ତାରାତାରିଣୀ, ଦକ୍ଷୀଣ କାଳୀଙ୍କ ପୀଠରେ ଶୋଡ଼ଶ ଉପଚାର ପୂଜା ଆରମ୍ଭ

ପୁରୁଷୋତ୍ତମପୁର,୧୪ା୯ (ସୀମାଞ୍ଚଳ ମିଶ୍ର): ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ସେହିପରି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଏବଂ ଦକ୍ଷୀଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ରବିବାର ଆରମ୍ଭ ହୋଇଛି। ପବିତ୍ର ମୂଳାଷ୍ଟମୀରୁ ଏହିପୂଜା ଆରମ୍ଭ ହେବାର ପରମ୍ପରା ରହିଆସିଛି। ଏହି ସମୟରେ ମା’ଙ୍କୁ ୧୦୮ ମାଠିଆ ସୁବାସିତ ଜଳରେ ସ୍ନାନ କରିବା ପରେ ମା’ଙ୍କ ଉତ୍‌ଥାପନ ହୋଇଥାଏ । ପରେ ଆରମ୍ଭ ହୋଇଥାଏ ମା’ଙ୍କ ଷୋଡ଼ଶ ଉପଚାର ପୂଜାର ବିଭିନ୍ନ ରୀତିନୀତି। ମା’ଙ୍କ ସ୍ନାନ ସହ ଷୋଡ଼ଶ ଉପଚାର ପୂଜାକୁ ନେଇ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ରବିବାର ପୂଜାର ପ୍ରଥମ ଦିନରେ ସେବାୟତ ଓ ତାଙ୍କ ପରିବାର ଲୋକେ ପବିତ୍ର ଋଷିକୂଲ୍ୟା ନଦୀକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି ୧୦୮ ମାଠିଆରେ ଜଳ ଧରି ୯୯୯ ପାହାଚ ଚଢ଼ି ରତ୍ନଗିରି ପାହାଡ ଉପରେ ପ୍ରତିଷ୍ଠିତ ମା’ଙ୍କ ମନ୍ଦିରରେ ପହଞ୍ଚି ଥିଲେ। ମାତ୍ର ଏହି ସମୟରେ ବିଦ୍ୟୁତ୍‌ ନ ଥିବାରୁ ପାହାଚ ଚଢି ପାଣିଧରି ଯାଉଥିବା ସେବାୟତ ଓ ମହିଳାମାନଙ୍କୁ ହଇରାଣ ହେବାକୁ ପଡିଥିଲା। ପାହାଡ ଉପରେ ଥିବା ବଉଳମାଳିଆ ପଥରେ ନିର୍ମିତ ମନ୍ଦିରର ଗମ୍ଭିରା ମଧ୍ୟରେ ବିଜେ କରିଥିବା ମା’ ତାରାତାରିଣୀ ଦୁଇ ଭଉଣୀଙ୍କ ଚଳନ୍ତି ପ୍ରତିମାକୁ ଗୋଟି ପହଣ୍ଡି କରି ସ୍ମାନ ବେଦିକୁ ଆଣି ସ୍ନାନ କରାଯିବା ପରେ ମା’ ଶୟନକୁ ଯାଇଥିଲେ। ସୋମବାର ମାଙ୍କ ଉତ୍‌ଥାପନା ରହିଛି। ପୁରୋହିତ ପଣ୍ଡିତ ନୀଳମାଧବ ତ୍ରିପାଠୀ ବେଦମନ୍ତ୍ର ସହକାରେ ଚଣ୍ଡିପାଠ କରୁଛନ୍ତି।

ସେବାୟତ ସଂଘ ସଭାପତି ତପନ ରଣା କର୍ତ୍ତା ଦାୟିତ୍ୱରେ ଥିବା ବେଳେ ବାପଜୀ ରଣାଙ୍କ ସମେତ ଅନ୍ୟ ସେବାୟତମାନେ ସହଯୋଗ କରୁଛନ୍ତି । ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନବ୍ୟାପୀ ତାରାତାରୀଣିଙ୍କ ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍ବତନ୍ତ୍ର ପୂଜା ହେବ। ଷୋଡ଼ଶ ଉପଚାର ପୂଜା ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି। ଭିଡ଼କୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଦର୍ଶନ ନିମନ୍ତେ ମନ୍ଦିର ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏସ୍‌ଡିପିଓ ସୁଜିତ ନାୟକ ଏବଂ ଆଇଆଇସି ରାଜେଶ ନାୟକ ଏହାର ତଦାରଖ କରୁଛନ୍ତି। ମାଜିଷ୍ଟ୍ରେଟ ଦାୟିତ୍ୱରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri