Posted inଜାତୀୟ

ଶ୍ରଦ୍ଧା ହତ୍ୟାକାଣ୍ଡ ବ୍ରେକ୍‌ଅପ୍‌ର କାରଣ

ମୁମ୍ବାଇ, ୨୭।୧୨: ସିରିଏଲ୍‌ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଟେଲି ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲ୍‌କର ହତ୍ୟା ଘଟଣାକୁ କେନ୍ଦ୍ର କରି ଶିଜାନ୍‌ ଖାନ୍‌ ପ୍ରେମିକା ତୁନିଶାଙ୍କଠାରୁ ବ୍ରେକ୍‌ଅପ୍‌ କରିଥିବା ସୋମବାର ଜେରାବେଳେ କହିଛନ୍ତି। ଶ୍ରଦ୍ଧା ଓ୍ବାଲକର ଓ ଆଫ୍‌ତାବ ପୁନାଓ୍ବାଲାଙ୍କ ଭଳି ତୁନିଶା ଏବଂ ଶିଜାନ୍‌ ଭିନ୍ନ ସମ୍ପ୍ରଦାୟର ଥିଲେ। ସେହିପରି ଦୁହିଁଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ଅଧିକ ଥିବା ଯୋଗୁ ଦୁଇ କଳାକାର ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ତୁନିଶା ଆତ୍ମହତ୍ୟାକୁ ସୋମବାର ତିନିଦିନ ବିତିଛି। କୌଣସି ସୁଇସାଇଡ୍‌ ନୋଟ୍‌ ପୋଲିସର ହସ୍ତଗତ ହୋଇନାହିଁ। ପୂର୍ବରୁ ତୁନିଶା ଥରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖି ଶିଜାନ୍‌ ତାଙ୍କୁ ଅଟକାଇଥିଲେ। ତୁନିଶାଙ୍କ ଯତ୍ନ ନେବାଲାଗି ସେ ତାଙ୍କ ମା’ଙ୍କୁ ଫୋନ୍‌ କରି କହିଥିଲେ। ଅନ୍ୟପକ୍ଷେ ଆତ୍ମହତ୍ୟା ଦିନ ତୁନିଶା ଲଞ୍ଚ୍‌ କରିବା ଲାଗି ବାହାରକୁ ଶିଜାନଙ୍କ ସହ ଯାଇଥିବା ସେ ପୋଲିସ ନିକଟରେ କହିଛନ୍ତି।
ଲାଗି ଶିଜାନ୍‌ ଉସୁକାଇଥିବା ଅଭିଯୋଗ ତୁନିଶାଙ୍କ ମା’ ବନିତା ଶର୍ମା ଆଣିବା ପରେ ମୁମ୍ବାଇ ପୋଲିସ ରବିବାର ଏକ୍ସ-ବୟଫ୍ରେଣ୍ଡ୍‌ ଶିଜାନ୍‌ ଖାନ୍‌ଙ୍କୁ ଗିରଫ କରିଛି। ବନିତା ଏ ନେଇ ଏକ ଭିଡିଓ ଜାରି କରି କହିିଛନ୍ତି, ତୁନିଶାଙ୍କ ନିରୀହତାର ଫାଇଦା ଶିଜାନ୍‌ ଉଠାଇଛି। ନିଜ ସ୍ବାର୍ଥ ପାଇଁ ସେ ତୁନିଶାଙ୍କୁ ବ୍ୟବହାର କରୁଥିଲେ। ଦୋଷ ପାଇଁ ଶିଜାନ୍‌ଙ୍କୁ ଉଚିତ୍‌ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ତୁନିଶାଙ୍କୁ ବାହାହେବାର ପ୍ରତିଶ୍ରୁତି ଦେଇଥିବା ଶିଜାନ୍‌ ବ୍ରେକ୍‌ଅପ୍‌ର ୧୫ ଦିନ ପରେ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କରେ ଆସିଥିବା ବନିତା ଆରୋପ ଆଣିଛନ୍ତି।
ଡିସେମ୍ବର ୨୪ରେ ଶୁଟିଂସେଟ୍‌ରେ ଟି-ବ୍ରେକ୍‌ ହୋଇଥିବାବେଳେ ତୁନିଶା ଓ୍ବାଶ୍‌ରୁମ୍‌ ଯାଇଥିଲେ। ବହୁ ବିଳମ୍ବ ହୋଇଯିବା ପରେ ମଧ୍ୟ ସେ ସେଟ୍‌କୁ ଫେରି ନ ଥିଲେ। ସୂଚନା ପାଇ ଓ୍ବାଲିଭ ପୋଲିସ ଆସି ଓ୍ବାଶ୍‌ରୁମ୍‌ କବାଟ ଭାଙ୍ଗି ତୁନିଶାଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା। ତୁନିଶାଙ୍କ ଆତ୍ମହତ୍ୟା ନେଇ କୌଣସି ପ୍ରମାଣ ମିଳି ନ ଥିବାବେଳେ ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri