ବିଜେଡି କର୍ପୋରେଟରଙ୍କ ଭାଇ, ପୁତୁରାଙ୍କୁ ଗୁଳିମାଡ଼

ଭୁବନେଶ୍ୱର,୨୯।୬ (ସତ୍ୟଜିତ ରାଉତ)ରାଜଧାନୀ ରାସ୍ତାରେ ଗୁରୁବାର ରାତିରେ ଗୁଳିମାଡ଼ ହୋଇଛି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜଗନ୍ନାଥ ନଗର ଲେନ୍‌-୧ସ୍ଥିତ ଶ୍ରୀ ପ୍ରଜାପତି ବିବାହ ମଣ୍ଡପ ସାମ୍ନାରେ ୨ଟି କାର୍‌ ମଧ୍ୟରେ ସାଇଡ୍‌ମରାକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଗୁଳିମାଡ଼ରେ ୩୨ ନମ୍ବର ଓ୍ବାର୍ଡର ବିଜେଡି କର୍ପୋରେଟର ଶ୍ରୀଧର ଜେନାଙ୍କ ବଡ଼ଭାଇ ଶ୍ରୀଖର ଜେନା ଓ ତାଙ୍କ ପୁତୁରା ଆଲୋକ ଜେନା ଆହତ ହୋଇଛନ୍ତି। ଉଭୟଙ୍କ ଶରୀରରେ ଏକାଧିକ ଗୁଳି ବାଜିଥିବା ସୂଚନା ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରୁ ୫ରୁ ଊଦ୍ଧର୍‌ବ ଖୋକା ଓ ଗୋଟିଏ ବନ୍ଧୁକ ଜବତ କରିବା ସହ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ରାଜନୈତିକ ପ୍ରତିପକ୍ଷ ପକ୍ଷରୁ ଏହି ଗୁଳିମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ନେତାଙ୍କ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟିଥିବା ମଧ୍ୟ କୁହାଯାଉଛି। ଏପରିକି ଅପରପକ୍ଷରୁ ମଧ୍ୟ ଗୁଳିମାଡ଼ କରାଯାଇଥିବା ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳୁଛି। ଏଥିରେ ପ୍ରତିପକ୍ଷର ମଧ୍ୟ କେତେଜଣ ଆହତ ହୋଇଥିବା କୁହାଯାଉଥିଲେ ମଧ୍ୟ ପୋଲିସ ଏନେଇ ମୁହଁଖୋଲିନି। ଘଟଣା ପରେ ଡିସିପି ପ୍ରତୀକ ସିଂ, ଜୋନ-୪ ଏସିପି ଶୁଭନାରାୟଣ ମୁଦୁଲି, ଥାନା ଅଧିକାରୀ ଶ୍ୟାମସୁନ୍ଦର ରାଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ରାଜନୈତିକ ସଂଘର୍ଷ ହୋଇଥିବାରୁ ପୋଲିସ ଘଟଣାକୁ ଗୁରୁତ୍ୱ ସହ ନେଇ ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଉକ୍ତ ମଣ୍ଡପରେ ଏକ ବିବାହ କାର୍ଯ୍ୟ ଚାଲିଥିଲା। ରାତି ପ୍ରାୟ ୧୦ଟା ୩୦ରେ ଲକ୍ଷ୍ମୀସାଗରରୁ ବର ଆସି ପହଞ୍ଚତ୍ଥିଲା। ତେବେ ଏହାର ପ୍ରାୟ ୨୦ ମିନିଟ ପରେ ସାମ୍ନା ରାସ୍ତାରେ ଦୁଇଟି କାର୍‌ ମୁହାଁମୁହିଁ ହୋଇଥିଲା। କେହି କାହାକୁ ସାଇଡ୍‌ ନ ଦେବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ସମୟରେ ସେଠାରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ତେବେ ମଣ୍ଡପ ପକ୍ଷରୁ ଏ ନେଇ ପୋଲିସକୁ ଖବର ଦିଆଯିବା ପରେ ସ୍ଥାନୀୟ ପିସିଆର ଟିମ୍‌ ଘଟଣାସ୍ଥଳକୁ ଆସିଥିଲା। ପୋଲିସ ପହଞ୍ଚତ୍ ଉଭୟଙ୍କୁ ବୁଝାଶୁଝା କରୁଥିବାବେଳେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଅଚାନକ ଗୁଳିମାଡ଼ ହୋଇଥିଲା। ଏହାପରେ ଘନଘନ ଗୁଳି ଶବ୍ଦ ଶୁଣି ବିବାହ ଉତ୍ସବରେ ଉପସ୍ଥିତ ଲୋକେ ଭୟଭୀତ ହୋଇ ଯିଏଯୁଆଡେ ଦୌଡ଼ିଥିଲେ। ଫଳରେ ପୋଲିସକୁ ଆହୁରି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁଳିମାଡ଼ରେ ୨ରୁ ଊର୍ଦ୍ଧ୍ୱ ଓ ଧସ୍ତାଧସ୍ତିରେ ୩ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ତେବେ ଗୁଳିମାଡ଼ରେ ଗୁରୁତର ହୋଇପଡିଥିବା ଶ୍ରୀଖର ଜେନା ଓ ତାଙ୍କ ସାନପୁର ଆଲୋକଙ୍କୁ ପୋଲିସ ଏବଂ ସମର୍ଥକମାନେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏନେଇ ଶ୍ରୀଖର ଗଣମାଧ୍ୟମକୁ କହିଛନ୍ତି, ରାଜନୈତିକ ଶତ୍ରୁତାରୁ ଯୋଜନାବଦ୍ଧ ଭାବେ ଭାଜପା ନେତାଙ୍କ (ନିର୍ଦ୍ଦିଷ୍ଟ ଜଣଙ୍କ ନାମ ନେଇ) ପକ୍ଷରୁ ଏହି ଆକ୍ରମଣ ହୋଇଛି। ବଡ଼ ପୁଅ କାର୍‌ ନେଇ ମଣ୍ଡପ ନିକଟରେ ଆସୁଥିବା ବେଳେ ସେମାନେ ତାଙ୍କୁ ବଳପୂର୍ବକ ଅଟକାଇଥିଲେ। ପୁଅଠାରୁ ସୂଚନା ପାଇ ଆମେ ସେଠାକୁ ଯାଇଥିଲୁ । ହେଲେ ସେଠାରେ ଉପସ୍ଥିତ ୧୦ରୁ ଊର୍ଦ୍ଧ୍ୱ ଯୁବକ ଅଚାନକ ଆମ ଉପରେ ୧୦ରୁ ଊର୍ଦ୍ଧ୍ୱ ରାଉଣ୍ଡ ଗୁଳି ଚାଳନା କରିଥିଲେ ବୋଲି ଶ୍ରୀଖର କହିଛନ୍ତି। ଅନ୍ୟପଟେ ବିଧାୟକ ଅନନ୍ତ ନାରାୟଣ ଜେନା ହସ୍ପିଟାଲ ଯାଇ ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri