ମାଓବାଦୀ, ବିଏସଏଫ୍‌ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ

ଚିତ୍ରକୋଣ୍ଡା,୨୭।୧୦(ଡି.ଏନ୍‌.ଏ.): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଜୁମଡାଙ୍ଗ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ବିଏସଏଫ୍‌ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପ୍ରଥମେ ମାଓବାଦୀ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ପରେ ଏହାର କଡ଼ା ଜବାବ ଦେଇଛନ୍ତି ଯବାନ । ମାଲକାନଗିରି ଜୁମଡାଙ୍ଗରେ ମାଓବାଦୀଙ୍କ କ୍ୟାମ୍ପଥିବା ସୂଚନା ପାଇ ପୋଲିସ ଓ ଯବାନମାନେ ଉକ୍ତ ଅଞ୍ଚଳକୁ ଯାଇଥିଲେ। ଏ ସମ୍ପର୍କରେ ମାଓବାଦୀମାନେ ଜାଣିପାରି ପୋଲିସ ଉପରକୁ ଗୁଳି ବିନିମୟ କରିଥିଲେ। ଏହାର ପାଲଟା ଜବାବ ଦେଇଥିଲା ପୋଲିସ। ତେବେ ଦୀର୍ଘ ସମୟ ଧରି ଏହି ଗୁଳି ବିନିମୟ ଚାଲିଥିଲା।