Posted inଖେଳ

ଟି୨୦ରେ ବିରାଟ, ରୋହିତ୍‌ କରି ନ ଥିବା କୀର୍ତ୍ତିମାନ କଲେ ସୋଏବ ମଲିକ

ନୂଆଦିଲ୍ଲୀ, ୧୧।୧୦: ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ସିନିୟର ଖେଳାଳି ସୋଏବ ମଲିକ ଟି୨୦ରେ ଏମିତି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ଯାହା ପୂର୍ବରୁ କୌଣସି ଏସୀୟ କ୍ରିକେଟର୍‌ ହାସଲ କରିପାରି ନାହାନ୍ତି। ଏପରିକି ବିରାଟ କୋହଲି ଓ ରୋହିତ୍‌ ଶର୍ମାଙ୍କ ଭଳି ପ୍ରମୁଖ ଖେଳାଳି ମଧ୍ୟ ଏହି ମାଇଲଖୁଣ୍ଟ ଛୁଇଁ ପାରିନାହାନ୍ତି। ଟି୨୦ କ୍ରିକେଟ୍‌ରେ ପ୍ରଥମ ଏସୀୟ ବ୍ୟାଟ୍ସମ୍ୟାନ ଭାବେ ମଲିକ ୧୦ ହଜାର ରନ୍‌ ସଂଗ୍ରହ କରିଛନ୍ତି। ବିଶ୍ୱର ୩ୟ କ୍ରିକେଟର୍‌ ଭାବେ ଏହି କୃତିତ୍ୱ ଲାଭ କରିଛନ୍ତି। ମଲିକଙ୍କ ପୂର୍ବରୁ କ୍ରିସ୍‌ ଗେଲ୍‌ ଓ କିରନ ପୋଲାର୍ଡ ଟି୨୦ କ୍ରିକେଟ୍‌ରେ ୧୦ ହଜାର ରନ୍‌ ସଂଗ୍ରହ କରିସାରିଛନ୍ତି। ସୋଏବଙ୍କ ଏହି ସଫଳତାକୁ ତାଙ୍କ ସ୍ତ୍ରୀ ତଥା ଟେନିସ ତାରକା ସାନିଆ ମିର୍ଜା ବେଶ୍‌ ପ୍ରଶଂସା କରିଛନ୍ତି।
ଘରୋଇ ଟି୨୦ ପ୍ରତିଯୋଗିତା ନ୍ୟାଶନାଲ ଟି୨୦ କପ୍‌ ଅବସରରେ ସୋଏବ ଏହି ସଫଳତା ପାଇଛନ୍ତି। ଖ୍ୟାବର ପାଖତୁନଖ୍ବା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମଲିକ ବାଲୋଚିସ୍ତାନ ଦଳ ବିପକ୍ଷରେ ୪୪ ବଲରୁ ୭୪ ରନ୍‌ ସଂଗ୍ରହ କରିଥିଲେ। ଏହି ଅବସରରେ ସେ ଟି୨୦ କ୍ରିକେଟ୍‌ରେ ନିଜର ୧୦ ହଜାର ରନ୍‌ ପୂରଣ କରିଥିଲେ। ୩୮ ବର୍ଷୀୟ ସୋଏବ ୨୦୦୫ରେ ଟି୨୦ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ଓଭରଅଲ୍‌ (ଜାତୀୟ, ଅନ୍ତର୍ଜାତୀୟ, ଲିଗ୍‌) ସେ ୩୯୫ ମ୍ୟାଚ୍‌ ଖେଳି ୩୭.୪୧ ଆଭରେଜରେ ୧୦,୦୨୭ ରନ ସଂଗ୍ରହ କରିଛନ୍ତି। ଏଥିସହିତ ସେ ୧୪୮ ଉଇକେଟ୍‌ ମଧ୍ୟ ନେଇଛନ୍ତି। ତେବେ ଟି୨୦ କ୍ରିକେଟ୍‌ରେ ସବୁଠାରୁ ଅଧିକ ରନ୍‌ ଗେଲ୍‌ (୧୩,୨୯୬)ଙ୍କ ନାମରେ ରହିଛି। ଗେଲ୍‌ଙ୍କ ପଛକୁ ପୋଲାର୍ଡ (୧୦,୩୭୦) ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ ଖେଳାଳି ଭାବେ ଟି୨୦ କ୍ରିକେଟ୍‌ରେ ସବୁଠାରୁ ଅଧିକ ରନ୍‌ ଯଥାକ୍ରମେ କୋହଲି (୯,୧୨୩) ଓ ରୋହିତ୍‌ (୮୮୫୩)ଙ୍କ ନାମରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri