ବିଜେଡି କର୍ପୋରେଟରଙ୍କ ଭାଇ, ପୁତୁରାଙ୍କୁ ଗୁଳିମାଡ଼

ଭୁବନେଶ୍ୱର,୨୯।୬ (ସତ୍ୟଜିତ ରାଉତ)ରାଜଧାନୀ ରାସ୍ତାରେ ଗୁରୁବାର ରାତିରେ ଗୁଳିମାଡ଼ ହୋଇଛି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜଗନ୍ନାଥ ନଗର ଲେନ୍‌-୧ସ୍ଥିତ ଶ୍ରୀ ପ୍ରଜାପତି ବିବାହ ମଣ୍ଡପ ସାମ୍ନାରେ ୨ଟି କାର୍‌ ମଧ୍ୟରେ ସାଇଡ୍‌ମରାକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଗୁଳିମାଡ଼ରେ ୩୨ ନମ୍ବର ଓ୍ବାର୍ଡର ବିଜେଡି କର୍ପୋରେଟର ଶ୍ରୀଧର ଜେନାଙ୍କ ବଡ଼ଭାଇ ଶ୍ରୀଖର ଜେନା ଓ ତାଙ୍କ ପୁତୁରା ଆଲୋକ ଜେନା ଆହତ ହୋଇଛନ୍ତି। ଉଭୟଙ୍କ ଶରୀରରେ ଏକାଧିକ ଗୁଳି ବାଜିଥିବା ସୂଚନା ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରୁ ୫ରୁ ଊଦ୍ଧର୍‌ବ ଖୋକା ଓ ଗୋଟିଏ ବନ୍ଧୁକ ଜବତ କରିବା ସହ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ରାଜନୈତିକ ପ୍ରତିପକ୍ଷ ପକ୍ଷରୁ ଏହି ଗୁଳିମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ନେତାଙ୍କ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟିଥିବା ମଧ୍ୟ କୁହାଯାଉଛି। ଏପରିକି ଅପରପକ୍ଷରୁ ମଧ୍ୟ ଗୁଳିମାଡ଼ କରାଯାଇଥିବା ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳୁଛି। ଏଥିରେ ପ୍ରତିପକ୍ଷର ମଧ୍ୟ କେତେଜଣ ଆହତ ହୋଇଥିବା କୁହାଯାଉଥିଲେ ମଧ୍ୟ ପୋଲିସ ଏନେଇ ମୁହଁଖୋଲିନି। ଘଟଣା ପରେ ଡିସିପି ପ୍ରତୀକ ସିଂ, ଜୋନ-୪ ଏସିପି ଶୁଭନାରାୟଣ ମୁଦୁଲି, ଥାନା ଅଧିକାରୀ ଶ୍ୟାମସୁନ୍ଦର ରାଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ରାଜନୈତିକ ସଂଘର୍ଷ ହୋଇଥିବାରୁ ପୋଲିସ ଘଟଣାକୁ ଗୁରୁତ୍ୱ ସହ ନେଇ ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଉକ୍ତ ମଣ୍ଡପରେ ଏକ ବିବାହ କାର୍ଯ୍ୟ ଚାଲିଥିଲା। ରାତି ପ୍ରାୟ ୧୦ଟା ୩୦ରେ ଲକ୍ଷ୍ମୀସାଗରରୁ ବର ଆସି ପହଞ୍ଚତ୍ଥିଲା। ତେବେ ଏହାର ପ୍ରାୟ ୨୦ ମିନିଟ ପରେ ସାମ୍ନା ରାସ୍ତାରେ ଦୁଇଟି କାର୍‌ ମୁହାଁମୁହିଁ ହୋଇଥିଲା। କେହି କାହାକୁ ସାଇଡ୍‌ ନ ଦେବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ସମୟରେ ସେଠାରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ତେବେ ମଣ୍ଡପ ପକ୍ଷରୁ ଏ ନେଇ ପୋଲିସକୁ ଖବର ଦିଆଯିବା ପରେ ସ୍ଥାନୀୟ ପିସିଆର ଟିମ୍‌ ଘଟଣାସ୍ଥଳକୁ ଆସିଥିଲା। ପୋଲିସ ପହଞ୍ଚତ୍ ଉଭୟଙ୍କୁ ବୁଝାଶୁଝା କରୁଥିବାବେଳେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଅଚାନକ ଗୁଳିମାଡ଼ ହୋଇଥିଲା। ଏହାପରେ ଘନଘନ ଗୁଳି ଶବ୍ଦ ଶୁଣି ବିବାହ ଉତ୍ସବରେ ଉପସ୍ଥିତ ଲୋକେ ଭୟଭୀତ ହୋଇ ଯିଏଯୁଆଡେ ଦୌଡ଼ିଥିଲେ। ଫଳରେ ପୋଲିସକୁ ଆହୁରି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁଳିମାଡ଼ରେ ୨ରୁ ଊର୍ଦ୍ଧ୍ୱ ଓ ଧସ୍ତାଧସ୍ତିରେ ୩ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ତେବେ ଗୁଳିମାଡ଼ରେ ଗୁରୁତର ହୋଇପଡିଥିବା ଶ୍ରୀଖର ଜେନା ଓ ତାଙ୍କ ସାନପୁର ଆଲୋକଙ୍କୁ ପୋଲିସ ଏବଂ ସମର୍ଥକମାନେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏନେଇ ଶ୍ରୀଖର ଗଣମାଧ୍ୟମକୁ କହିଛନ୍ତି, ରାଜନୈତିକ ଶତ୍ରୁତାରୁ ଯୋଜନାବଦ୍ଧ ଭାବେ ଭାଜପା ନେତାଙ୍କ (ନିର୍ଦ୍ଦିଷ୍ଟ ଜଣଙ୍କ ନାମ ନେଇ) ପକ୍ଷରୁ ଏହି ଆକ୍ରମଣ ହୋଇଛି। ବଡ଼ ପୁଅ କାର୍‌ ନେଇ ମଣ୍ଡପ ନିକଟରେ ଆସୁଥିବା ବେଳେ ସେମାନେ ତାଙ୍କୁ ବଳପୂର୍ବକ ଅଟକାଇଥିଲେ। ପୁଅଠାରୁ ସୂଚନା ପାଇ ଆମେ ସେଠାକୁ ଯାଇଥିଲୁ । ହେଲେ ସେଠାରେ ଉପସ୍ଥିତ ୧୦ରୁ ଊର୍ଦ୍ଧ୍ୱ ଯୁବକ ଅଚାନକ ଆମ ଉପରେ ୧୦ରୁ ଊର୍ଦ୍ଧ୍ୱ ରାଉଣ୍ଡ ଗୁଳି ଚାଳନା କରିଥିଲେ ବୋଲି ଶ୍ରୀଖର କହିଛନ୍ତି। ଅନ୍ୟପଟେ ବିଧାୟକ ଅନନ୍ତ ନାରାୟଣ ଜେନା ହସ୍ପିଟାଲ ଯାଇ ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri