ରୁଷିଆକୁ ଝଟ୍‌କା: ୨୪ ଘଣ୍ଟାରେ ୨୨୧ ସୈନ୍ୟ ମୃତ,୩୧୪ ଆହତ…

ମସ୍କୋ,୧୨।୩ : ଗତ ୨୪ଘଣ୍ଟା ମଧ୍ୟରେ ପୂର୍ବ ୟୁକ୍ରେନ ସହର ବାଖମୁତରେ ରୁଷିଆ ସେନାକୁ ବଡ଼ ଝଟ୍‌କା ଲାଗିଛି। ଏଠାରେ ୫୦୦ରୁ ଅଧିକ ରୁଷିଆ ସୈନିକ ନିହତ କିମ୍ବା ଆହତ ହୋଇଛନ୍ତି। ୟୁକ୍ରେନ ସେନାର ମୁଖପାତ୍ର ଏନେଇ ସୂଚନା ପ୍ରଦାନ କରିଛନ୍ତି। ପୂର୍ବ କ୍ଷେତ୍ରର ସୈନ୍ୟବାହିନୀର ମୁଖପାତ୍ର ସେରି ଚେରେଭେଟ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରୁଷିଆ ସମୁଦାୟ ୧୬ ଥର ଆକ୍ରମଣ କରିଥିଲା। ବାଖମୁତରେ ଦୁଇପକ୍ଷ ୨୩ ଥର ମୁହାଁମୁହିଁ ହୋଇଥିଲେ।

ସେ ଜାତୀୟ ଟେଲିଭିଜନ ଚ୍ୟାନେଲକୁ କହିଛନ୍ତି ଯେ ଯୁଦ୍ଧ ସମୟରେ ଶତ୍ରୁ ଦେଶ ରୁଷିଆର ୨୨୧ ସୈନିକ ନିହତ ହୋଇଥିବାବେଳେ ୩୧୪ ଜଣ ଆହତ ହୋଇଛନ୍ତି। ତେବେ ଶୁକ୍ରବାର କିମ୍ବା ଗତ ୨୪ ଘଣ୍ଟା ମଧ୍ୟରେ ସେ ମୃତ୍ୟୁ ବିଷୟରେ କହୁଛନ୍ତି କି ନାହିଁ ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇନାହିଁ। ନ୍ୟୁଜ ଏଜେନ୍ସି ରଏଟର୍ସ ଚେରଭେଟଙ୍କ ଦାବି ଯାଞ୍ଚ କରିବାରେ ସକ୍ଷମ ହୋଇ ନାହିଁ।

ସୂଚନାଯୋଗ୍ୟ ଯେ ୟୁକ୍ରେନରେ ଶନିବାର ରୁଷିଆ ଆକ୍ରମଣ କରିଥିଲା। ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଖେରସନରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡୋନେଟସ୍କ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଛି। ଆଞ୍ଚଳିକ ରାଜ୍ୟପାଳ ଆଲେକ୍ସଜାଣ୍ଡାର୍‌ ପ୍ରୋକୁଡିନ କହିଛନ୍ତି ଯେ ଜଣେ ବୃଦ୍ଧା ଙ୍କ ସମେତ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ପ୍ରୋକୁଡିନ କହିଛନ୍ତି ଯେ ଖେରସନରେ ଦୁଇପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟରେ ଅନେକ ବସ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri