ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ ବିବାହ କରିଥିଲେ। ଏକ ସାକ୍ଷାତ୍କାରରେ ଶୋଭିତା ଧୂଲିପାଲା କହିଛନ୍ତି, ସେ କେବେ ଜଣେ ଅଭିନେତା କିମ୍ବା ତାଙ୍କ ନିଜ ରାଜ୍ୟର କାହାକୁ ବିବାହ କରିବାର କଳ୍ପନା କରି ନ ଥିଲେ। ଡିସେମ୍ବର ୨୦୨୪ରେ ବିବାହର କିଛି ସପ୍ତାହ ପରେ, ସେ ତାମିଲନାଡୁକୁ ଏକ ଶୁଟିଂ ପାଇଁ ଯାଇଥିଲେ। ସେଠାରେ ସେ ୧୫୦ ଦିନରୁ ଅଧିକ ସମୟ ରହିଥିଲେ। ବିବାହ ପ୍ରଥମ ବର୍ଷରେ ସେ ଥରେ ସ୍ବାମୀ ନାଗା ଚୈତନ୍ୟଙ୍କୁ ଭେଟିଥିଲେ। ନାଗା ଏବଂ ଶୋଭିତା ଦୀର୍ଘ ଦିନ ଧରି ସେମାନଙ୍କର ସମ୍ପର୍କକୁ ଗୋପନ ରଖିଥିଲେ। ସେମାନେ ଅଗଷ୍ଟ ୨୦୨୪ରେ ହାଇଦ୍ରାବାଦରେ ଏକ ବ୍ୟକ୍ତିଗତ ଉତ୍ସବରେ ନିର୍ବନ୍ଧ କରି ସେମାନଙ୍କ ସମ୍ପର୍କକୁ ଆନୁଷ୍ଠାନିକ କରିଥିଲେ। ୨୦୨୪ ଡିସେମ୍ବର ୪ରେ ଉଭୟ ପରିବାର ଏବଂ ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ତେଲୁଗୁ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଏହା ପୂର୍ବରୁ ଚୈତନ୍ୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିଲେ। ଚାରି ବର୍ଷ ବିବାହ ପରେ ଏହି ଦମ୍ପତି ୨୦୨୧ରେ ଅଲଗା ହୋଇଯାଇଥିଲେ।