ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପିଠରେ ଶୋଡଶ ଉପଚାରପର୍ବ ଆରମ୍ଭ

ପୁରୁଷୋତ୍ତମପୁର,୨୪।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରହିଥିବା କିମ୍ବଦନ୍ତିପୂର୍ଣ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଓ ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’ ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାରପର୍ବ ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି। ପବିତ୍ର ମୂଳାଷ୍ଟମି ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଏହିପର୍ବ ଅନୁଷ୍ଠିତ ହେବ। ଏହି ଶୋହଳ ଦିନବ୍ୟାପୀ ପର୍ବରେ ପ୍ରତ୍ୟହ ଷୋଡଶଉପଚାର ପୂଜା, ଚଣ୍ଡିପାଠ, ହୋମ ଓ ଗୁପ୍ତନିତି ଆଦି ବିଭିନ୍ନ ପାରମ୍ପରିକ ରିତିନିତି ପ୍ରକାରେ ପୂଜାପାଠ ଅନୁଷ୍ଠିତ ହେବ।

ଏହାସହ ପ୍ରତିପଦା ଠାରୁ ମହାନବମୀ ପର୍ଯ୍ୟନ୍ତ ନବଶକ୍ତିଙ୍କ ପୂଜାହୋଇ ମହାନବମୀରେ ସଂଧି ପୂଜା ହେବାପରେ ଦଶହରାରେ ବୀଜୟାଦଶମୀ ପାଳନ କରାଯିବ। ଷୋଡ଼ଶ ଉପଚାର ପର୍ବର ଏହି ପ୍ରଥମ ଦିନରେ ତାରାତାରିଣୀଙ୍କ ସେବାୟତ ଓ ତାଙ୍କ ପରିବାର ଲୋକେ ପବିତ୍ର ଋଷିକୂଲ୍ୟା ନଦୀକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି ବାଜବାଜଣାର ପଟୁଆର ସହକାରେ ୧୦୮ ମାଠିଆରେ ଜଳ ଧରି ୯୯୯ ପାହାଚ ଚଢ଼ି ରତ୍ନଗିରି ପାହାଡ ଉପରେ ପ୍ରତିଷ୍ଠିତ ମା’ଙ୍କ ମନ୍ଦିରରେ ପହଞ୍ଚିଥିଲେ । ରାତ୍ରରେ ବଉଳମାଳିଆ ପଥରେ ନିର୍ମିତ ମନ୍ଦିରର ଗମ୍ଭିରା ମଧ୍ୟରେ ବିଜେ କରିଥିବା ମା’ ତାରାତାରିଣୀ ଦୁଇ ଭଉଣୀଙ୍କ ଚଳନ୍ତି ପ୍ରତିମାକୁ ଗୋଟି ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇ ସେଠାରେ ବିଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରି ସ୍ନାନ କରାଯାଇ ପୁଣି ମୁଖ୍ୟ ମନ୍ଦିରକୁ ଫେରାଇ ନିଆଯାଇଥିଲା।

ଚଳିତବର୍ଷ ନୂତନ ପୁରହିତ ଭାବେ ଯୋଗଦେଇଥିବା ପଣ୍ଡିତ ନିଳମାଧବ ତ୍ରୀପାଠି ବେଦମନ୍ତ୍ର ସହକାରେ ପୂଜାପାଠ କରିବାରେ ଲାଗିଛନ୍ତିା ସେବାୟତ ସଂଘ ସଭାପତି ତପନ ରଣା କର୍ତ୍ତା ଭାବରେ ରହିଥିବା ବେଳେ ବାପୁଜି ରଣାଙ୍କ ସମେତ ଅନ୍ୟ ସେବାୟତ ମାନେ ସହଯୋଗ କରିବାରେ ଲାଗିଛନ୍ତିା ଷୋଡ଼ଶ ଉପଚାର ପୂଜା ସମୟରେ ମା’ ଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ହୁଏ ବୋଲି ଭକ୍ତମାନଙ୍କର ଅଗାଢ ବିଶ୍ବାସ ରହିଛି। ଏଣୁ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କ ଭିଡଲାଗି ରହିବ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାସହିତ ଶାନ୍ତିଶୃଙ୍ଖଳାର ସହ ଭକ୍ତମାନେ ଯେପରି ମାଙ୍କ ଦର୍ଶନ କରିବେ ସେଥି ନିମନ୍ତେ ପୁରୁଷୋତ୍ତମପୁର ତହସିଲଦାର ଲୋପାମୁଦ୍ରା ରଥ, ବିଡିଓ ମନୋଜକୁମାର ନାୟକ, ଏସଡିପିଓ ରଜନିକାନ୍ତ ସାମଲ ଓ ଆଇଆଇସି ବିପିନ ବିହାରି ହୋତା ତଦାରଖକରିବାରେ ଲାଗିଥିବା ବେଳେ ପୋଲିସ ଫୋର୍ସ ଉପସ୍ତିତ ରହିଛନ୍ତିା ସମସ୍ତ ବିଭାଗର‌ ସହଯୋଗରେ ପୂଜା ଶେଷ ହେବ ବୋଲି ଆଶା ରଖାଯାଇଥିବାର ମନ୍ଦିର ନିର୍ବାହିଅଧିକାରୀ ଟିକେ ରେଡି କହିଛନ୍ତି। ସେହିପରି ଦକ୍ଷିଣକାଳୀଙ୍କ ପିଠରେ ମାଙ୍କ କୁଳ ପୂରହିତ ଦିବ୍ୟସିଂହପୁର ଶାଶନର ପଣ୍ଡିତ ସୁଧାଶୁଂ ଶେଖର ମିଶ୍ର ଯୋଗଦେଇ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ଭାରତରେ ୪୦୦କୋଟିରୁ ଅଧିକ ଆୟ କରେ ପେଙ୍ଗୁଇନ, ପ୍ରତିବର୍ଷ ଛପାଯାଏ ମାତ୍ର ଏତିକି ବହି…

ନୂଆଦିଲ୍ଲୀ,୧୧।୨: ଗତ କିଛି ଦିନ ଧରି ପୂର୍ୱତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାଣେଙ୍କ ପୁସ୍ତକ “ଫୋର୍‌ ଷ୍ଟାର୍‌ ଅଫ ଡେଷ୍ଟିନି” ସମ୍ପର୍କରେ ଜାତୀୟ ରାଜନୀତି…

ରିଲ୍ସ ନିଶାରେ ବନ୍ଧୁକ ଧରି ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧।୨: ବ୍ଲକବଷ୍ଟର ଫିଲ୍ମ ଧୁରନ୍ଧରର ଲୋକପ୍ରିୟ ଗୀତ ‘Fa9la’ ଉପରେ ଆଧାରିତ ଏକ ରିଲ ତିଆରି କରି ଜଣେ କଂଗ୍ରେସ ନେତା ଅଡୁଆରେ ଫସି ଯାଇଛନ୍ତି। କର୍ନାଟକ…

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri