Posted inଖେଳ

କେ.ଏଲ, ରାହୁଲଙ୍କୁ ଝଟ୍‌କା, ଗ୍ରେଡେଶନ ହ୍ରାସ ଯୋଗୁ କମିଲା ପାରିଶ୍ରମିକ, ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ଲାଭ…

କୋଲକାତା,୨୭।୩ : କେ.ଏଲ ରାହୁଲଙ୍କ ସମସ୍ୟା କମିବାର ନା ଧରୁନି। ବିସିସିଆଇର ବାର୍ଷିକ ଚୁକ୍ତି ଯୋଗୁ ଏହି ଓପନରଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ବୋର୍ଡ କେ.ଏଲ. ରାହୁଲଙ୍କୁ ଏ ଗ୍ରେଡରୁ ହଟାଇ ତାଙ୍କୁ ବି ଗ୍ରେଡରେ ରଖିଛି। ଅକ୍ଟୋବର ୨୦୨୧ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ତାଙ୍କୁ ଗ୍ରେଡ ଏ ରେ ରଖାଯାଇଥିଲା। ଖେଳାଳିଙ୍କ ବାର୍ଷିକ ଚୁକ୍ତି ପାଇଁ ବିସିସିଆଇ ୪ ଟି ଭିନ୍ନ ଗ୍ରେଡ ସ୍ଥିର କରିଛି। ଏଥିରେ ଏ ପ୍ଲସ ଗ୍ରେଡ ଥିବା ଖେଳାଳୀମାନଙ୍କୁ ପ୍ରତିବର୍ଷ ୭ କୋଟି, ଏ ଗ୍ରେଡ ପାଇଁ ୫ କୋଟି, ବି ଗ୍ରେଡ ପାଇଁ ୩ କୋଟି ଏବଂ ସି ଗ୍ରେଡ ଖେଳାଳିଙ୍କ ପାଇଁ ଏକ କୋଟି ଟଙ୍କା ଦିଆଯାଇଥାଏ ।

ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବା ପୂର୍ବରୁ କେ.ଏଲ ରାହୁଲ ଟିମ ଇଣ୍ଡିଆର ଉପ-ଅଧିନାୟକ ଥିଲେ। ସିରିଜର ପ୍ରଥମ ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ବିସିସିଆଇ ତାଙ୍କଠାରୁ ଏହି ଦାୟିତ୍ୱ ଛଡ଼ାଇ ନେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ କେ.ଏଲ ରାହୁଲ ମଧ୍ୟ ଖେଳୁଥିବା ଏକାଦଶରୁ ଓହରି ଯାଇଥିଲେ। ଗତ ସିଜନରେ ଓପନର୍‌ ବୋର୍ଡରୁ ୫ କୋଟି ଟଙ୍କା ପାଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ମାତ୍ର ୩ କୋଟି ଟଙ୍କା ଦିଆଯିବ।

ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ୨୦ ରନ କରିଥିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୧୭ ଏବଂ ୧ ରନ ସ୍କୋର କରିବା ପରେ ପାଭିିଲିୟନ ଫେରିଥିଲେ। ଗତ ୧୦ ଟେଷ୍ଟ ଇନିଂସରେ ଥରେ ମଧ୍ୟ କେଏଲ ରାହୁଲ ୨୩ ରୁ ଅଧିକ ରନ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। ବାଂଲାଦେଶ ଗସ୍ତରେ ଟିମ ଇଣ୍ଡିଆର ଅଧିନାୟକ କେ.ଏଲ ରାହୁଲଙ୍କୁ ଖରାପ ଫର୍ମ କାରଣରୁ ଟି -୨୦ ଏବଂ ଏକଦିବସୀୟ ପରେ ଟେଷ୍ଟ ଦଳରେ ଉପ-ଅଧିନାୟକ ପଦ ହରାଇବାକୁ ପଡିଥିଲା।

ବିସିସିଆଇର ବାର୍ଷିକ ଚୁକ୍ତି ତାଲିକାରେ ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ଲାଭ ମିଳିଛି। ସେ ବର୍ତ୍ତମାନ ଏ ରୁ ଏ ପ୍ଲସ ଗ୍ରେଡରେ ପହଞ୍ଚିଛନ୍ତି। ଶୀର୍ଷ ଶ୍ରେଣୀରେ ଜାଡେଜାଙ୍କ ବ୍ୟତୀତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରା ଅଛନ୍ତି। ଏ ଗ୍ରେଡରେ ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ରିଷଭ ପନ୍ତ ଏବଂ ଅକ୍ଷର ପଟେଲ ସ୍ଥାନ ପାଇଛନ୍ତି। ଗ୍ରେଡ ବିରେ କେ.ଏଲ ରାହୁଲ, ଚେତେଶ୍ୱର ପୂଜାରା, ସୂର୍ଯ୍ୟକୁମାର ଯାଦବ, ଶୁଭମାନ ଗିଲ, ଶ୍ରେୟସ ଆୟର ଏବଂ ମହମ୍ମଦ ସିରାଜ ଅଛନ୍ତି। ଗ୍ରେଡ ସିରେ ୧୧ ଖେଳାଳିଙ୍କୁ ବିସିସିଆଇ ସ୍ଥାନ ଦେଇଛି। ସେଥିମଧ୍ୟରେ ଶିଖର ଧାୱନ, ଉମେଶ ଯାଦବ, ଶାର୍ଦୁଲ ଠାକୁର, ଇଶାନ କିଶନ, ଦୀପକ ହୁଡା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ ଏବଂ କେ.ଏସ ଭାରତ ରହିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବା ପୂର୍ବରୁ କେ.ଏଲ ରାହୁଲ ଟିମ ଇଣ୍ଡିଆର ଉପ-ଅଧିନାୟକ ଥିଲେ। ସିରିଜର ପ୍ରଥମ ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ବିସିସିଆଇ ତାଙ୍କଠାରୁ ଏହି ଦାୟିତ୍ୱ ଛଡ଼ାଇ ନେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ କେ.ଏଲ ରାହୁଲ ମଧ୍ୟ ଖେଳୁଥିବା ଏକାଦଶରୁ ଓହରି ଯାଇଥିଲେ। ଗତ ସିଜନରେ ଓପନର୍‌ ବୋର୍ଡରୁ ୫ କୋଟି ଟଙ୍କା ପାଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ମାତ୍ର ୩ କୋଟି ଟଙ୍କା ଦିଆଯିବ।

ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ୨୦ ରନ କରିଥିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୧୭ ଏବଂ ୧ ରନ ସ୍କୋର କରିବା ପରେ ପାଭିିଲିୟନ ଫେରିଥିଲେ। ଗତ ୧୦ ଟେଷ୍ଟ ଇନିଂସରେ ଥରେ ମଧ୍ୟ କେଏଲ ରାହୁଲ ୨୩ ରୁ ଅଧିକ ରନ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। ବାଂଲାଦେଶ ଗସ୍ତରେ ଟିମ ଇଣ୍ଡିଆର ଅଧିନାୟକ କେ.ଏଲ ରାହୁଲଙ୍କୁ ଖରାପ ଫର୍ମ କାରଣରୁ ଟି -୨୦ ଏବଂ ଏକଦିବସୀୟ ପରେ ଟେଷ୍ଟ ଦଳରେ ଉପ-ଅଧିନାୟକ ପଦ ହରାଇବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri