Categories: ଫୁରସତ

ହନିମୁନ୍‌ ପାଇଁ ସାଇତି ରଖିଥିଲେ ୫ ଲକ୍ଷ ଟଙ୍କା, ଖେଳ ସବୁ ବିଗାଡି ଦେଲା

ଆଜିକାଲି ଗେମ୍‌ ନିଶାରେ ଉବୁଟୁବୁ ହେଉଛନ୍ତି ଯୁବପିଢି। ଥରେ ଏହି ଗେମ୍‌ ନିଶାରେ ପଡିଲେ ତାକୁ ଛାଡିବା ବେଶ୍‌ କଷ୍ଟକର ହୋଇପଡେ। ନୂଆ ନୂଆ ପ୍ରକାରର ଗେମ୍‌ ଖେଳିବା ପାଇଁ ଯୁବପିଢି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଉନାହାନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ଜଣେ ବ୍ୟକ୍ତି ନିଜ ହନିମୁନ୍‌ ପାଇଁ ସାଇତି ରଖିବା ୬ ଲକ୍ଷ ଟଙ୍କାରେ ଗେମିଂ ପିସି କିଣିଦେଇଛନ୍ତି। ଗତ ଜାନୁୟାରୀରେ ନିର୍ବନ୍ଧ କରିଥିବା ଦୁଇ ପ୍ରେମୀ ଯୁଗଳ ପ୍ରତି ମାସରେ ବିବାହ ଏବଂ ହନିମୁନ ପାଇଁ ଟଙ୍କା ଯୋଗାଡ କରି ରଖନ୍ତି। ଯୁବକ ଜଣଙ୍କ ଗେମ୍‌ ନିଶାରେ ଉକ୍ତ ଟଙ୍କାରେ ନୂଆ ଗେମିଂ ପିସି କିଣିଦେଇଥିଲେ। ଏଥିରେ ରାଗିଯାଇ ଯୁବତୀ ଜଣଙ୍କ ୨-୩ ସପ୍ତାହ ହେବ ତାଙ୍କ ପ୍ରେମିକଙ୍କ ସହ କଥା ମଧ୍ୟ ହେଉନାହାନ୍ତି। ମୁଁ ଉକ୍ତ ପିସିକୁ ଜାଳିଦେବାକୁ ଚାହୁଁଛି ବୋଲି ସେ କହିଛନ୍ତି।

Share