Categories: ଭଦ୍ରକ

କିଣିବା ବାହାନାରେ ଦୋକାନରୁ ଚୋରି

ବନ୍ତ,୧୪।୪(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ଗଣିଜାଙ୍ଗ ପଞ୍ଚାୟତ ତଥା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର କାଶିପୁର ଛକଠାରେ ଥିବା ପ୍ରିୟବ୍ରତ ନାୟକଙ୍କ ସିମେଣ୍ଟ ଓ ରଡ୍‌ ଦୋକାନରୁ ବୁଧବାର ଦିନଦ୍ୱିପ୍ରହରରେ ଚୋରି ହୋଇଛି। ତେବେ ଚୋର ଜଣଙ୍କ ଅଭିନବ ଉପାୟରେ ଚୋରି କରିଛନ୍ତି। ସେ ଉକ୍ତ ଦୋକାନକୁ ଆସି ସାମଗ୍ରୀ କିଣିବେ ବୋଲି କହିବା ପରେ ପିଇବା ପାଇଁ ପାଣି ମାଗିଥିଲେ। ସେଲ୍ସ ମ୍ୟାନ୍‌ ପାଣି ଆଣିବାକୁ ନିକଟସ୍ଥ ନଳକୂପକୁ ଯିବା ଭିତରେ ସେ ଦୋକାନ ଲକରକୁ ଭାଙ୍ଗି ୮୫ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଛନ୍ତି।
ଏହି ଚୋରିର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଛି। ଏନେଇ ଅଭିଯୋଗ ପରେ ବନ୍ତ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଚଳାଇଛି। ଚୋରି କରିଥିବା ବ୍ୟକ୍ତି ଜଣଙ୍କ ଏକ ହୋଣ୍ଡା ସିଟି କାର୍‌ରେ ଆସିଥିଲେ। କାର୍‌ ନମ୍ବରକୁ ପୋଲିସ ଯାଞ୍ଚ କରିବା ପରେ ତାହା ଭୁବନେଶ୍ୱର ଆର୍‌ଟିଓ ନମ୍ବର ଏବଂ ଗାଡ଼ି ମାଲିକ କଟକ ଅଞ୍ଚଳର ବୋଲି ଜଣାଯାଇଛି।