ଠାକୁରଙ୍କ ସମ୍ପତ୍ତିରୁ ଜବରଦଖଲ ଉଚ୍ଛେଦ

କେନ୍ଦୁଝର,୩ା୧୨(ସ୍ବ.ପ୍ର.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ନାମରେ ଥିବା ବାଘୁଆବେଢ଼ା ନିକଟରେ ମୂଲ୍ୟବାନ ଜମିକୁ ଜବରଦଖଲ କରିବା ନେଇ କେନ୍ଦୁଝର ଉପଜିଲାପାଳ ତଥା ନିର୍ବାହୀ ଅଧିକାରୀଙ୍କ ନିକଟରେ କେନ୍ଦୁଝରଗଡ଼ ପୌରପାଳିକାର ସ୍ଥାନୀୟ ଅଞ୍ଚଳର କାଉନସିଲର ଓ ସ୍ଥାନୀୟ ଜଗନ୍ନାଥ ପ୍ରେମୀ ଲିଖିତ ଅଭିଯୋଗ କରିଥିଲେ। ବାଘୁଆବେଢ଼ା ନିକଟରେ ତଥା ଧନୁର୍ଜୟପୁର ମୌଜାରେ ଥିବା ଖାତା ନମ୍ବର ୧୧୬, ପ୍ଲଟ ନମ୍ବର ୪୭୩ ଶ୍ରୀ ଜୀଉଙ୍କ ନାମରେ ୩ ଏକର ୮୦ ଡିସିମିଲ ପଟ୍ଟା ଥିବାବେଳେ ଏହାକୁ ଲଘୁ ସମ୍ପ୍ରଦାୟର ଲୋକ ଜବରଦଖଲ କରି ପୋଖରୀ,ଛେଳିଘର,ଗୁହାଳ ଓ ସ୍ଥାୟୀଗୃହ ନିର୍ମାଣ କରିଥିଲୋ। ଦେଢ଼ ଏକର ଜମିରେ ଏହି ଅବରୋଧ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଦେଉଳ ନିକଟରେ ଥିବା ମୂଲ୍ୟବାନ ଜମି ଜବରଦଖଲ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏହା ପରେ ଶନିବାର କିଛି କାଉନସିଲର ତଥା ଜଗନ୍ନାଥ ପ୍ରେମୀ ଘଟଣାସ୍ଥଳରେ ପହଞ୍ଚି ଚିହ୍ନଟ ହୋଇଥିବା ଠାକୁର ଜମିରୁ ମେଶିନ ଲଗାଇ ଉଚ୍ଛେଦ କରିଛନ୍ତି। ଏହାକୁ ଜଗନ୍ନାଥ ପ୍ରେମୀମାନେ ସ୍ବାଗତ କରିଥିବାବେଳେ ଉକ୍ତ ଅଞ୍ଚଳରେ ରହିଥିବା ସମସ୍ତ ଠାକୁର ଜମି ଜବରଦଖଲ ଉଚ୍ଛେଦ କରିବାକୁ ଦାବି ଜୋର ଧରିଛି।
ସୂଚନାଯୋଗ୍ୟ, ଦେବୋତ୍ତର ବିଭାଗ ଜାଣି ନ ଜାଣିଲା ପରି ଚୁପ୍‌ ବସୁଥିବାରୁ ବଡ଼ବଡ଼ିଆମାନେ ନିଜ କବ୍‌ଜାକୁ ଠାକୁରଙ୍କ ଜମି ଅକ୍ତିଆର କରି ଘର,ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି। ଦେବୋତ୍ତର ଜମିରେ ଘର କରିବା ପରେ ବିଦ୍ୟୁତ୍‌ ବିଭାଗ ଲାଇନ୍‌ ସଂଯୋଗ ଏବଂ ପିଏଚ୍‌ଡି ବିଭାଗ ପାଣି ସଂଯୋଗ କିପରି ଦେଉଛି ତାହା ତଦନ୍ତ ସାପେକ୍ଷ। ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମୂଲ୍ୟବାନ ଜମିକୁ ତୁରନ୍ତ ଉଦ୍ଧାର କରିବାକୁ ଭକ୍ତ ମହଲରେ ଦାବି ହେଉଥିଲେ ହେଁ ଦେବୋତ୍ତର ବିଭାଗ ଚୁପ୍‌ ରହୁଥିବା ଅଭିଯୋଗ ହୋଇଛି। ବିଭାଗୀୟ କର୍ମଚାରୀମାନଙ୍କୁ ହାତଗୁଞ୍ଜା ଦେଇ ଏହି ଜବର ଦଖଲକାରୀମାନେ ପାଚେରି ବୁଲାଇ ରଖିଛନ୍ତି ଦେବୋତ୍ତର ଜାଗା। ସହରରେ ଅଧିକାଂଶ ଜାଗାର ସରକାରୀ ମୂଲ୍ୟ ପିଛା ୨ଲକ୍ଷରୁ ଊର୍ଦ୍ଧ୍ୱ ଟପି ଥିବାବେଳେ ପ୍ରଶାସନର ଜବରଦଖଲକାରୀଙ୍କ ଉପରେ କୌଣସି ଅଙ୍କୁଶ ନାହିଁ । ବିଶେଷକରି ସିରାଜୁଦ୍ଦିନ ଛକରୁ କଲେଜ ମଧ୍ୟରେ ଥିବା ମୂଲ୍ୟବାନ ଜାଗାଗୁଡ଼ିକ ଜବରଦଖଲ କରି ମୌଖିକ ଜବାବରେ ମୂଲଚାଲ କରି ମାଫିଆମାନେ ବିକ୍ରିବଟା କରିବାକୁ ପଛାଉନାହାନ୍ତି । ନିକଟ ଅତୀତରେ ବଣିଆପାଟ ଛକ ନିକଟ ସାତଶିଙ୍ଗା ମୌଜାରେ ଏକ ମୂଲ୍ୟବାନ ଦେବୋତ୍ତର ଜାଗାରେ ଘର ତିଆରି କରିବା ପରେ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।ତେବେ ବେଆଇନ ଦଖଲକୁ ଉଚ୍ଛେଦ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିବାର ମାସାଧିକ କାଳ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନ ଥିବା ସନ୍ଦେହ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri