Posted inଫୁରସତ

୪୦୦ ବର୍ଷ ତଳର ଫଟୋରେ ୬୦ ବର୍ଷ ତଳର ଜୋତା

ଲଣ୍ଡନ: ଟାଇମ ଟ୍ରାଭେଲ ଅର୍ଥାତ୍‌ ସମୟ ଯାତ୍ରା ହେଉଛି ଏପରି ଏକ କନ୍‌ସେପ୍ଟ, ଯାହାର ଚର୍ଚ୍ଚା ଫିଲ୍ମରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ହୋଇଥାଏ। ହେଲେ ଏହା ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଅସମ୍ଭବ ପ୍ରକ୍ରିୟା। ନିକଟରେ ଏକ ପେଣ୍ଟିଂରେ ଜଣେ ପୁଅକୁ ଦେଖିବାକୁ ମିଳିଛି, ଯେଉଁଥିରେ ସେ ଆଜିକାଲି ସମୟର ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ, ୧୭ଶ ଶତାବ୍ଦୀ ଅର୍ଥାତ୍‌ ପାଖାପାଖି ୪୦୦ ବର୍ଷ ତଳେ ନେଦରଲାଣ୍ଡର ଚିତ୍ରକର ଡଚ୍‌ ମାଷ୍ଟର ଫେଡନନ୍ଦ ବୋଲ ୮ ବର୍ଷୀୟ ବାଳକର ଏକ ଫଟୋଟିତ୍ର ପ୍ରସ୍ତୁତ କରିଥିଲେ। ଯେଉଁଥିରେ ବାଳକଟି ହାତରେ କିଛି ପାତ୍ର ଧରିଥିବା ନଜର ଆସୁଛି। ବାଳକର ପୋଷାକ ସେବେକାର ବୋଲି ଜଣାପଡୁଥିଲା। ହେଲେ ଏଠାରେ ଆଶ୍ଚର୍ଯ୍ୟର କଥା, ବାଳକଟି ପିନ୍ଧିଥିବା ଜୋତାରେ ବର୍ତ୍ତମାନ ସମୟରେ ପିନ୍ଧୁଥିବା ନାମୀ କମ୍ପାନୀ ‘ନାଇକ୍‌’ର ଚିହ୍ନ ଥିବା ଦେଖିବାକୁ ମିଳିଛି। ତେବେ ଏହି ନାଇକ୍‌ କମ୍ପାନୀର ଜୋତା ୧୯୬୪ରେ ଆମେରିକାରେ ଗଢ଼ିଉଠିଥିଲା। ନାଇକ୍‌ କମ୍ପାନୀର ଜୋତା ୬୦ ବର୍ଷ ପୁରୁଣା ହୋଇଥିବାବେଳେ ତାହା ୪୦୦ ବର୍ଷ ତଳର ଫଟୋଚିତ୍ରରେ କିପରି ଆସିଲା ତାହା ଆଶ୍ଚର୍ଯ୍ୟ କରିଛି। ଏହି ଫଟୋଚିତ୍ରଟି ଲଣ୍ଡନ ଗ୍ୟାଲେରିରେ ଲାଗିଛି। ନିକଟରେ ୫୭ ବର୍ଷୀୟା ଫ୍ଲୋନା ଫୋସକିଟ୍‌ ତାଙ୍କ ୨୩ ବର୍ଷୀୟା ଝିଅ ହୋଲିଙ୍କ ସହିତ ଗ୍ୟାଲେରି ବୁଲିବାକୁ ଯାଇଥିଲେ। ସେହି ସମୟରେ ହୋଲିଙ୍କ ନଜର ଏହି ଫଟୋଚିତ୍ରର ଜୋତାରେ ଥିବା ଚିହ୍ନ ଉପରେ ପଡ଼ିଥିଲା। ଏହା ଦେଖି ମହିଳା ଜଣକ ଟାଇମ ଟ୍ରାଭେଲ ଥିବା ନେଇ ଦାବି କରୁଛନ୍ତି। ତେବେ ସେହି ଜାତୀୟ ଗ୍ୟାଲେରୀର ଜଣେ ପ୍ରବକ୍ତାଙ୍କୁ ଏହି ଫଟୋଚିତ୍ର ବାବଦରେ ପଚାରିବାରୁ, ଏହି ଫଟୋଚିତ୍ର ବହୁ ପ୍ରଚଳିତ ବୋଲି କହିଥିଲେ। ସେହି ପୁରୁଣା ଫଟୋଚିତ୍ରରେ କିଛି ମଡର୍ନ ଜିନିଷ ଥିବା ନଜର ଆସୁଛି କି ନାହିଁ ଏପରି ଏକ ଟୁଇଟ୍‌ କରିଥିଲେ। ଜୋତାରେ ଠିକ୍‌ ଚିହ୍ନ କିପିର ଆସିଲା ତାହା ବିଷୟରେ ସଠିକ ତଥ୍ୟ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri