Posted inଖେଳ

ଶ୍ରେୟାଂଶଙ୍କ ଶତକ, ଓଡ଼ିଶା ୧୮୯/୪

ବରଗଡ଼,୧୧।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟ ଏବଂ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ସହଯୋଗରେ ସ୍ଥାନୀୟ କ୍ରିଷ୍ଣା ବିକାଶ ଗ୍ରାଉଣ୍ଡରେ ଚାଲିଥିବା ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିର ରବିବାର ହାଇଦ୍ରାବାଦ ଦଳ ୫୦୩/୭ ସ୍କୋରରେ ଏହାର ଇନିଂସ ଘୋଷଣା କରିଛି। ଜବାବରେ ଓଡ଼ିଶା ଦଳ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪ଉଇକେଟ୍‌ ହରାଇ ୧୮୯ ରନ କରିଛି। ହାଇଦ୍ରାବାଦ୍‌ ଶନିବାରର ଅସମାପ୍ତ ଇନିଂସ ୪୦୩/୬ରୁ ଖେଳ ଆରମ୍ଭ କରି ଆଉ ୧୦୦ରନ ଯୋଗ କରିଥିଲା।
ପୂର୍ବଦିନରୁ ୧୫୩ ରନ କରି ଅପରାଜିତ ଥିବା ଦଳର ଅଧିନାୟକ ଏସ୍‌. ଧିରଜ ଗୌଡ଼ ଆଉ କୌଣସି ରନ ଯୋଡ଼ି ନ ପାରି ଓଡ଼ିଶାର ଶୁଭମ ପ୍ରିୟଦର୍ଶୀଙ୍କ ବଲରେ ଆଉଟ୍‌ ହୋଇ ଯାଇଥିଲେ। ତେବେ କେ. ଶ୍ରୀହର୍ଷ ୫୦ରନ ଏବଂ ଭି.ଏମ୍‌. ଧନୁଷ ୫୨ ରନ କରି ଦଳର ସ୍କୋରକୁ ୫୦୩/୭ରେ ପହଞ୍ଚାଇବା ପରେ ହାଇଦ୍ରାବାଦ ଏହାର ପାଳି ଘୋଷଣା କରିଥିଲା। ଓଡ଼ିଶା ପକ୍ଷରୁ ଶ୍ରୀରାଜ ପଟ୍ଟନାୟକ ୪୩ରନ ବିନିମୟରେ ୨, ମହମ୍ମଦ ସୋହେଲ ଖାନ୍‌ ୨ଉଇକେଟ୍‌ ବିନିମୟରେ ୨୭, ସାର୍ଥକ ପଣ୍ଡା ୯୫ରନ ବିନିମୟରେ ଗୋଟିଏ, ସମ୍ବିତ ବେଜା ୧୨୬ ରନ ବିନିମୟରେ ଗୋଟିଏ ଏବଂ ଶୁଭମ ପ୍ରିୟଦର୍ଶୀ ୯୫ରନ ବିନିମୟରେ ଗୋଟିଏ ଉଇକେଟ୍‌ ନେଇଥିଲେ।
ଜବାବରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶୀଘ୍ର ୩ ଉଇକେଟ୍‌ ହରାଇଥିଲା। ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶ୍ରେୟାଂଶୁ ପଟ୍ଟନାୟକ ଏବଂ ଡି. ଡି ପଟ୍ଟନାୟକ ଖାତା ଖୋଲି ପାରି ନ ଥିଲେ। ସେହିପରି ସ୍ବୟଂ ଶ୍ରୀବାସ୍ତବ ମଧ୍ୟ କୌଣସି ରନ କରି ନ ପାରି ଆଉଟ୍‌ ହୋଇଥିଲେ। ତେବେ ୩ ଉଇକେଟ୍‌ ହରାଇ ଦଳ କୌଣସି ରନ୍‌ ସଂଗ୍ରହ କରି ନ ଥିବାବେଳେ ଦଳର ଅଧିନାୟକ ଆଶୀର୍ବାଦ ସ୍ବାଇଁ ଓ ଶ୍ରେୟାଂଶ ଭରଦ୍ୱାଜ ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦଳର ସ୍କୋର ୧୫୭ରେ ପହଞ୍ଚତ୍ବା ପରେ ଅଧିନାୟକ ଆଶୀର୍ବାଦ ଆଉଟ୍‌ ହୋଇଯାଇଥିଲେ। ପରେ ଦଳର ସମ୍ବିତ ବେଜା ବ୍ୟାଟିଂ ପାଇଁ ଆସିଥିଲେ ଏବଂ ଶ୍ରେୟାଂଶଙ୍କ ସହ ଯୋଗ ଦେଇଥିଲେ। ଶ୍ରେୟାଂଶ ରବିବାର ଖେଳ ଶେଷସୁଦ୍ଧା ୧୩୩ରନ କରି ଅପରାଜିତ ରହିଛନ୍ତି। ସେ ୫ ଛକା ଏବଂ ୧୬ ଚୌକା ଲଗାଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୪ଉଇକେଟ୍‌ ହରାଇ ୧୮୯ରନ କରିଥିଲା। ହାଇଦ୍ରାବାଦ ପକ୍ଷରୁ ଏସ୍‌, ନିଶାନ୍ତ ୨୧ରନ ବିନିମୟରେ ୨ ଏବଂ ଦୀନେଶ ରାଠୋର ଓ ଭି.ଏମ ଧନୁଷ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ବିସିସିଆଇର ଅମ୍ପାୟର ପ୍ରେମଦୀପ ଚାଟାର୍ଜୀ, ରବି ଶଙ୍କର ମ୍ୟାଚ୍‌ ପରିଚାଳନା କରିଥିଲେ। ପରମବୀର ସିଂ, ଅମ୍ବିତ ତିୱାରୀ ସ୍କୋରର ଏବଂ ସଞ୍ଜୟ କୁମାର, ଅମିତ କୁମାର ଭିଡ଼ିଓ ଆନାଲିଷ୍ଟ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri