ଡାକ୍ତର ଅଭାବ, ରୋଗୀ ସେବାରେ ବାଧା

ପଟ୍ଟାମୁଣ୍ଡାଇ, ୧ା୧୧ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଦୀର୍ଘଦିନ ହେଲା ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦବୀ ଖାଲିପଡିଛି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ବିଶେଷକରି ଅଞ୍ଚଳରେ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଅସ୍ଥିଶଲ୍ୟ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନାହାନ୍ତି। ଏଥିଯୋଗୁ ଆହତମାନଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ସାମାଜିକ କର୍ମୀ ଦୁଷ୍ମନ୍ତ ସାହୁ କୁହନ୍ତି, ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତୀୟ ଚିକିତ୍ସାଳୟ ଉପରେ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା, ମହାକାଳପଡ଼ା ଓ କେନ୍ଦ୍ରପଡ଼ା ବ୍ଲକ କେତେକ ଅଞ୍ଚଳର ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି। ଏହି ଚିକିତ୍ସାଳୟ ପାଇଁ ୧୯ ଜଣ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ପଦବୀ ସରକାରୀ ଭାବେ ମଞ୍ଜୁର କରାଯାଇଛି। ହେଲେ ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ଖାଲି ପଡିଥିବାରୁ ରୋଗୀସେବା କ୍ଷେତ୍ରରେ ଅନ୍ତଃରାୟ ସୃଷ୍ଟି ହେଉଛି। ଭେଷଜ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, କର୍ଣ୍ଣ, ନାଶା ଓ ଗଳା ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ସର୍ଜ୍ଜରୀ ବିଶେଷଜ୍ଞ ଆଦି ବିଭିନ୍ନ ବିଶେଷଜ୍ଞ ଡାକ୍ତର ଓ ଆସିଷ୍ଟାଣ୍ଟ ସର୍ଜ୍ଜନ ପଦବୀ ଖାଲିପଡିଛି। ଚର୍ମ, ସ୍ନାୟୁ ଓ ଶିଶୁ ଆଦି ବିଭାଗରେ ମଧ୍ୟ ଡାକ୍ତର ନାହାନ୍ତି। ଏସବୁ ସ୍ଥାନରେ ଆୟୁଷ ଡାକ୍ତର କାମ ଚଳାଉଥିବା ଦେଖିବାକୁ ମିଳିଛି। ୨ଚକ୍ଷୁ ବିଭାଗ ଡାକ୍ତରଙ୍କ ସ୍ଥାନରେ ଜଣେ, ୨ ପାଥୋଲୋଜି ଡାକ୍ତର ବଦଳରେ ମାତ୍ର ଜଣେ କମ୍ପାଣ୍ଡର ସେବା ଯୋଗାଉଛନ୍ତି। କ୍ଷୀରୋଦ ମଲିକ କୁହନ୍ତି, ଅଞ୍ଚଳବାସୀଙ୍କ ଦୀର୍ଘଦିନ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୀକୃତି ପ୍ରଦାନ କରି ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ମାନ୍ୟତା ଦେଇଛନ୍ତି। ଚିକିତ୍ସାଳୟ ପାଇଁ ଆବଶ୍ୟକ କୋଠାବାଡି କରାଯାଇଛି। ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀ ଅଭାବ ଯୋଗୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବାରେ ବାଧକ ସାଜିଛି। ଏଥିଯୋଗୁ ସରକାରଙ୍କ ଆଭିମୁଖ୍ୟ ତଥା ଅଞ୍ଚଳବାସୀଙ୍କ ସ୍ବପ୍ନ ପୂରଣ ହେବାରେ ବିଫଳ ହେଉଛି। ମାତ୍ର ସୋମବାର ମେଡିକାଲ ଅଫିସର ସାଧାରଣ ଲୋକଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସ୍ଥିତିର ସମୀକ୍ଷା କରୁଥଲେ। ସର୍ବାଧିକ ଗୁରୁତ୍ୱାରୋପ କରୁଥିବା ରୋଗୀ କଲ୍ୟାଣ ସମିତି ବୈଠକରେ କହିଥିଲେ। ଏଥିସହ ଯକ୍ଷ୍ମା ରୋଗୀଙ୍କ ପୋଷଣ ନିମନ୍ତେ ସହଭାଗିତା କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ମାତ୍ର ରୋଗୀଙ୍କୁ କାହିଁକି ରେଫର କରାଯାଉଛି ତା’ ଉପରେ ଗୁରୁତ୍ୱ ଦେଇ ନ ଥିଲେ। ପ୍ରାୟ ଶହେ ଶର୍ଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟରେ ଉନ୍ନତମାନର ଯନ୍ତ୍ରପାତିର ମଧ୍ୟ ଅଭାବ ରହିଛି। ସିଟି ସ୍କାନ ଓ ଏମ୍‌ଆର୍‌ଆଇ ବ୍ୟବସ୍ଥା ନ ଥିବାରୁ ବହୁ ରୋଗୀ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେଉଛନ୍ତି। ରେଫର ବାବଦରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିସହ ବହୁ ଯନ୍ତ୍ରପାତି ପୁରୁଣା ହୋଇ ଅଚଳ ଅବସ୍ଥାକୁ ଆସିଗଲାଣି। ଚିକିତ୍ସାଳୟର ଇନ୍‌ଣ୍ଟେନ୍‌ସିଭ କେୟାର ୟୁନିଟ୍‌ (ଆଇସିୟୁ) ବ୍ୟବସ୍ଥା ନାହିଁ। ଫଳରେ ଦୁର୍ଘଟଣାଜନିତ କିମ୍ବା ଗୁରୁତର ହୃଦ୍‌ରୋଗୀଙ୍କୁ ବଞ୍ଚାଇ ରଖିବା ସମ୍ଭବ ହେଉନାହିଁ। ତୁରନ୍ତ ଚିକିତ୍ସାଳୟରେ ଆଇସିୟୁ ୟୁନିଟ୍‌ ଖୋଲିବାକୁ ଦାବି ହେଉଛି। ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ କହିଛନ୍ତି, ଏହି ଚିକିତ୍ସାଳୟ ଅଧୀନରେ ଅଳପୁଆ, ତୁଳସୀଡିଆ, ଅଣ୍ଢରା, ସାନଜରିଆ, ଅଢାଯୋରି (ଚନ୍ଦନନଗର), ବଡପଡା ଆଦି ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଅଧିକାଂଶ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସାଙ୍ଗକୁ ନର୍ସ, ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି। ଡାକ୍ତର ପଦବୀ ଖାଲି ଥିବାବେଳେ ଫାର୍ମାସିଷ୍ଟଙ୍କ ହାତରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି। ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ମାନ୍ୟତା ପାଇଥିଲେ ମଧ୍ୟ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଚିକିତ୍ସାଳୟ ପରିସରରେ ବର୍ଷକରୁ ୮ ମାସ ପାଣି ଜମି ରହି ପୂତ୍ତି ଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଛି। ବର୍ଷାଦିନେ ଜଳ ନିଷ୍କାସନ ଠିକଣା ଭାବେ ହୋଇପାରୁନାହିଁ। ଚିକିତ୍ସାଳୟ ଜଳ ନିଷ୍କାସନ ପଥ ଡ୍ରେନ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ନିରାମୟ କେନ୍ଦ୍ରରେ ରୋଗୀମାନଙ୍କୁ ଓଷଧ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିଲେ ବହୁ ସମୟରେ ଗୁରୁତ୍ୱପୂର୍ଣ୍ଣ ଓଷଧ ଓ ଇଞ୍ଜେକଶନର କୃତ୍ରିମ ଅଭାବ ଦେଖିବାକୁ ମିଳୁଛି। ଜରୁରୀକାଳୀନ ସେବା ପାଇଁ ଅଧିକ ଆମ୍ବୁଲାନ୍ସ ଆବଶ୍ୟକ। ଚିକିତ୍ସାଳୟରେ ଏକ୍ସରେ ମେଶିନ ଥିଲେ ମଧ୍ୟ ରୋଗୀମାନେ ବାହାରେ ଖର୍ଚ୍ଚାତନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। କରୁଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ହେବା ସହ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ସମେତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଖାଲିଥିବା ସ୍ଥାନରେ ଡାକ୍ତର ନିଯୁକ୍ତି ପାଇଁ ସାଧରଣରେ ଦାବି ହେଉଛି। ଏ ସମ୍ପର୍କରେ ଚିକିତ୍ସାଳୟର ମେଡିକାଲ ଅଫିସର ନିରାକାର ପରିଡାଙ୍କୁ ପଚାରିବାରେ ୪ ବିଶେଷଜ୍ଞ ପଦବୀ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ସରକାରଙ୍କୁ ଚିଠି କରାଯାଇଛି। ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି।…

ଆମେରିକାକୁ ଦୋହଲାଇ ଦେଲା ଇରାନ: ୨୪ ଘଣ୍ଟାରେ କଲା ଏମିତି କ୍ଷତି, ଭୁଲିହେବନି

ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri