ଦ କପିଲ ଶର୍ମା ଶୋ’ର ଶୁଟିଂ ଆରମ୍ଭ: ଆସିଲା କଳାକାରଙ୍କ ଦାନ୍ତ ଭଙ୍ଗା ଭିଡିଓ, ଦେଖିଲେ ବନ୍ଦ ହେବନି ହସ

ଦୀର୍ଘ ଦିନର ଅପେକ୍ଷା ପରେ ‘ଦ କପିଲ ଶର୍ମା ଶୋ’ର ଶୁଟିଂ ଆରମ୍ଭ ହୋଇଛି। ଶୀଘ୍ର ଦର୍ଶକମାନେ ଏହାର ନୂତନ ଏପିସୋଡ ଦେଖି ପାରିବେ। ପ୍ରାୟ ଚାରି ମାସର ବିରତି ପରେ ଏହି ଶୋ’ର ଶୁଟିଂ ଆରମ୍ଭ ହୋଇଛି। ବର୍ତ୍ତମାନ ସେଟ୍‌ର ଫଟୋ ସାମ୍ନାକୁ ଆସିଛି।

ଶୁଟିଂ ସେଟରେ କପିଲ ଶର୍ମା, ଭାରତୀ ସିଂ, ସୁମୋନା ଚକ୍ରବର୍ତ୍ତୀ, କୃଷ୍ଣ ଅଭିଷେକ ଏବଂ ଅନ୍ୟ କଳାକାରମାନେ ପହଞ୍ଚିଥିଲେ। ପୁଣିଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ସମସ୍ତେ ବହୁତ ଉତ୍ସାହିତ ଜଣାନଡୁଛନ୍ତି। ଅନ୍ୟାନ୍ୟ ଟିଭି ଶୋ’ର ସେଟ୍‌ ପରି, ଏଠାରେ ସୁରକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟି ଦିଆଯାଇଛି। କପିଲ ଶର୍ମା ନିଜ ଇନଷ୍ଟାଗ୍ରାମରରେ ଏହି ଦୃଶ୍ୟ ପଛର ଏକ ଭିଡିଓ ଶେୟାର କରିଛନ୍ତି।

କପିଲ ଶେୟାର କରିଥିବା ଭିଡିଓ ଦେଖିବା ପରେ ମଧ୍ୟ ହସ ବନ୍ଦ ହେବ ନାହିଁ। ଭିଡିଓରେ ଶିଶୁ ଫିଲ୍ଟରରେ କପିଲ ଏବଂ ଭାରତୀ ସିଂ ନଜର ଆସିଛନ୍ତି। ସେମାନଙ୍କର ଉଭୟ ଆଗ ଦାନ୍ତ ମଧ୍ୟ ଭାଙ୍ଗି ଯାଇଛି। କପିଲ କହିଛନ୍ତି ଯେ ‘ବନ୍ଧୁଗଣ, ଆପଣ ସମସ୍ତେ ଜାଣନ୍ତି, ଆଜି ଆମ ସହିତ ସୁନ୍ଦର କଳାକାର ଅଛନ୍ତି।’

ଶୋ’ରେ ସପନା ଭୂମିକାରେ ଅଭିନୟ କରୁଥିବା କୃଷ୍ଣ ଅଭିଷେକ କହିଛନ୍ତି ଯେ ଚାରି ମାସ ପରେ ଶୋ’ର ଶୁଟିଂ ପୁଣି ଆରମ୍ଭ ହୋଇଛି। ଆମେ ସମସ୍ତେ ବହୁତ ଉତ୍ସାହିତ। ସେ ‘ ପିପିଇ କିଟ ପିନ୍ଧିଥିବା ସେଟ କର୍ମଚାରୀଙ୍କୁ ମଧ୍ୟ ଭିଡିଓରେ ଦେଖାଇଛନ୍ତି।

Share