ଜଗତସିଂହପୁର ପୀଡ଼ିତା ହୋମଗାର୍ଡଙ୍କ ଚାଞ୍ଚଲ୍ୟକର ଅଭିଯୋଗ: ମିଳୁଛି ହତ୍ୟା ଧମକ, ଟଙ୍କା ନେଇ…

ଜଗତସିଂହପୁର,୨୭।୨: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା ଘଟଣା ଓଡିଶା ପୋଲିସର ଛବି ମଳିନ କରିଥିବା ବେଳେ ଏହି ଘଟଣାରେ ଆଉ ଏକ ବଡ ଅଭିଯୋଗ ଲାଗିଛି। ଟଙ୍କା ନେଇ ମାମଲାର ରଫାଦଫା କରିବାକୁ ଚାପ ପକାଯାଉଛି, ନ ହେଲେ ଜୀବନରୁ ମାରିବାକୁ ଧମକ ମିଳିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ”ଜୀବନରୁ ହତ୍ୟା ଧମକ ମିଳୁଛି, ପରିବାରକୁ ମଧ୍ୟ ସଫା କରିଦେବାକୁ ଧାମ ମିଳିଛି। ବୁଧବାର ଜଣେ କନଷ୍ଟେବଳ ମୋତେ ଷ୍ଟାଡିୟମ ପାଖକୁ ଡାକି କହିଥିଲେ ତାଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ASP) ପଠାଇଛନ୍ତି। ତପନ ସାର୍ ୨୫-୨୭ ଲକ୍ଷ ଟଙ୍କା ଦେବେ, ମାମଲାକୁ ରଫା ଦଫା କର। ନ ହେଲେ ଚାକିରୀରୁ ଡିସମିସ କରଦେବାକୁ ଧମକ ଦେଇଛନ୍ତି। ମାମଲା ସମ୍ପର୍କରେ ଗଣମାଧ୍ୟମ ଆଗରେ ମୁହଁ ନାଁ ଖୋଲିବାକୁ ଧମକ ମିଳିଛି। ମୁଁ ଏତଲାରେ ସେମାନଙ୍କ ନାଁ ଲେଖିଛି, ମାତ୍ର ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ସେପଟେ ବୁଧବାର ଦୁଇଜଣ ବ୍ୟକ୍ତି ମୋ ଘରକୁ ଆସି ବାପା, ମା’ଙ୍କୁ ଧମକ ଦେଇଯାଇଛନ୍ତି। ମାମଲା ନ ଉଠାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଚାରିଆଡୁ ମୋ ଉପରେ ବିପଦ ଥିବାରୁ ମୋତେ ନାଏ ମିଳିବ ଦରକାର।”

ସେପଟେ ବୁଧବାର କୁଜଙ୍ଗ ଥାନାର ପୂର୍ବତନ ଇନସପେକ୍ଟର-ଇନଚାର୍ଜ (ଆଇଆଇସି) ତପନ ନାହାକଙ୍କୁ ଅସଦାଚରଣ ଏବଂ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗ ପରେ ନିଲମ୍ବନ କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଜନସେବାର ସ୍ୱାର୍ଥ ଏବଂ ତଦନ୍ତରେ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ କୁଜଙ୍ଗ ପୋଲିସ ଷ୍ଟେସନର ପୂର୍ବତନ ଆଇଆଇସିଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ନିଲମ୍ବନ ତପନଙ୍କୁ ଗିରଫ କରାଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ତପନ ନାହାକ ଜଣେ ମହିଳା ଗୃହରକ୍ଷୀ(ହୋମଗାର୍ଡ)ଙ୍କୁ ପ୍ରେମ ପରେ ପ୍ରତାରଣା କରିଥିଲେ। ଏନେଇ ଜଗତ୍‌ସିଂହପୁର ଥାନାର ପୂର୍ବତନ ଅତିରିକ୍ତ ଆଇଆଇସି ତଥା ବର୍ତ୍ତମାନର କୁଜଙ୍ଗ ଆଇଆଇସି ତପନ ନାହାକଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି। ସମ୍ପୃକ୍ତା ହୋମଗାର୍ଡ ଜଗତ୍‌ସିଂହପୁର ଥାନାରେ କରିଥିତ୍ବା ଅଭିଯୋଗ ଅନୁଯାୟୀ, ଆଇଆଇସି ତପନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା।

ତପନ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ପ୍ରତାରିତ କରିଥିଲେ। ଅଭିଯୋଗକୁ ଗ୍ରହଣ କରି ଜଗତ୍‌ସିଂହପୁର ପୋଲିସ ଥାନାରେ ମାମଲା (ନଂ. ୧୧୭/୨୫) ରୁଜୁକରି ତଦନ୍ତ ଜାରି ରଖିଛି।

ମଙ୍ଗଳବାର ଏ ସମ୍ପର୍କରେ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରସଙ୍ଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଇଆଇସି ତପନଙ୍କୁ ତତ୍କାଳ ଜିଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଜଗତ୍‌ସିଂହପୁର ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ ଏହି ମାମଲାର ତଦନ୍ତ କରୁଛନ୍ତି। ଅପରପକ୍ଷେ ଅଭିଯୋଗକାରିଣୀ ମହିଳା ଗୃହରକ୍ଷୀଙ୍କ ଡାକ୍ତର ମାଇନା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ମନା କରିଦେଇଛନ୍ତି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କ୍ରସ୍‌ ଭୋଟିଂରେ ଦିଲୀପ ଜିତିଲେ

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ସୋମବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କଂଗ୍ରେସର…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri