ସାଧାରଣ ନିର୍ବାଚନ ପୂର୍ବରୁ ଇମ୍ରାନଙ୍କୁ ଝଟକା

ଇସଲାମାବାଦ,୧।୨: ଆଉ ମାତ୍ର ସପ୍ତାହେ ପରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାମାଙ୍କନପତ୍ର ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ସେପଟେ ଗୁରୁବାର ସୁପ୍ରିମକୋର୍ଟଙ୍କଠାରୁ ତାଙ୍କୁ ଝଟ୍‌କା ଲାଗିଛି। ତାଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନକୁ ଫେରାଇ ଦେଇଛନ୍ତି। ଇମ୍ରାନ ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲରେ ବନ୍ଦ ଅଛନ୍ତି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆବେଦନରେ ଇମ୍ରାନ ପଞ୍ଜାବ ପ୍ରଦେଶର ଦୁଇଟି ନ୍ୟାଶନାଲ ଆସେମ୍ଲି ଆସନ (ଲାହୋର ଏବଂ ମିଆନୱାଲି) ପାଇଁ ନାମାଙ୍କନପତ୍ର ପ୍ରତ୍ୟାଖ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ମୁଖ୍ୟ ଖାଁଙ୍କ ନାମାଙ୍କନ ପତ୍ର ଗତ ମାସରେ ନୈତିକ କାରଣରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ତୋସାଖାନା ଦୁର୍ନୀତି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତୋସଖାନା ଦୁର୍ନୀତି ମାମଲାରେ ଇମ୍ରାନ ତାଙ୍କ କାର୍ଯ୍ୟକାଳରେ ମହଙ୍ଗା ସରକାରୀ ଉପହାର ରଖିଥିବା ଅଭିଯୋଗ ହୋଇଥିଲା।
ସେ ବୁଧବାର ଏହି ପିଟିସନ ଦାଖଲ କରିଥିଲେ। ଯେଉଁଥିରେ ସେ ଦୁଇଟି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବାକୁ ଯୋଗ୍ୟ ଘୋଷଣା କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ‘ଡନ’ ଖବରକାଗଜର ଖବର ଅନୁଯାୟୀ ସର୍ବୋଚ୍ଚ ନ୍ୟାୟାଳୟ ଖାଁଙ୍କ ଆବେଦନକୁ ଫେରାଇ ଦେଇଛନ୍ତି ଏବଂ ଏହି ଆବେଦନରେ ଥିବା ତ୍ରୁଟିଗୁଡିକ ସଂଶୋଧନ କରାଯାଇ ପୁନଃ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖବର ଅନୁଯାୟୀ କୋର୍ଟଙ୍କ କାର୍ଯ୍ୟାଳୟ କହିଛି ଯେ ଏହି ଆବେଦନରେ ମାମଲାର ଅନୁପଯୁକ୍ତ ବର୍ଣ୍ଣନା ରହିଛି ଏବଂ ଏଥିରେ ପ୍ରକୃତ ବିବାଦ, ମାମଲାର କ୍ରମିକ ସଂଖ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଲ୍ଲେଖ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଇ ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ରୀ: ଜଙ୍ଗଲରୁ ମିଳିଲା…

ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା…

ଆଉ ରହିବ ନାହିଁ ଘର ଭଡ଼ା ଟେନସନ: ଭଡ଼ାରେ ଘର ଦେବେ ସରକାର

ଭୁବନେଶ୍ୱର,୬।୨: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ମୋହନ ସରକାର। ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ଏଣିକି ସହରୀ…

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର: ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

ଭୁବନେଶ୍ୱର,୬।୨: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା…

ବରଗଡରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି, ଚାଲିଗଲା ୨ ଯୁବକଙ୍କ ଜୀବନ

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ…

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri