ଭକ୍ତଙ୍କ ଦାନରୁ ମିଳିଛି ୩୦୦ରୁ ଊର୍ଦ୍ଧ୍ୱ କେଜି ରୁପା: ଛାଉଣି ହେବ ରତ୍ନପଲଙ୍କ, ପତିତପାବନ ମନ୍ଦିର 

ପୁରୀ,୧୪ା୧୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଊର୍ଦ୍ଧ୍ୱ ରୁପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧକୁ ରୁପାଛାଉଣି କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ସେବାୟତମାନଙ୍କୁ ମଧ୍ୟ ଡିଜାଇନ୍‌ ଦେଖାଯାଇଛି। ପୂର୍ବ ପରିଚାଳନା କମିଟି ବୈଠକରେ ରୁପାଛାଉଣି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଆଗାମୀ ଡିସେମ୍ବର ୨୫ ସୁଦ୍ଧା ପତିତପାବନ ମନ୍ଦିର ଓ ଏହାର ଗୁମୁଟ ବନ୍ଧକୁ ରୁପା ଛାଉଣି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ରତ୍ନପଲଙ୍କ ଓ ପ୍ରଭା ଆଦିକୁ ଆଗାମୀ ବର୍ଷ ମାର୍ଚ୍ଚ ମଧ୍ୟରେ ରୁପା ଛାଉଣି କରାଯିବା ନେଇ ଆଲୋଚନା ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଥିବା ବିଭିନ୍ନ ଦ୍ୱାରରେ ରୁପା ଛାଉଣି କରାଯାଇଛି।
ବୈଠକ ସମ୍ପର୍କରେ ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସୂଚନା ଦେଇ କହିଛନ୍ତି, ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର କଳାହାଟ ଦ୍ୱାର ଓ ବେହେରଣ ଦ୍ୱାରକୁ ରୁପା ଛାଉଣି କରାଯାଇଥିଲା। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ୭ଟି ଦ୍ୱାର ଯଥା ଭଅଣ୍ଡ ଘର ଦ୍ୱାର, ସାତପାହାଚ ଦ୍ୱାର, ଲକ୍ଷ୍ମୀମନ୍ଦିର ଦ୍ୱାର, ବିମଳା ମନ୍ଦିର ଦ୍ୱାର, ଦକ୍ଷିଣଘର ଦ୍ୱାର, ନୃସିଂହ ମନ୍ଦିର ଦ୍ୱାର, ସୂର୍ଯ୍ୟମନ୍ଦିର ଦ୍ୱାର ଆଦିକୁ ରୁପାଛାଉଣି କରାଯାଇଥିଲା। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସିଂହଦ୍ୱାର ଗୁମୁଟ ଭିତରେ ଥିବା ଜମଶିଳା ସ୍ଥାନର ବନ୍ଦକୁ ରୁପା ଛାଉଣି କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଉପରେ ଗୁରୁବାର ମଧ୍ୟ ଆଲୋଚନା କରାଯାଇଛି। ସେହିପରି ଅଣସର ସମୟରେ ଦଶ ଅବତାର ବସୁଥିବା ଖଟ, ମହାପ୍ରଭୁଙ୍କ ରତ୍ନପଲଙ୍କ, ଚଳନ୍ତି ପ୍ରତିମାଗୁଡ଼ିକର ସମସ୍ତ ପ୍ରଭାକୁ ରୁପାଛାଉଣି କରାଯିବାକୁ ବୈଠକରେ ଆଲୋଚନା ହୋଇଛି।
ପତିତପାବନଙ୍କ ମନ୍ଦିର ଓ ସିଂହାସନକୁ ରୁପାରେ ଆଚ୍ଛାଦିତ କରାଯିବ। ସେ ନେଇ ଗୁରୁବାର ଡିଜାଇନ ଦେଖାଇଥିଲେ, ମାତ୍ର ମାପ ଆଣିନଥିବାରୁ ଆଉ ଥରେ ଡିଜାଇନ ଦେଖାଇବେ। ତେବେ ଜମଶିଳା ଉପରେ ଥିବା କ୍ରାନ୍ତି ଓ ଦୁଇ ପାର୍ଶ୍ୱସ୍ଥ ବନ୍ଧକୁ ରୁପା ଛାଉଣି କରାଯିବ, ତେଣୁ ତାହାର ଡିଜାଇନ ଦେଖାଇଥିଲେ। ସେଥିରେ କିଛି ପରିବର୍ତ୍ତନ କରାଯାଇଛି। ଥିକ୍‌ନେସ୍‌ ପ୍ରାୟ ୧ ଏମ୍‌ଏମ୍‌ ରହୁଛି। ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିବା ରୁପାରେ ସମସ୍ତ କାର୍ଯ୍ୟ କରଯିବ। ପ୍ରାୟ ୩୫୦ କେଜି ରୁପା ବ୍ୟବହାର ହେବ ବୋଲି ଆକଳନ କରାଯାଇଛି। ପତିତପାବନ ଏବଂ ଜମଶିଳା ଉପରେ ଥିବା କାନ୍ତି ଓ ଦୁଇପାର୍ଶ୍ୱ ବନ୍ଧର ରୁପାଛାଉଣି କାର୍ଯ୍ୟ ଡିସେମ୍ବର ୨୫ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗକୁ ଇଂଲିଶ ନବବର୍ଷ ଆସୁଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ସମାଗମ ହେବ।
ତେଣୁ ନୂଆବର୍ଷ ପୂର୍ବରୁ କାର୍ଯ୍ୟ ସାରିବାକୁ କୁହାଯାଇଛି। ଫଳରେ ଭକ୍ତମାନେ ନୂଆ ରୂପ ଦେଖିପାରିବେ। ସେହିପରି ଶ୍ରୀବିଗ୍ରହମାନଙ୍କ ରତ୍ନପଲଙ୍କକୁ ବର୍ମାଟିକ୍‌ କାଠରେ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଦିନ ସେବକମାନେ ଟେକି ଆଣୁଛନ୍ତି। ପ୍ରତ୍ୟେକ ପଲଙ୍କର ଓଜନର ୫୦ରୁ ୫୬ କିଲୋ ମଧ୍ୟରେ ରହୁଛି। ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ରୁପାଛାଉଣି କାର୍ଯ୍ୟ କରାଯିବ। ରୁପାରେ ଏପରି ଡିଜାଇନ କରାଯିବ ଯେପରି ସେବକମାନଙ୍କ ସମସ୍ୟା ନ ହେବ। ରତ୍ନପଲଙ୍କ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା କରାଯାଇ ପଦକ୍ଷପ ନିଆଯିବ। ମାର୍ଚ୍ଚ ମାସ ସୁଦ୍ଧା ରତ୍ନପଲଙ୍କ ରୁପାଛାଉଣି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ପ୍ରତିମାମାନଙ୍କର ୭ଟି ପ୍ରଭାରେ ରୁପା ଛାଉଣି କରାଯିବ। ମହାରଣାସେବକମାନେ ପ୍ରଭା ତିଆରି କରିବା ପରେ ସେଥିରେ ରୁପା ଛାଉଣି ହେବ। ଆସନ୍ତା ଅକ୍ଷୟ ତୃତୀୟା ପୂର୍ବରୁ ଏହି କାର୍ଯ୍ୟ ସାରିବାକୁ ଆଶା ରଖାଯାଇଛି ବୋଲି ପୂଜାପଣ୍ଡା ସୂଚନା ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri