Posted inଖେଳ

ଶ୍ରେୟାଂଶଙ୍କ ଶତକ, ଓଡ଼ିଶା ୧୮୯/୪

ବରଗଡ଼,୧୧।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟ ଏବଂ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ସହଯୋଗରେ ସ୍ଥାନୀୟ କ୍ରିଷ୍ଣା ବିକାଶ ଗ୍ରାଉଣ୍ଡରେ ଚାଲିଥିବା ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିର ରବିବାର ହାଇଦ୍ରାବାଦ ଦଳ ୫୦୩/୭ ସ୍କୋରରେ ଏହାର ଇନିଂସ ଘୋଷଣା କରିଛି। ଜବାବରେ ଓଡ଼ିଶା ଦଳ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪ଉଇକେଟ୍‌ ହରାଇ ୧୮୯ ରନ କରିଛି। ହାଇଦ୍ରାବାଦ୍‌ ଶନିବାରର ଅସମାପ୍ତ ଇନିଂସ ୪୦୩/୬ରୁ ଖେଳ ଆରମ୍ଭ କରି ଆଉ ୧୦୦ରନ ଯୋଗ କରିଥିଲା।
ପୂର୍ବଦିନରୁ ୧୫୩ ରନ କରି ଅପରାଜିତ ଥିବା ଦଳର ଅଧିନାୟକ ଏସ୍‌. ଧିରଜ ଗୌଡ଼ ଆଉ କୌଣସି ରନ ଯୋଡ଼ି ନ ପାରି ଓଡ଼ିଶାର ଶୁଭମ ପ୍ରିୟଦର୍ଶୀଙ୍କ ବଲରେ ଆଉଟ୍‌ ହୋଇ ଯାଇଥିଲେ। ତେବେ କେ. ଶ୍ରୀହର୍ଷ ୫୦ରନ ଏବଂ ଭି.ଏମ୍‌. ଧନୁଷ ୫୨ ରନ କରି ଦଳର ସ୍କୋରକୁ ୫୦୩/୭ରେ ପହଞ୍ଚାଇବା ପରେ ହାଇଦ୍ରାବାଦ ଏହାର ପାଳି ଘୋଷଣା କରିଥିଲା। ଓଡ଼ିଶା ପକ୍ଷରୁ ଶ୍ରୀରାଜ ପଟ୍ଟନାୟକ ୪୩ରନ ବିନିମୟରେ ୨, ମହମ୍ମଦ ସୋହେଲ ଖାନ୍‌ ୨ଉଇକେଟ୍‌ ବିନିମୟରେ ୨୭, ସାର୍ଥକ ପଣ୍ଡା ୯୫ରନ ବିନିମୟରେ ଗୋଟିଏ, ସମ୍ବିତ ବେଜା ୧୨୬ ରନ ବିନିମୟରେ ଗୋଟିଏ ଏବଂ ଶୁଭମ ପ୍ରିୟଦର୍ଶୀ ୯୫ରନ ବିନିମୟରେ ଗୋଟିଏ ଉଇକେଟ୍‌ ନେଇଥିଲେ।
ଜବାବରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶୀଘ୍ର ୩ ଉଇକେଟ୍‌ ହରାଇଥିଲା। ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶ୍ରେୟାଂଶୁ ପଟ୍ଟନାୟକ ଏବଂ ଡି. ଡି ପଟ୍ଟନାୟକ ଖାତା ଖୋଲି ପାରି ନ ଥିଲେ। ସେହିପରି ସ୍ବୟଂ ଶ୍ରୀବାସ୍ତବ ମଧ୍ୟ କୌଣସି ରନ କରି ନ ପାରି ଆଉଟ୍‌ ହୋଇଥିଲେ। ତେବେ ୩ ଉଇକେଟ୍‌ ହରାଇ ଦଳ କୌଣସି ରନ୍‌ ସଂଗ୍ରହ କରି ନ ଥିବାବେଳେ ଦଳର ଅଧିନାୟକ ଆଶୀର୍ବାଦ ସ୍ବାଇଁ ଓ ଶ୍ରେୟାଂଶ ଭରଦ୍ୱାଜ ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦଳର ସ୍କୋର ୧୫୭ରେ ପହଞ୍ଚତ୍ବା ପରେ ଅଧିନାୟକ ଆଶୀର୍ବାଦ ଆଉଟ୍‌ ହୋଇଯାଇଥିଲେ। ପରେ ଦଳର ସମ୍ବିତ ବେଜା ବ୍ୟାଟିଂ ପାଇଁ ଆସିଥିଲେ ଏବଂ ଶ୍ରେୟାଂଶଙ୍କ ସହ ଯୋଗ ଦେଇଥିଲେ। ଶ୍ରେୟାଂଶ ରବିବାର ଖେଳ ଶେଷସୁଦ୍ଧା ୧୩୩ରନ କରି ଅପରାଜିତ ରହିଛନ୍ତି। ସେ ୫ ଛକା ଏବଂ ୧୬ ଚୌକା ଲଗାଇଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୪ଉଇକେଟ୍‌ ହରାଇ ୧୮୯ରନ କରିଥିଲା। ହାଇଦ୍ରାବାଦ ପକ୍ଷରୁ ଏସ୍‌, ନିଶାନ୍ତ ୨୧ରନ ବିନିମୟରେ ୨ ଏବଂ ଦୀନେଶ ରାଠୋର ଓ ଭି.ଏମ ଧନୁଷ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ବିସିସିଆଇର ଅମ୍ପାୟର ପ୍ରେମଦୀପ ଚାଟାର୍ଜୀ, ରବି ଶଙ୍କର ମ୍ୟାଚ୍‌ ପରିଚାଳନା କରିଥିଲେ। ପରମବୀର ସିଂ, ଅମ୍ବିତ ତିୱାରୀ ସ୍କୋରର ଏବଂ ସଞ୍ଜୟ କୁମାର, ଅମିତ କୁମାର ଭିଡ଼ିଓ ଆନାଲିଷ୍ଟ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri