ବଲାଙ୍ଗୀର,୬।୯ (ସୁନିଲ ମହାନ୍ତି, ଶରତ ମିଶ୍ର): ବଲାଙ୍ଗିର ଜିଲା ଟିଟଲାଗଡ ରେଳୱେ ଓଭର ବ୍ରିଜରେ ଶନିବାର ସକାଳୁ ଝାଲମୁଡ଼ି ବ୍ୟବସାୟୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ, ଆଜି ସକାଳୁ ସକାଳୁ ଲୋକେ ପ୍ରାତଃ ଭ୍ରମଣ କରିବା ପାଇଁ ଯାଉଥିବା ବେଳେ ଟିଟିଲାଗଡ ସହର ମଧ୍ୟରେ ଥିବା ରେଲୱେ ଓଭର ବ୍ରିଜ ଉପରେ ଏକ ବ୍ୟକ୍ତିର ମୃତଦେହ ଝୁଲୁ ଥିବା ଲୋକେ ଦେଖିଥିଲେ। ତେବେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ମୃତ ବ୍ୟକ୍ତିର ପାଦ ତଳେ ଲାଗିଥିବା ବେଳେ ଏହା ହତ୍ୟା କରି କେହି ରସି ଲଗାଇ ଝୁଲାଇ ଦେଇଛନ୍ତି ନା ଆତ୍ମହତ୍ୟା କରିଛି। ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହି। ତେବେ ମୃତ ବ୍ୟକ୍ତି ଜଣଙ୍କ ଦୀର୍ଘଦିନ ହେବ ଟିଟିଲାଗଡ ସହର ମଧ୍ୟରେ ଝାଲମୁଡ଼ି ବିକ୍ରି କରୁଥିଲେ। ମୃତ୍ୟୁକୁ ନେଇ ଟିଟଲାଗଡ ସହରରେ ଏବେ କେହି ହତ୍ୟା କରିଥିବା ନେଇ ଆଲୋଚନ ହେଉଛି ।


