ବିଜେଡି ନେତାଙ୍କ ଶ୍ରୀଜଗନ୍ନାଥ ଦର୍ଶନ

ପୁରୀ,,୨୨।୩(ଅଜିତ୍‌ ମହାନ୍ତି) କିଛି ଦିନ ତଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସଂସଦୀୟ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ। ଏପରି କି ଏହି କ୍ଷେତ୍ର ପାଇଁ ଦଳର ପ୍ରାର୍ଥୀ ଚୟନ ହୋଇଥିବା କୁହାଯାଇଥିଲା। ପରେ ବ୍ରହ୍ମଗିରି ଓ ସତ୍ୟବାଦୀ ବିଧାନସଭା ଆସନକୁ ନେଇ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟଙ୍କ ମଧ୍ୟରେ ଥିବା ବିବାଦକୁ ପୁରୀଠାରେ ଅନୁଷ୍ଠିତ ଏକ ବୈଠକରେ ସାମଧାନ କରାଯାଇଥିଲା। ଏଭଳିସ୍ଥିତିରେ ଗୁରୁବାର ବିଜେଡି ସଂସଦୀୟ ଦଳର ନେତାମାନେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେଇଛନ୍ତି।

ଏଥିରେ ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ଆଶାୟୀ ବିଧାୟକଙ୍କ ସହ ପୁରୀ ଲୋକ ସଭା ପ୍ରାର୍ଥୀ ଭାବେ ଆଲୋଚନା ହେଉଥିବାବେଳେ ଅରୂପ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ପୁରୀରୁ ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ତେବେ ଗୁରୁବାର ଚିଲିକାରୁ ପ୍ରାର୍ଥୀ ହେବାକୁ ଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଛାଡ଼ି ସବୁ ପ୍ରାର୍ଥୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ଆସନ୍ତା ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରର ସବୁ ଆସନ ବିଜେଡି ଜିତିବ ବୋଲି ଜିଲା ବିଜେଡି ସଭାପତି ଦିବାକର ପାତ୍ର କହିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ‘ପ୍ରାର୍ଥୀ ଘୋଷଣା ମୁଖ୍ୟମନ୍ତ୍ରୀ କରିବେ। ମୁଖ୍ୟମନ୍ତ୍ରୀ ଯେଉଁଠୁ ଲଢ଼ିବାକୁ କହିବେ ଲଢ଼ିବୁ। ସାଂସଦ ପ୍ରାଥୀ ଆଶାୟୀ ଥିବା ଅରୂପ ପଟ୍ଟନାୟକ କହିଛନ୍ତି, ସେ ତାଙ୍କ ଜନ୍ମମାଟିକୁ ଫେରି ଆନନ୍ଦ ଅନୁଭବ କରୁଛନ୍ତି। ସମସ୍ତଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କ୍‌ୁ ପ୍ରାର୍ଥନା କରିଛି। ତେବେ ମହାପ୍ରଭୁଙ୍କ ସ୍ଥାନରେ କିଛି ରାଜନୈତିକ ମତ ଦେବା ଉଚିତ ନୁହେଁ ବୋଲି କହିଥିଲେ। ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି କି ପୁରୀ ସଂସଦୀୟ କ୍ଷେତ୍ରର ସବୁ ନେତା ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା, ଜନ କଲ୍ୟାଣକାରୀ ଯୋଜନାକୁ ନେଇ ବିଜେଡି ଆଗାମୀ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବ। ତେବେ ଏହି ଅବସରରେ ସଞ୍ଜୟ ଦାସ ବର୍ମା ଓ ନୟାଗଡ଼ ବିଧାୟକ ଅରୁଣ ସାହୁ କୌଣସି ପ୍ରତିକ୍ରିୟା ନ ଦେଇ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri