ଇମ୍ରାନ୍‌ଙ୍କୁ ଝଟ୍‌କା: ଏପ୍ରିଲରେ ପଞ୍ଜାବ-ଖାଇବର ପସ୍ତୁନଖ୍ବାରେ ନିର୍ବାଚନ…

ଇସଲାମାବାଦ,୨୫।୧ : ପାକିସ୍ତାନର ନିର୍ବାଚନ ଆୟୋଗ ଏପ୍ରିଲରେ ପଞ୍ଜାବ ଏବଂ ଖାଇବର ପସ୍ତୁନଖ୍ବା ପ୍ରଦେଶରେ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରଦେଶଗୁଡିକ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳ ଦ୍ୱାରା ଶାସିତ ହୋଇଥିଲେ ମଧ୍ୟ ଦେଶରେ ତୁରନ୍ତ ସାଧାରଣ ନିର୍ବାଚନ ଦାବି କରିବା ନେଇ ପିଟିଆଇ ପ୍ରାଦେଶିକ ସଭାଗୁଡ଼ିକୁ ବିଲୋପ କରି ଦେଇଥିଲା। ତେବେ ପାକ ସରକାର ନୋଇବାକୁ ମନା କରିଦେଇଥିଲେ। ଚଳିତ ବର୍ଷ ଅଗଷ୍ଟ ପରେ ନିର୍ବାଚନ ଠିକ ସମୟରେ କରିବାକୁ ଜିଦ ଧରିଥିଲେ।

ବୁଧବାର ପାକିସ୍ତାନ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛନ୍ତି ଯେ ଏପ୍ରିଲ ୯ ରୁ ୧୩ ମଧ୍ୟରେ ପଞ୍ଜାବରେ ଏବଂ ଏପ୍ରିଲ ୧୫ ରୁ ୧୭ ମଧ୍ୟରେ ଖାଇବର ପସ୍ତୁନଖ୍ବାରେ ବିଧାନସଭା ନିର୍ବାଚନ ହେବା ଉଚିତ।

ବିଧାନସଭା ଭଙ୍ଗ ହେବା ପରେ ଦୁଇ ପ୍ରଦେଶରେ କାର୍ଯ୍ୟନିର୍ବାହୀ ସରକାର ନିଯୁକ୍ତ ହୋଇଥିଲେ। ନିୟମ ଅନୁଯାୟୀ, ବିଧାନସଭା ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ନିର୍ବାଚନ ହେବା ଆବଶ୍ୟକ। ତେଣୁ ପାକିସ୍ତାନର ନିର୍ବାଚନ ଆୟୋଗ ପ୍ରାଦେଶିକ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ୨୨ ଜାନୁଆରୀରେ ପଞ୍ଜାବର କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବରେ ସୟଦ ମୋହସିନ ରଜା ନାକଭି ଶପଥ ଗ୍ରହଣ କରିଥିବାବେଳେ ମହମ୍ମଦ ଆଜାମ ଖାନ ୨୧ ଜାନୁଆରୀରେ ଖାଇବର ପସ୍ତୁନଖ୍ବାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ଖାଇବର ପସ୍ତୁନଖ୍ବାରେ ବିଧାନସଭା ୧୪ ଜାନୁଆରୀରେ ଏବଂ ପଞ୍ଜାବ ବିଧାନସଭା ୧୮ ଜାନୁଆରୀରେ ବିଲୋପ କରାଯାଇଥିଲା। ନିର୍ବାଚନ ଆୟୋଗ ଦୁଇ ପ୍ରଦେଶର ରାଜ୍ୟପାଳଙ୍କ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ପାକିସ୍ତାନର ସମ୍ବିଧାନର ଧାରା ୨୨୪କୁ ଉଲ୍ଲେଖ କରିଛନ୍ତି, ଯାହା ବିଧାନସଭା ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ନିର୍ବାଚନ କରିବାକୁ ବ୍ୟବସ୍ଥା ସମ୍ପର୍କରେ ସୂଚିତ କରିଛି। ତେବେ ସମ୍ପୃକ୍ତ ରାଜ୍ୟପାଳଙ୍କ ଦ୍ୱାରା ଚୂଡ଼ାନ୍ତ ନିର୍ବାଚନ ତାରିଖ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri