଲୋଚନା ହୋଇଛି।
ପତିତପାବନଙ୍କ ମନ୍ଦିର ଓ ସିଂହାସନକୁ ରୁପାରେ ଆଚ୍ଛାଦିତ କରାଯିବ। ସେ ନେଇ ଗୁରୁବାର ଡିଜାଇନ ଦେଖାଇଥିଲେ, ମାତ୍ର ମାପ ଆଣିନଥିବାରୁ ଆଉ ଥରେ ଡିଜାଇନ ଦେଖାଇବେ। ତେବେ ଜମଶିଳା ଉପରେ ଥିବା କ୍ରାନ୍ତି ଓ ଦୁଇ ପାର୍ଶ୍ୱସ୍ଥ ବନ୍ଧକୁ ରୁପା ଛାଉଣି କରାଯିବ, ତେଣୁ ତାହାର ଡିଜାଇନ ଦେଖାଇଥିଲେ। ସେଥିରେ କିଛି ପରିବର୍ତ୍ତନ କରାଯାଇଛି। ଥିକ୍‌ନେସ୍‌ ପ୍ରାୟ ୧ ଏମ୍‌ଏମ୍‌ ରହୁଛି। ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିବା ରୁପାରେ ସମସ୍ତ କାର୍ଯ୍ୟ କରଯିବ। ପ୍ରାୟ ୩୫୦ କେଜି ରୁପା ବ୍ୟବହାର ହେବ ବୋଲି ଆକଳନ କରାଯାଇଛି। ପତିତପାବନ ଏବଂ ଜମଶିଳା ଉପରେ ଥିବା କାନ୍ତି ଓ ଦୁଇପାର୍ଶ୍ୱ ବନ୍ଧର ରୁପାଛାଉଣି କାର୍ଯ୍ୟ ଡିସେମ୍ବର ୨୫ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗକୁ ଇଂଲିଶ ନବବର୍ଷ ଆସୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ସମାଗମ ହେବ।
ତେଣୁ ନୂଆବର୍ଷ ପୂର୍ବରୁ କାର୍ଯ୍ୟ ସାରିବାକୁ କୁହାଯାଇଛି। ଫଳରେ ଭକ୍ତମାନେ ନୂଆ ରୂପ ଦେଖିପାରିବେ। ସେହିପରି ଶ୍ରୀବିଗ୍ରହମାନଙ୍କ ରତ୍ନପଲଙ୍କକୁ ବର୍ମାଟିକ୍‌ କାଠରେ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଦିନ ସେବକମାନେ ଟେକି ଆଣୁଛନ୍ତି। ପ୍ରତ୍ୟେକ ପଲଙ୍କର ଓଜନର ୫୦ରୁ ୫୬ କିଲୋ ମଧ୍ୟରେ ରହୁଛି। ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ରୁପାଛାଉଣି କାର୍ଯ୍ୟ କରାଯିବ। ରୁପାରେ ଏପରି ଡିଜାଇନ କରାଯିବ ଯେପରି ସେବକମାନଙ୍କ ସମସ୍ୟା ନ ହେବ। ରତ୍ନପଲଙ୍କ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା କରାଯାଇ ପଦକ୍ଷପ ନିଆଯିବ। ମାର୍ଚ୍ଚ ମାସ ସୁଦ୍ଧା ରତ୍ନପଲଙ୍କ ରୁପାଛାଉଣି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ପ୍ରତିମାମାନଙ୍କର ୭ଟି ପ୍ରଭାରେ ରୁପା ଛାଉଣି କରାଯିବ। ମହାରଣାସେବକମାନେ ପ୍ରଭା ତିଆରି କରିବା ପରେ ସେଥିରେ ରୁପା ଛାଉଣି ହେବ। ଆସନ୍ତା ଅକ୍ଷୟ ତୃତୀୟା ପୂର୍ବରୁ ଏହି କାର୍ଯ୍ୟ ସାରିବାକୁ ଆଶା ରଖାଯାଇଛି ବୋଲି ପୂଜାପଣ୍ଡା ସୂଚନା ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri